ଧୋନିଙ୍କ ଧିମା ବ୍ୟାଟିଙ୍ଗକୁ ନେଇ ଏହିଭଳି କହିଲେ ଅଧିନାୟକ କୋହଲି

Published By : Prameya-News7 Bureau | June 28, 2019 IST

ମଞ୍ଚେଷ୍ଟର ୨୮/୬ : ଗୁରୁବାର ଦିନ ବିଶ୍ୱକପ ମୁକାବିଲାରେ ଭାରତ ୱେଷ୍ଟଇଣ୍ଡିଜକୁ ୧୨୫ ରନରେ ପରାସ୍ତ କରିଛି । କିନ୍ତୁ ଏହି ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ପୁଣିଥରେ ସଙ୍କଟରେ ଥିବା ଦେଖିବାକୁ ମିଳିଥିଲା । ଅଧିନାୟକ କୋହଲି ୭୨ ରନ ଓ ଧୋନି ୫୬ ପନ କରି ଟିମକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ । ଭାରତୀୟ ବୋଲନ ଦମଦାର ପ୍ରଦର୍ଶନ କରିଥିଲେ । ମ୍ୟାଚ ଜିତିବା ପରେ କୋହଲି ଧୋନିଙ୍କ ବହୁତ ପ୍ରଶଂସା କରିଥିଲେ । କୋହଲି କହିଥିଲେ, ଯେତେବେଳେ ଧୋନି ଭଲ ଫର୍ମରେ ନଥାନ୍ତି ଲୋକେ ତାଙ୍କୁ ନେଇ ଅନେକ ଆଲୋଚନା କରିଥାନ୍ତି ।  

{"id":128075}

ଆଫଗାନିସ୍ତାନ ବିପକ୍ଷରେ ଧୋନିଙ୍କ ଧିମା ଖେଳକୁ ନେଇ ସଚିନ ତେନ୍ଦୁଲକରଙ୍କ ସମେତ ଅନେକ ଲୋକ ନାନା କଥା କହିଥିଲେ । କିନ୍ତୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଧୋନି ଦଳକୁ ସମ୍ଭାଳି ଏକ ମଜବୁତ ସ୍ଥିତିକୁ ନେଇଥିଲେ । ଆଫଗାନିସ୍ତାନ ବିପକ୍ଷରେ ଧୋନି ରଶିଦ ଖାନଙ୍କ ବଲରେ ଷ୍ଟମ୍ପ ଆଉଟ୍ ହୋଇଥିଲେ । କିନ୍ତୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଶେଷ ଓଭରରେ ୧୬ ରନ କରି ଧୋନି ଦଳକୁ ଭଲ ସ୍କୋର ଦେଇଥିଲେ ।

{"id":128079}

କୋହଲି ଧୋନିଙ୍କ ପ୍ରଶଂସା କରି କହିଛନ୍ତି ଯେ, ଧୋନି ଭଲ ଭାବେ ଜାଣିଛନ୍ତି ମିଡିଲ ଓଭରରେ କଣ କରିବାକୁ ହେବ । ସେ ଯେବେ ଭଲ ଖେଳିପାରିନଥାନ୍ତି ତାଙ୍କୁ ନେଇ ଲୋକ ନାନା କଥା କୁହନ୍ତି । କିନ୍ତୁ ଦଳ ତାଙ୍କୁ ଛାଡି ପାରିବ ନାହିଁ କାରଣ ସେ ଦଳକୁ ଅନେକ ମ୍ୟାଚ ଜିତାଇଛନ୍ତି । ଯେତେବେଳେ ଦଳକୁ ୧୫-୨୦ ରନ ଦରକାର ପଡିଥାଏ, ସେହି ସ୍ଥିତିରେ ଧୋନି ହିଁ ଜାଣିଥାନ୍ତି ସେହି ରନ କିଭଳି କରାଯାଇପାରିବ ।

{"id":128080}

ବିରାଟ ଧୋନିଙ୍କ ସମ୍ପର୍କରେ କହିଛନ୍ତି, ମହେନ୍ଦ୍ର ସିଂ ଧୋନିଙ୍କ କାଲକୁଲେଟ କରି କ୍ରିକେଟ ଖେଳିଥାନ୍ତି । ସେ କ୍ରିକେଟର ଲିଜେଂଡ ଏବଂ ଏହା ଆମେ ସମସ୍ତେ ଜାଣିଛେ । ଧୋନିଙ୍କ ଅନୁଭବ ୧୦ ରୁ ୮ ଥର ଦଳ ପାଇଁ କାମ କରିଥାନ୍ତି । ବହୁତ କାମ ଏମିତି ଖେଳାଳି ଅଛନ୍ତି, ଯେଉଁମାନେ କ୍ରିଜରେ ରହି ଫିଡ଼ବ୍ୟାକ ଦେଇଥାନ୍ତି ଯେ କେଉଁ ସ୍କୋର କେଉଁଠାରେ ଠିକ ରହିବ । କୋହଲି କହିଛନ୍ତି ଶେଷ ଦୁଇଟି ମ୍ୟାଚ ତାଙ୍କ ପାଇଁ ହାଇ ସ୍କୋରିଂ ନଥିଲା । ଦଳର ବ୍ୟାଟିଂ ଏତେ ଭଲ ନଥିଲା । ତଥାପି ଦଳର ଫିଲଡିଂ ଏବଂ ବୋଲିଂ ପାଇଁ ଦଳ ମ୍ୟାଚ ଜିତିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.