ଅମ୍ପାୟରଙ୍କ ଭୁଲ ନିଷ୍ପତ୍ତି ଉପରେ ଭଡକିଲେ ବିରାଟ, କଣ କହିଲେ ଦେଖନ୍ତୁ ଭିଡ଼ିଓ....

Published By : Prameya-News7 Bureau | December 06, 2021 IST

ନୂଆଦିଲ୍ଲୀ ୦୬/୧୨: ଓ୍ୱାଙ୍ଖଡେ ଟେଷ୍ଟରେ ଦମଦାର ବିଜୟ ହାସଲ କରିଛି ଭାରତ । ନ୍ୟୁଜିଲାଣ୍ଡକୁ ୩୭୨ ରନରେ ହରାଇଛି ଭାରତ । ଏହାସହ ସିରିଜକୁ ୧-୦ରେ କବଜା କରିନେଇଛି ବିରାଟ ବାହିନୀ । ଗତକାଲି ଦ୍ୱିତୀୟ ଇଂନିସ ଖେଳ ଚାଲିଥିବାବେଳେ ମ୍ୟାଚ୍ ବିଜୟ ନେଇ ଦମ ଦେଖାଉଥିଲା ଭାରତୀୟ ଦଳ । ତେବେ ଏହି ଇଂନିସରେ ଅମ୍ପାୟରଙ୍କ ଭୁଲ ନିଷ୍ପତ୍ତି ନେଇ ହଇଚଇ ସୃଷ୍ଟି ହୋଇଛି ।

କେବଳ ଏଇ ଗୋଟିଏ ମ୍ୟାଚ୍ ନୁହେଁ ଏମିତି କିଛି ସମୟ ଆସିଛି ଯେଉଁଥିପାଇଁ DRS କାରଣରୁ ଅମ୍ପାୟରଙ୍କୁ ତାଙ୍କ ନିଷ୍ପତ୍ତି ବଦଳାଇବାକୁ ପଡିଛି । ସେମିତି କାଲି ମ୍ୟାଚର ତୃତୀୟ ଦିନରେ ଭାରତୀୟ ଅଧିନାୟକ ବିରାଟ କୋହଲି ଅମ୍ପାୟରଙ୍କ ଭୁଲ ନିଷ୍ପତ୍ତି ଉପରେ ରାଗି ଯାଇଥିଲେ । ପରେ ସେ ଅମ୍ପାୟରଙ୍କୁ କିଛି କଟାକ୍ଷ କରି କହୁଥିବାର ନଜର ଆସିଥିଲା । କୋହଲିଙ୍କ ଏହି କଟାକ୍ଷ ଏବେ ସୋସିଆଲ ମିଡିଆରେ ଏହି ଭାଇରାଲ ହେବାରେ ଲାଗିଛି ।

wp:html /wp:html

ଯେଉଁଠାରେ ବିରାଟ ଅମ୍ପାୟରଙ୍କୁ କହିଛନ୍ତି, 'ଆରେ ଏ କଣ କରୁଛ ତମେ' । ଦୟାକରି ତମେ ମୋ ସ୍ଥାନକୁ ଆସି ଖେଳ, ମୁଁ ତମ ସ୍ଥାନକୁ ଯାଇ ଅମ୍ପେୟାରିଂ କରୁଛି । ସୂଚନା ଥାଉକି, କିଓ୍ୱି ଦଳର ବ୍ୟାଟର ଟ୍ରେଲର ବ୍ୟାଟିଂ କରୁଥିଲେ ଓ ଅକ୍ଷର ପଟେଲ ବୋଲିଂ କରୁଥିଲେ । ତେବେ ଏଇ ସମୟରେ ୱିକେଟ୍ ରକ୍ଷକଙ୍କ ସାଇଟରେ କଟ୍ ହୋଇ ବଲଟି ବାଉଣ୍ଡରୀ ହୋଇଯାଏ । ତେବେ ଏହି ୪ ରନ ବାଏ ବଦଳରେ ଅମ୍ପେୟାର ବ୍ୟାଟ୍ସମ୍ୟାନଙ୍କ ଖାତାରେ ଯୋଡି ଦିଅନ୍ତି ।

wp:html /wp:html

ଅମ୍ପାୟାର ଅନୁଭବ କରିଥିଲେ ଯେ ବଲ୍ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟକୁ ଛୁଇଁ ସୀମା ଅତିକ୍ରମ କରିଛି । ତେବେ ଅମ୍ପାୟରଙ୍କ ଏହି ନିଷ୍ପତ୍ତିକୁ ବିରାଟ ଭୁଲ ଅନୁଭବ କରିଥିଲେ । ସେ ଏଥିରେ ଅସନ୍ତୁଷ୍ଟ ଦେଖାଯାଉଥିଲେ । ସେଥିପାଇଁ ସେ ଅମ୍ପାୟରଙ୍କୁ ପରିହାସ କରିବା ସହ ତାଚ୍ଛଲ୍ୟ କରି ଏମିତି କହିଥିଲେ । କୋହଲିଙ୍କ ଏହି କଥା ମାଇକରେ କଏଦ ହୋଇଥିଲା, ଯାହାକୁ ସମସ୍ତେ ଶୁଣିଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.