Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଦମଦାର୍ କ୍ୟାଚ୍ ନେଲେ ଜାଡେଜା, କିନ୍ତୁ ନଟଆଉଟ୍ ଦେଲେ ଅମ୍ପାୟାର : ରାଗିଗଲେ କୋହଲି

4/11/2021 at 11:05 AM

ନୂଆଦିଲ୍ଲୀ ୦୪/୧୧:  ଟି୨୦ ବିଶ୍ୱକପରେ ଭାରତୀୟ ଦଳ ପ୍ରଥମ ବିଜୟ ହାସଲ କରିଛି । ବୁଧବାର ଆବୁଧାବିରେ ଖେଳାଯାଇଥିବା ମୁକାବିଲାରେ ବିରାଟ ବାହିନୀ ଆଫଗାନିସ୍ତାନକୁ ୬୬ ରନରେ ମାତ୍ ଦେଇଛି । ମ୍ୟାଚରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ବିରୋଧରେ କରିଥିବା ଭୁଲ ଦଳ ଆଉ ଦୋହରାଇନଥିଲା ।

ମୁକାବିଲାରେ ରୋହିତ ଶର୍ମା ୭୪ ଓ କେଏଲ ରାହୁଲ ୬୯ ରନର ଦମଦାର ପାଳି ଖେଳିଥିଲେ । ଉଭୟ ପ୍ରଥମ ଓ୍ୱିକେଟରେ ୧୪୦ ରନ୍ ସ୍କୋର କରିଥିଲେ । କିନ୍ତୁ ରବୀନ୍ଦ୍ର ଜାଡେଜାଙ୍କ ଫିଲ୍ଡିଂ ସମସ୍ତଙ୍କ ହୃଦୟ ଜିତିଥିଲା । ଜାଡେଜା ଶାମିଙ୍କ ଏକ ବଲରେ ଅସମ୍ଭବ କ୍ୟାଚ୍ ଧରିଥିଲେ । କିନ୍ତୁ ତୃତୀୟ ଅମ୍ପାୟାର ବ୍ୟାଟସମ୍ୟାନଙ୍କୁ ନଟଆଉଟ୍ ଦେଇଥିଲେ । ଏହା ଆଫଗାନିସ୍ତାନ ପାଳିର ୧୯ ତମ ଓଭରରେ ଘଟିଥିଲା ।

ଏହି ଓଭରରେ ମହମ୍ମଦ ଶାମିଙ୍କ ଦ୍ୱିତୀୟ ବଲରେ କରୀମ ଜନ୍ନତ ଏକ ବଡ ସଟ୍ ଲଗାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କ ଟାଇମିଂ ଠିକ୍ ନଥିଲା । ରବୀନ୍ଦ୍ର ଜାଡେଜା ଡାଇଭ୍ କରି ଏହି କ୍ୟାଚ୍ ଧରିନେଇଥିଲେ । ଜାଡେଜା କ୍ୟାଚ୍ ଧରିବା ପରେ ଖୁସି ମନାଇଥିଲେ । କିନ୍ତୁ ଫିଲ୍ଡ ଅମ୍ପାୟାର ସଫ୍ଟ୍ ସିଗ୍ନାଲ ଦେଇ ତୃତୀୟ ଅମ୍ପାୟାରଙ୍କ ପାଖକୁ ନିଷ୍ପତ୍ତି ପଠାଇଥିଲେ । ତୃତୀୟ ଅମ୍ପାୟାର ବ୍ୟାଟସମ୍ୟାନଙ୍କ ସପକ୍ଷରେ ନିଷ୍ପତ୍ତି ଦେଇଥିଲେ ।

ଏହି ନିଷ୍ପତ୍ତି ଅନେକଙ୍କୁ ଚକିତ କରିଦେଇଥିଲା । ଜାଡେଜା ଓ କୋହଲି ଅସନ୍ତୋଷ ବ୍ୟକ୍ତ କରିଥିଲେ । ତେବେ ଅମ୍ପାୟାରଙ୍କ ଏହି ନିଷ୍ପତ୍ତି ମ୍ୟାଚ୍ ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା । କାରଣ ସେତେବେଳକୁ ଭାରତର ବିଜୟ ସ୍ପଷ୍ଟ ହୋଇସାରିଥିଲା ।

   Related Posts