ରୋହିତ-ରାହୁଲ କରିବେ ଓପନିଂ, ସୀମିତ ଓଭର କ୍ରିକେଟ୍‌ରେ ଅଶ୍ଵିନଙ୍କ ପାଇଁ ଦଳରେ ଜାଗା ନାହିଁ: କୋହଲି

Published By : Prameya-News7 Bureau | March 11, 2021 IST

ଅହମ୍ମଦାବାଦ ୧୧।୦୩: ଭାରତୀୟ ଅଧିନାୟକ ବିରାଟ କୋହଲି ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ସ୍ପଷ୍ଟ କରିଛନ୍ତି ଯେ, ରୋହିତ ଶର୍ମାଙ୍କ ସହିତ କିଏ ଇନିଂସ ଓପନ କରିବ ? ସେ ଗୁରୁବାର କହିଛନ୍ତି ରୋହିତ ଶର୍ମା ଓ କେଏଲ ରାହୁଲ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଇନିଂସ ଆରମ୍ଭ କରିବେ।

କୋହଲି ସ୍ପଷ୍ଟ କରିଛନ୍ତି ଯେ, ଓ୍ଵାଶିଂଟନ ସୁନ୍ଦର ଭଲ ପ୍ରଦର୍ଶନ କରିଥିବାରୁ ରବିଚନ୍ଦ୍ରନ ଅଶ୍ଵିନଙ୍କ ପାଇଁ ସୀମିତ ଓଭର କ୍ରିକେଟ୍‌ରେ ଜାଗା ନାହିଁ। ଭାରତ ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ଵ କପ୍ ପାଇଁ ଇଂଲଣ୍ଡ ବିପକ୍ଷ ସିରିଜ୍‌ରୁ ନିଜର ପ୍ରସ୍ତୁତି ଆରମ୍ଭ କରିବ। ଅଧିନାୟକ କୋହଲି ଦଳ ସଂଯୋଜନକୁ ନେଇ କିଛି ସଙ୍କେତ ମଧ୍ୟ ଦେଇଛନ୍ତି।

wp:html /wp:html

କୋହଲି କହିଛନ୍ତି, ରୋହିତ ଓ ରାହୁଲ ଦଳର ଇନିଂସ କରିବେ। କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଶିଖର ଧାଓ୍ଵନଙ୍କ ଦଳରେ ଜାଗା ନାହିଁ। ଯଦି ରୋହିତ ବିଶ୍ରାମ ନିଅନ୍ତି କିମ୍ବା ରାହୁଲ ଆହତ ହୁଅନ୍ତି ତେବେ ଶିଖର ତୃତୀୟ ଓପନିଂ ବ୍ୟାଟସମ୍ୟାନ ହେବେ। ଓ୍ଵାଶିଂଟନ ଭଲ ପ୍ରଦର୍ଶନ କରୁଥିବାରୁ ଅଶ୍ଵିନଙ୍କ ପାଇଁ ସୀମିତ ଓଭର କ୍ରିକେଟ୍‌ରେ ସ୍ଥାନ ନାହିଁ ବୋଲି କୋହଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.