Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଏକଦିବସୀୟ ସିରିଜର ତୃତୀୟ ମ୍ୟାଚରେ ବିରାଟଙ୍କ ଆଙ୍ଗୁଠିରେ ଲାଗିଛି ଆଘାତ, ଟେଷ୍ଟ ସିରିଜ ଖେଳିବା ନେଇ ସନ୍ଦେହ…

15/08/2019 at 4:11 PM

ନୂଆଦିଲ୍ଲୀ୧୫|୮: ଏକଦିବସୀୟ ସିରିଜରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ତୃତୀୟ ମ୍ୟାଚ ଜିତିବା ସହ ସିରିଜ କବଜା କରିସାରିଛି। ଏହି ମ୍ୟାଚରେ ବିରାଟ କୋହଲିଙ୍କ ଦମଦାର ଶତକ ହାସଲ କରିବା ସହ ଭାରତୀୟ ଟିମ ବିଜୟ ହାସଲ କରିଥିଲା। ଏହି ମ୍ୟାଚ ସମୟରେ ବିରାଟ କୋହଲିଙ୍କ ଆଙ୍ଗୁଳିରେ ଆଘାତ ଲାଗିଛି। ମ୍ୟାଚ ଶେଷ ହେବାପରେ ବିରାଟ ଏ ସଂପର୍କରେ ସୂଚନା ଦେଇଥିଲେ।

ବର୍ଷା କାରଣରୁ ଏହି ସିରିଜର ତୃତୀୟ ମ୍ୟାଚକୁ ୩୫-୩୫ ଓଭର ଲେଖାଏଁ ଖେଳାଯାଇଥିଲା। ଓ୍ବେଷ୍ଟଇଣ୍ଡିଜ ଟିମର ଓ୍ବପର୍ନର କ୍ରିସ ଗେଲ ୭୨ ରନ ସଂଗ୍ରହ କରିଥିଲେ। ଏଥିସହ ୭ ଓ୍ବିକେଟ ହରାଇ ୨୪୦ ରନ ସଂଗ୍ରହ କରିଥିଲା ଘରୋଇ ଦଳ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ବିରାଟ କୋହଲି ୧୧୪ ରନ ସଂଗ୍ରହ କରିବା ସହ ୩୨.୩ ଓଭରରେ ୪ ଓ୍ବିକେଟ ହରାଇ ଭାରତ ବିଜୟ ହାସଲ କରିଥିଲା।

ଏକଦିବସୀୟ ସିରିଜ୍‌ର ତୃତୀୟ ମ୍ୟାଚର ୨୭ତମ ଓଭରରେ ଓ୍ବେଷ୍ଟଇଣ୍ଡିଜର ଦ୍ରୁତ ବୋଲର କେମାର ରୋଚଙ୍କ ବୋଲିଂରେ ବିରାଟଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏହି ଆଘାତ ପରେ ମଧ୍ୟ ବିରାଟ ଶେଷ ପର୍ଯ୍ୟନ୍ତ ଖେଳ ଜାରି ରଖିଥିଲେ। ମ୍ୟାଚ ଶେଷ ପରେ ବିରାଟ କହିଥିଲେ ଯେ, ଆଙ୍ଗୁଠିରେ ଗୁରୁତର ଆଘାତ ଲାଗିଥିଲେ ସେ ଶେଷ ପର୍ଯ୍ୟନ୍ତ ଖେଳି ପାରିନଥାନ୍ତେ। ଏହି ଆଘାତରେ ବିରାଟଙ୍କ ନଖ ମଧ୍ୟ ଭାଙ୍ଗି ଯାଇଥିଲା। ଏହି ଆଘାତରେ ତାଙ୍କ ଆଙ୍ଗୁଳି ଫ୍ରାକ୍‌ଚର ହୋଇନାହିଁ ବୋଲି ବିରାଟ କହିଥିଲେ। ଟେଷ୍ଟ ସିରିଜ ପୂର୍ବରୁ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ପଡିବ ବୋଲି ବରାଟ ମଧ୍ୟ କହିଛନ୍ତି।

   Related Posts