Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||

ଅ‌ଷ୍ଟ୍ରେଲିଆ ବିପକ୍ଷ ଶେଷ ୨ ଟେଷ୍ଟରୁ ବାଦ ପଡି ପାରନ୍ତି କୋହଲି, ଜାଣନ୍ତୁ କଣ ରହିଛି କାରଣ

8/11/2020 at 2:40 PM

ନୂଆଦିଲ୍ଲୀ ୦୮/୧୧ : ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ଚଳିତ ମାସରେ ଅ‌ଷ୍ଟ୍ରେଲିଆ ଗସ୍ତରେ ଯିବ । ଏହି ଗସ୍ତରେ ୩ଟି ଦିନିକିଆ, ୩ ଟି ଟି-ଟ୍ବେଣ୍ଟି ଏବଂ ୪ଟି ଟେଷ୍ଟ ମ୍ୟାଚ ଖେଳିବ ଭାରତ । ଆସନ୍ତା ଡିସେମ୍ବର ଏବଂ ଜାନୁୟାରୀରେ ଅ‌ଷ୍ଟ୍ରେଲିଆ ବିପକ୍ଷରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ ଭାରତ । ତେବେ ଅଧିନାୟକ ବିରାଟ କୋହଲି ଶେଷ ୨ ଟେଷ୍ଟ ମ୍ୟାଚ୍ ଖେଳିବା ନେଇ ଆଶଙ୍କା ଦେଖାଦେଇଛି ।

ଜାନୁୟାରୀରେ କୋହଲି ପିତା ହେବାକୁ ଯାଉଥିବାରୁ ଶେଷ ୨ଟି ଟେଷ୍ଟ ଖେଳି ନପାରନ୍ତି । କୋହଲିଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଆସନ୍ତା ଜାନୁୟାରୀରେ ମା ହେବାକୁ ଯାଉଛନ୍ତି । ତେବେ କୋହଲି ଶେଷ ୨ ଟେଷ୍ଟ ନଖେଳିବା ନେଇ ଏଯାଏଁ ବିସିସିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ସୂତ୍ର ଅନୁସାରେ ୧୭ ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା ମ୍ୟାଚ ପୂର୍ବରୁ କୋହଲି ଭାରତ ଫେରିପାରନ୍ତି । ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ କୋହଲି ପ୍ରଥମ ୨ ମ୍ୟାଚ ଖେଳିବେ ଏବଂ ତା ପରେ ସେ ଚାହିଁଲେ ଶେଷ ୨ ମ୍ୟାଚରୁ ଓହରି ଭାରତ ଫେରିପାରିବେ ।

ବିସିସିଆଇ ପୂର୍ବରୁ ମଧ୍ୟ ବହୁ ଖେଳାଳିଙ୍କୁ ପିତୃତ୍ବ ଅବକାଶ ନେବାକୁ ପ୍ରୋତ୍ସାହିତ କରିଛି ଏବଂ କୋହଲିଙ୍କ କ୍ଷେତ୍ରରେ ମଧ୍ୟ ପ୍ରୋତ୍ସାହିତ କରିବ । କୋହଲି ଚାହିଁଲେ ଗୋଟିଏ ଟେଷ୍ଟ ମ୍ୟାଚରୁ ଓହରି ଭାରତ ଫେରି ପୁଣି ଯାଇପାରିବେ କିନ୍ତୁ କରୋନା ଗାଇଡଲାଇନ ଅନୁସାରେ ୧୪ ଦିନିଆ କ୍ବାରେଣ୍ଟାଇନ ବ୍ୟବସ୍ଥା ଥିବାରୁ ଏହା ସମ୍ଭବ ହୋଇପାରିବ ନାହିଁ । କୋହଲିଙ୍କ ଅନୁପସ୍ଥିତିରେ କେ ଏଲ ରାହୁଲଙ୍କୁ ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ ସୁଯୋଗ ମିଳିପାରେ ।

   Related Posts