ଫସିଗଲେ କୋହଲି : ଏହି ଖେଳାଳିଙ୍କ ପାଇଁ ହ୍ୟାଟ୍ରିକ ମ୍ୟାନ ସାମୀଙ୍କୁ ଟିମରୁ ବାହାର କରିଦେବେ କି ?

Published By : Prameya-News7 Bureau | June 28, 2019 IST

ମଞ୍ଚେଷ୍ଟର ୨୮/୬ : ଆଇସିସି କ୍ରିକେଟ ବିଶ୍ୱକପରେ ଭାରତ ବିଜୟ ରଥରେ ଆଗକୁ ବଢି ଚାଲିଛି । କିନ୍ତୁ ଏବେ ଟିମ ମ୍ୟାନେଜମେଣ୍ଟ ଏବଂ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ସ୍ପିଡ଼ ବୋଲର ଚୟନ ମୁଣ୍ଡ ବିନ୍ଧାର କାରଣ ପ୍ରମାଣିତ ହୋଇପାରେ । ଜୁନ ୧୬ ତାରିଖରେ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବା ବେଳେ ସ୍ପିଡ଼ ବୋଲର ଭୁବନେଶ୍ୱର କୁମାର ଆହତ ହୋଇଥିବା ଯୋଗୁଁ ଆଫଗାନିସ୍ତାନ ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷରେ ମ୍ୟାଚ ଖେଳି ପାରିନଥିଲେ ।

{"id":128233}

ଭୁବନେଶ୍ୱର କୁମାରଙ୍କ ଜାଗାରେ ମହମ୍ମଦ ସାମୀଙ୍କୁ ପ୍ଲେଇଙ୍ଗ ଇଲେଭେନ ସାମିଲ କରାଯାଇଥିଲା । ସାମୀ ଉଭୟ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲେ । ଆଫଗାନିସ୍ତାନ ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷରେ ସାମୀ ୪ଟି ଲେଖାଏଁ ୱିକେଟ ନେଇଥିଲେ । ଏଥିରେ ସାମୀଙ୍କ ହ୍ୟାଟ୍ରିକ ମଧ୍ୟ ସାମିଲ ରହିଛି ।

{"id":128238}

ଏବେ ପ୍ରଶ୍ନ ଉଠୁଛି ଭୁବନେଶ୍ୱର କୁମାର ଫିଟ ହେବ ପରେ ପ୍ଲେଇଙ୍ଗ ଇଲେଭେନରେ ସାମୀଙ୍କ ଜାଗାରେ ପୁଣି ଖେଳିବ ନା ନାହିଁ । କୋହଲି ଭୁବନେଶ୍ୱରଙ୍କ ପାଇଁ ସାମୀଙ୍କୁ ଟିମରୁ ବାହାର କରିଦେବେ କି ?

{"id":128235}

ଏହି ପ୍ରସଙ୍ଗରେ ବିରାଟ କୋହଲି ଏବଂ ଟିମ ମ୍ୟାନେଜମେଣ୍ଟ ବଡ ଦ୍ବନ୍ଦ୍ବରେ ଫସି ଯାଇଛନ୍ତି । ଯଶପ୍ରୀତ ବୁମରାହା ପ୍ଲେଇଙ୍ଗ ଇଲେଭେନରୁ ବାହାରିବେ ନାହିଁ । କିନ୍ତୁ ଟିମରେ ମହମ୍ମଦ ସାମୀଙ୍କୁ ସାମିଲ କରିବା ପରେ ଭୁବନେଶ୍ୱର କୁମାର ଫେରିବେ ନ ନାହିଁ ସେନେଇ ଆଶଙ୍କା ସୃଷ୍ଟି ହୋଇଛି । 

{"id":128236}

ବିରାଟ କୋହଲିଙ୍କ ପାଇଁ ବୁମରାହା, ସାମୀ ଏବଂ ଭୁବନେଶ୍ୱରଙ୍କୁ ଏକସଙ୍ଗେ ଟିମରେ ସାମିଲ କରାଇବା ସମ୍ଭବ ହେବନାହିଁ । ଏଥିପାଇଁ କୁଲଦୀପ ଯାଦବ କିମ୍ବା ୟୁଜବେନ୍ଦ୍ର ଚହଲଙ୍କୁ ପ୍ଲେଇଙ୍ଗ ଇଲେଭେନରୁ ବାହାର କରିବାକୁ ପଡିବ । ନଚେତ କୌଣସି ବ୍ୟାଟ୍ସମ୍ୟାନଙ୍କୁ ବାହାର କରିବାକୁ ପଡିବ । ତେବେ ବ୍ୟାଟ୍ସମ୍ୟାନ ବାହାରିଗଲେ ଟିମର ସନ୍ତୁଳନ ବିଗିଡି ଯାଇପାରେ ।

{"id":128237}

ଭୂବନେଶ୍ୱର କୁମାର ୱେଷ୍ଟଇଣ୍ଡିଜ ବିପକ୍ଷରେ ମ୍ୟାଚ ଖେଳିପାରିନଥିଲେ । କିନ୍ତୁ ୩୦ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳି ପାରନ୍ତି । ଯଦି ଇଂଲଣ୍ଡ ମ୍ୟାଚ ପାଇଁ ସେ ଫିଟ ହୋଇଯାନ୍ତି ତାହେଲେ ଟିମ ପ୍ରବନ୍ଧନଙ୍କୁ ଟିମ ଚୟନ କରିବା ପାଇଁ ମୁଣ୍ଡ ଖଟିବାକୁ ପଡିବ । କାରଣ ଭୁବନେଶ୍ୱରଙ୍କ ଜାଗାରେ ଖେଳି ସାମୀ ଆଫ୍ଗାନ ବିପକ୍ଷରେ ହ୍ୟାଟ୍ରିକ କରିଛନ୍ତି । ଲଗାତାର ଦୁଇଟି ମ୍ୟାଚରେ ସେ ୪ଟି ୱିକେଟ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.