Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଟି-୨୦ ଫର୍ମାଟ୍‌ରେ କୋହଲିଙ୍କ ରେକର୍ଡ, ପ୍ରଥମ ଭାରତୀୟ ବ୍ୟାସଟସମ୍ୟାନ ଭାବେ ପୂରଣ କଲେ ୧୦ ହଜାର ରନ

26/09/2021 at 8:54 PM

ଦୁବାଇ ୨୬।୦୯: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ଇତିହାସ ରଚିଛନ୍ତି ବିରାଟ କୋହଲି। ସେ ଟି-୨୦ ଫର୍ମାଟ୍‌ରେ ୧୦ ହଜାର ରନ ପୂରଣ କରିବାରେ ପ୍ରଥମ  ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ବିଶ୍ଵ କ୍ରିକେଟ୍‌ରେ ଏମିତି ଉପଲବ୍ଧି ହାସଲ କରିବାରେ କୋହଲି ହେଉଛନ୍ତି ପଞ୍ଚମ ଖେଳାଳି। ଏହା ପୂର୍ବରୁ ଓ୍ଵେଷ୍ଟଇଣ୍ଡିଜର କ୍ରିସ୍ ଗେଲ୍ ଓ କିରଣ ପୋଲାର୍ଡ, ପାକିସ୍ତାନର ସୋଏବ ମଲିକ ଓ ଅଷ୍ଟ୍ରେଲିଆର ଡେଭିଡ୍ ଓ୍ଵାର୍ଣ୍ଣର ଟି-୨୦ ଫର୍ମାଟ୍‌ରେ ୧୦ ହଜାର ରନ ପୂରଣ କରି ସାରିଛନ୍ତି। ଗେଲ୍‌ଙ୍କ ପରେ କୋହଲି ଦ୍ରୁତତମ  ୧୦ ହଜାର ରନ ପୂରଣ କରିଛନ୍ତି।

ଟି-୨୦ରେ ସବୁଠୁ ଅଧିକ ରନ କରିଥିବା ଭାରତୀୟ ବ୍ୟାଟସମ୍ୟାନ

ଭାରତ ପକ୍ଷରୁ ବିରାଟ କୋହଲିଙ୍କ ପରେ ଟି-୨୦ ଫର୍ମାଟରେ ସବୁଠୁ ଅଧିକ ରନ ରୋହିତ ଶର୍ମା କରିଛନ୍ତି। ସେ ୩୫୧ ମ୍ୟାଚ୍‌ର ୩୩୮ ଇନିଂସରେ ମୋଟ୍ ୯୩୪୮ ରନ କରିଛନ୍ତି। ଏହି ସମୟରେ ହିଟମ୍ୟାନ୍ ଛଅ ଶତକ ଓ ୬୫ ଅର୍ଦ୍ଧଶତକ ହାସଲ କରିଛନ୍ତି। କୋହଲି  ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଆଜି ମ୍ୟାଚ୍‌ରେ ୧୩ ରନ କରିବା ମାତ୍ରେ ଏହି ଖାସ୍ ଉପଲବ୍ଧି ହାସଲ କରିଛନ୍ତି। କୋହଲି ଟି-୨୦ କ୍ୟାରିୟରର ୨୯୯ତମ ଇନିଂସରେ ୧୦ ହଜାର ରନ କରିଛନ୍ତି। ଏଥିରେ ପାଞ୍ଚ ଶତକ ଏବଂ ୭୩ ଅର୍ଦ୍ଧଶତକ ସାମିଲ୍। କୋହଲିଙ୍କ ସର୍ବଶ୍ରେଷ୍ଠ ସ୍କୋର ୧୧୩ ରନ ରହିଛି। ଏହା ପୂର୍ବରୁ କୋହଲି ଆଇପିଏଲରେ ୬ ହଜାର ରନ କରିବାରେ ଏକ ମାତ୍ର ବ୍ୟାଟସମ୍ୟାନ ହୋଇଥିଲେ।

ବିଶ୍ଵ କ୍ରିକେଟ୍‌ରେ ଟି-୨୦ରେ ସର୍ବାଧକ ରନ

କ୍ରିସ୍ ଗେଲ୍- ୧୪୨୬୧ ରନ

କିରଣ ପୋଲାର୍ଡ- ୧୧୧୭୪ ରନ

ସୋଏବ ମଲିକ- ୧୦୮୦୮ ରନ

ଡେଭିଡ୍ ଓ୍ଵାର୍ଣ୍ଣର- ୧୦୦୧୭ ରନ

ବିରାଟ କୋହଲି – ୧୦,୦୦୦* ରନ

   Related Posts