Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାଞ୍ଚ ମାସ ପରେ ବ୍ୟାଟ୍ ଧରିଲେ ବିରାଟ କୋହଲି, କହିଲେ- କିଛିଟା ଡରି ଯାଇଥିଲି

30/08/2020 at 6:54 PM

ଦୁବାଇ ୩୦।୦୮: ଆଇପିଏଲ ଫ୍ରାଞ୍ଚାଇଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲରୁରୁ ଦଳର ଅଧିନାୟକ ବିରାଟ କୋହଲି ପାଞ୍ଚ ମାସ ପରେ ନେଟ୍‌କୁ ଫେରିଛନ୍ତି। ନେଟ୍‌ରେ ଅଭ୍ୟାସ କରିବା ସମୟର ଅନୁଭୂତି ସେୟାର କରି କୋହଲି କହିଛନ୍ତି ଯେ ଏହି ଅଭ୍ୟାସ୍‌ ଆଶାଠୁ ମଧ୍ୟ ଭଲ ହୋଇଛି। ଏହା ସହିତ କହିଛନ୍ତି ବ୍ୟାଟ୍ ଧରିବା ବେଳେ ସେ କିଛିଟା ଡରି ଯାଇଥିଲେ। କୋହଲି ୟୁଏଇରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲର ୧୩ତମ ସଂସ୍କରଣ ପୂର୍ବରୁ ନିଜ ସାଥୀ ଖେଳାଳିଙ୍କ ସହ ପ୍ରଥମ ଥର ଅଭ୍ୟାସ୍‌ କରିଛନ୍ତି। କୋହଲି ପ୍ରଶିକ୍ଷଣ ସମୟର ଫଟୋ ମଧ୍ୟ ସେୟାର କରିଛନ୍ତି।

କୋହଲି କହିଛନ୍ତି ସତ କଥା କହିବାକୁ ଗଲେ ମୁଁ ଯେମିତି ଭାବିଥିଲି ତାଠୁ ମଧ୍ୟ ଅଭ୍ୟାସ୍‌ ସେସନ ଭଲ ରହିଛି। ମୁଁ ବହୁତ ଡରି ଯାଇଥିଲି କାରଣ ମୁଁ ଗତ ପାଞ୍ଚ ମାସ ହେବ ବ୍ୟାଟ୍ ଧରିନଥିଲି। କରୋନା ଭାଇରସ କାରଣରୁ ଦେଶରେ ଜାରି ଲକ୍‌ଡାଉନ୍‌ ଯୋଗୁଁ ବିରାଟ କୋହଲି ପାଞ୍ଚ ମାସ ପରେ ପ୍ରଥମ ଥର ଅଭ୍ୟାସ୍ ଆରମ୍ଭ କରିଛନ୍ତି। ଅଭ୍ୟାସ୍‌ ସମୟରେ ତାଙ୍କ ସହିତ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡେଲ ଷ୍ଟେନ ଓ ଦଳର ନିର୍ଦ୍ଦେଶକ ମାଇକ ହାସନ ଉପସ୍ଥିତ ଥିଲେ।

କୋହଲି କହିଛନ୍ତି ମୁଁ ଲକ୍‌ଡାଉନ୍‌ ସମୟରେ ଟ୍ରେନିଂ ନେଉଥିଲି ଯାହାର ଫାଇଦା ମିଳିଛି ଏବଂ ଅଭ୍ୟାସ୍‌ ସମୟରେ ନିଜକୁ ବହୁତ ଫିଟ୍ ଅନୁଭବ କରୁଛି। ଯଦି ଆପଣଙ୍କ ଶରୀରର ହାଲୁକା ଥାଏ ତେବେ ଆପଣ ଭଲ ଭାବେ ପ୍ରତିକ୍ରିୟାଶୀଳ ହୋଇ ପାରିବେ।

କୋହଲି କହିଛନ୍ତି ଯଦି ଆପଣ ଓଜନିଆ ଶରୀର ଧରି ଅଭ୍ୟାସକୁ ଓହ୍ଲାଇବେ ତେବେ ଶରୀର ଠିକ୍‌ରେ ଗତି କରିନଥାଏ। ଏହା ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ। କୋହଲିଙ୍କ ବ୍ୟତୀତ ୟୁଜବେନ୍ଦ୍ର ଚହଲ, ଓ୍ଵାଶିଂଟନ ସୁନ୍ଦର ଓ ଶାହବାଜ ନଦିମ ଏବଂ ଆଉ କିଛି ବୋଲର ଦଳର ଅଭ୍ୟାସ୍‌ରେ ସାମିଲ ହୋଇଥିଲେ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଖେଳାଳି ଅଗଷ୍ଟ ୨୧ରୁ ଦୁବାଇ ପହଞ୍ଚି ଯାଇଥିଲେ। ସମସ୍ତ ଖେଳାଳି ଓ କର୍ମଚାରୀ ଦୁବାଇରେ ଛଅ ଦିନ ପୃଥକବାସରେ ରହିଥିଲେ। କୋଭିଡ୍-୧୯ ଟେଷ୍ଟରେ ପରିଣାମ ତିନି ଥର ନେଗେଟିଭ୍ ଆସିବା ପରେ ଟ୍ରେନିଂ ସେସନରେ ଯୋଗ ଦେଇଛନ୍ତି। ଆଇପିଏଲ ୨୦୨୦ର ଆରମ୍ଭ ସେପ୍ଟେମ୍ବର ୧୯ରେ ହେବାକୁ ଯାଉଛି।

   Related Posts