Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||

ପୁଣି ନିରାଶ କଲେ କୋହଲି : ଇଂଲଣ୍ଡ ବିପକ୍ଷ ସିରିଜରେ ଡବଲ୍ ଡକ୍, ଟେଷ୍ଟ କ୍ୟାରିୟରରେ ଏତେ ଥର ଶୂନରେ ହେଲେଣି ଆଉଟ୍

5/03/2021 at 3:24 PM

ଅହମ୍ମଦାବାଦ ୦୫/୦୩ : ଭାରତୀୟ ଅଧିନାୟକ ବିରାଟ କୋହଲି ପୁଣି ଥରେ ନିରାଶ କରିଛନ୍ତି । ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟର ଦ୍ବିତୀୟ ଦିନରେ କୋହଲି ପୁଣି ଥରେ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଅଧିନାୟକଙ୍କ ନିକଟରୁ ଏକ ବଡ ଇନିଂସ ଆଶା କରାଯାଉଥିବା ବେଳେ ନିରାଶ କରିଛନ୍ତି କୋହଲି ।

ବେନ୍‌ ଷ୍ଟୋକସଙ୍କ ବଲ୍‌ରେ ଓ୍ବିକେଟ୍‌ କିପର ବେନ୍‌ ଫୋକସ୍‌ଙ୍କ ହାତକୁ କ୍ୟାଚ୍‌ ଦେଇଥିଲେ କୋହଲି । ଭ୍ରମଣକାରୀ ଇଂଲଣ୍ଡ ବିପକ୍ଷରେ ଚଳିତ ସିରିଜ୍‌ରେ ଦ୍ବିତୀୟ ଥର ପାଇଁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍‌ ଫେରିଛନ୍ତି । ଚେନ୍ନାଇରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଖାତା ଖୋଲି ପାରିନଥିଲେ କୋହଲି । ମୋଇନ୍‌ ଅଲ୍ଲୀଙ୍କ ଏକ ଚମତ୍କାର ବଲକୁ ବୁଝି ନପାରି କ୍ଳିନ୍‌ ବୋଲ୍ଡ ହୋଇଥିଲେ ବିରାଟ ।

କୋହଲିଙ୍କ ଟେଷ୍ଟ କ୍ୟାରିୟରରେ ଏହା ଦ୍ବିତୀୟ ଥର ହୋଇଛି, ଯେତେବେଳେ କି କୌଣସି ସିରିଜ୍‌ରେ ଦ୍ବିତୀୟ ଥର ପାଇଁ ଶୂନରେ ଆଉଟ ହୋଇଛନ୍ତି ।ଏହା ପୂର୍ବରୁ ୨୦୧୪ରେ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ଗୋଟିଏ ସିରିଜରେ ଦୁଇ ଥର ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ ।

ନିଜ ଟେଷ୍ଟ କ୍ୟାରିୟର ମଧ୍ୟ​‌ରେ କୋହଲି ମୋଟ ୧୨ ଥର ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଏହା ସହିତ ବେନ୍‌ ଷ୍ଟୋକସ୍‌ ୫ମ ଥର ପାଇଁ କୋହଲିଙ୍କ ଟେଷ୍ଟ ଓ୍ବିକେଟ୍‌ ଶିକାର କରିଛନ୍ତି । ୨୦୧୯ ମସିହାରେ ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଶେଷ ଥର ପାଇଁ ଶତକ ହାସଲ କରିଥିଲେ । ଏହା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କୋହଲି ଗୋଟିଏ ବି ଶତକ ହାସଲ କରିନାହାନ୍ତି । ଉକ୍ତ ଟେଷ୍ଟ ପରେ କୋହଲି ମୋଟ ୧୨ଟି ଇନିଂସ ଖେଳିଥିବା ବେଳେ ଯଥାକ୍ରମେ-୨, ୧୯, ୩, ୧୪, ୭୪, ୪, ୧୧, ୭୨, ୦, ୬୨, ୨୭ ଏବଂ ୦ ରନ୍‌ କରିଛନ୍ତି ବିରାଟ କୋହଲି ।

   Related Posts