Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଇଶାନ ନୁହେଁ, ଏହି ଖେଳାଳି ରୋହିତଙ୍କ ସହ କରିବେ ଓପନିଂ : ପରଦା ହଟାଇଲେ କୋହଲି

19/10/2021 at 11:55 AM

ଦୁବାଇ,୧୯/୧୦: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତର ଓପନିଂ ଯୋଡ଼ିକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ରୋହିତ ଶର୍ମାଙ୍କ ସହ ଲୋକେଶ ରାହୁଲ ଓପନ କରିବେ ବୋଲି ଅଧିନାୟକ ବିରାଟ କୋହଲି ସ୍ପଷ୍ଟ କରି ଦେଇଛନ୍ତି । ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ପୂର୍ବରୁ କୋହଲିଙ୍କୁ ଦଳର ବ୍ୟାଟିଂ କ୍ରମକୁ ନେଇ ପ୍ରଶ୍ନ କରାଯାଇଥିଲା ।

କୋହଲି ଉତ୍ତର ଦେଇ କହିଥିଲେ, ରୋହିତଙ୍କ ସହ ରାହୁଲ ପାଳି ଆରମ୍ଭ କରିବେ । ମୁଁ ୩ନଂ ସ୍ଥାନରେ ବ୍ୟାଟିଂ କରିବି । ଆଇପିଏଲ୍‌ ପୂର୍ବରୁ ଭିନ୍ନ ସ୍ଥିତି ରହିଥିଲା । ରାହୁଲ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିଥିଲେ । ତାଙ୍କୁ ଓପନ ନ କରାଇବା ମୁର୍ଖାମୀ ହେବ । ପାକିସ୍ତାନ ବିପକ୍ଷ ପ୍ରଥମ ମୁକାବିଲା ପାଇଁ ଆମର ଚୂଡ଼ାନ୍ତ ଏକାଦଶ ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଆଇପିଏଲ୍‌ରେ ଆମ ଦଳର ଖେଳାଳି ବିଭିନ୍ନ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଖେଳିଥିଲେ ।

ଏବେ ଆମେ ଏକତ୍ର ହୋଇଛୁ । ଅଭ୍ୟାସ ମ୍ୟାଚ୍‌ରେ ଅଧିକାଂଶ ଖେଳାଳିଙ୍କୁ ସୁଯୋଗ ଦିଆଯିବ । ଏହାଦ୍ୱାରା ଦଳୀୟ ଏକତା ଏବଂ ଆତ୍ମବିଶ୍ୱାସ ଦୃଢ଼ ହୋଇପାରିବ । ଦଳର ପ୍ରତ୍ୟେକ ଖେଳାଳି ୟୁଏଇ ପରିବେଶ ଓ ଜଳବାୟୁ ସହ ପରିଚିତ ହୋଇସାରିଛନ୍ତି । ଏବେ କେବଳ ସଠିକ୍‌ ତାଳମେଳ ଉପରେ ଗୁରୁତ୍ୱ ଦେଉଛୁ । କିଏ କେଉଁ କ୍ରମରେ ଖେଳିବ ଏହା ଆମ ପାଇଁ କୌଣସି ମାନେ ରଖେନି ।’

ସୂଚନାଯୋଗ୍ୟ, ରାହୁଲ ଆଇପିଏଲ୍‌-୧୪ରେ ତୃତୀୟ ସର୍ବାଧିକ ସ୍କୋରର ରହିଥିଲେ । ସେ ୧୩ଟି ମ୍ୟାଚ୍‌ରୁ ୬୨୮ରନ୍‌ ସଂଗ୍ରହ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୩୦ଟି ଛକା ମାରିଥିଲେ।

   Related Posts