Saturday, May 25, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହାଇଦ୍ରାବାଦ ଦିନିକିଆରେ ଟିମ୍ ଇଣ୍ଡିଆର ବାଜିମାତ୍ : ୬ଓ୍ବିକେଟରେ ଅଷ୍ଟ୍ରେଲିଆକୁ ହରାଇଲା

ହାଇଦ୍ରାବାଦ ଦିନିକିଆରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇଛି ଟିମ୍  ଇଣ୍ଡିଆ ।  ମହେନ୍ଦ୍ର ସିଂ ଧୋନି ଓ କେଦାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏହି ମ୍ୟାଚ୍  ଜିତିଛି । ପଞ୍ଚମ ୱିକେଟ ଯୋଡ଼ିରେ ଏହି ଦୁଇଜଣ ୧୪୧ ରନ୍ କରିବା ସହିତ ଭାରତକୁ ବିଜୟୀ କରାଯାଇଥିଲେ । କ୍ୟାପଟେନ କୋହଲି ୪୪ ରନ କରିଥିବା ବେଳେ ରୋହିତ ଶର୍ମା ୩୭ ଓ ଅମ୍ବାତି ରାୟୁଡୁ ୧୩ ରନ କରିଥିଲେ ।

୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୩୬ ରନ କରିଥିଲା । ଭାରତ ପକ୍ଷରୁ ମହମ୍ମଦ ସାମି, ଯଶପ୍ରୀତ ବୁମରା, କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ । କେଦାର ଯାଦବ ମ୍ୟାନ ଅଫ ଦି ମ୍ୟାଚ୍  ହୋଇଛନ୍ତି । ଟି-ଟ୍ବେଣ୍ଟି ସିରିଜ୍ ରେ ଅଷ୍ଟ୍ରେଲିଆ ୨-୦ରେ ଜିତିବା ପରେ ୱାନଡେ ସିରିଜରେ ଭାରତ ବିଜୟ ଧାରାକୁ ଫେରିଛି।

251 Views

   ସମ୍ବନ୍ଧିତ ଖବର