Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ମହିଳା ଦିବସରେ ଝିଅ ଭାମିକା ଓ ଅନୁଷ୍କାଙ୍କ ଫଟୋ ପୋଷ୍ଟ କରି ଶୁଭକାମନା ଜଣାଇଲେ କୋହଲି

8/03/2021 at 12:37 PM

ମୁମ୍ବାଇ ୦୮/୦୩ : ମହିଳା ଦିବସ ଅବସରରେ ଭାରତୀୟ କ୍ରିକେଟ କ୍ୟାପଟେନ ବିରାଟ କୋହଲି ନିଜ ଝିଅ ଭାମିକା ଓ ପତ୍ନୀ ଅନୁଷ୍କା ଶର୍ମାଙ୍କ ଫଟୋ ପୋଷ୍ଟ କରି ଶୁଭକାମନା ଜଣାଇଛନ୍ତି। କୋହଲି ସୋସିଆଲ ମିଡ଼ିଆରେ ଭାମିକା ଓ ଅନୁଷ୍କାଙ୍କ ଏକ ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି। କୋହଲି ଲେଖିଛନ୍ତି, ଅନୁଷ୍କା ତାଙ୍କ ଜୀବନର ସବୁଠାରୁ ମଜବୁତ ମହିଳା ଓ ତାଙ୍କ ଝିଅ ବି ଅନୁଷ୍କାଙ୍କ ଭଳି ହେଉ ବୋଲି ସେ ଚାହୁଁଛନ୍ତି।

ଫୋଟୋ ପୋଷ୍ଟ କରି କୋହଲି ଲେଖିଛନ୍ତି, ‘ଶିଶୁ ଜନ୍ମ କଲାବେଳେ ଦେଖିବା ସହଜ କଥା ନୁହେଁ। ଏହା ଅବିଶ୍ୱାସନୀୟ ଏବଂ ଆଶ୍ଚର୍ଯ୍ୟଜନକ ଅନୁଭବ। ଏହି ଦୃଶ୍ୟ ଦେଖିଲେ ଆପଣ ମହିଳାଙ୍କ ଅସଲ ତାକତ ଓ ଦିବ୍ୟତାକୁ ବୁଝି ପାରିବେ ଏବଂ ଭଗବାନ ମହିଳାଙ୍କ ଭିତରେ ଜୀବନ କାହିଁକି ସୃଷ୍ଟି କରିଛନ୍ତି ତାହା ବି ବୁଝି ପାରିବେ। ମହିଳାମାନେ ପୁରୁଷଙ୍କ ତୁଳନାରେ ବହୁତ ମଜବୁତ।’

ଅନୁଷ୍କାଙ୍କୁ ମହିଳା ଦିବସର ଶୁଭକାମନା ଜଣାଇ କୋହଲି ଲେଖିଛନ୍ତି, ‘ମୋ ଜୀବନର ସବୁଠାରୁ ମଜବୁତ ଓ ସଫ୍ଟ ହାର୍ଟ ମହିଳାକୁ ମହିଳା ଦିବସର ଶୁଭକାମନା। ତାକୁ ବି ଶୁଭକାମନା ଯିଏ ଭବିଷ୍ୟତରେ ନିଜ ମା’ ଭଳି ହେବ। ଦୁନିଆର ସବୁ ଅଦ୍ଭୁତ ମହିଳାଙ୍କୁ ମଧ୍ୟ ମହିଳା ଦିବସର ଶୁଭକାମନା।’

ଚାଳିତ ବର୍ଷ ବିରାଟ ଅନୁଷ୍କାଙ୍କ ପାଇଁ ବହୁତ ଖାସ। ଜାନୁଆରୀ ୧୧ ତାରିଖରେ ବିରୁସ୍କାଙ୍କ ଜୀବନରେ ତାଙ୍କ ଝିଅର ଆଗମନ ହୋଇଛି। ଏହି ମୁହୂର୍ତ୍ତ ଉଭୟଙ୍କ ପାଇଁ ବହୁତ ଖାସ।

   Related Posts