Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ପୂର୍ବରୁ ଟିମ ଇଣ୍ଡିଆର ପ୍ଲାନ ଲିକ୍, କୋହଲି ଏବଂ ଶାସ୍ତ୍ରୀଙ୍କ ଅଡିଓ ଭାଇରାଲ

3/06/2021 at 4:55 PM

ନୂଆଦିଲ୍ଲୀ ୦୩/ ୦୬ : ଭାରତୀୟ କ୍ରିକେଟ ଟିମ ୪ ମାସର ଲମ୍ବା ସିରିଜ ପାଇଁ ଗୁରୁବାର ଇଂଲଣ୍ଡ ଗସ୍ତରେ ଯାଇଛି । ଜୁନ ୧୮ରୁ୨୨ ଯାଏଁ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଏହା ପରେ ଅଗଷ୍ଟ ୪ ତାରିଖରୁ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ ଭାରତ । ତେବେ ଗସ୍ତ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଟିମର ମୁଖ୍ୟ କୋଚ ରବି ଶାସ୍ତ୍ରୀ ପ୍ରେସ୍‌ କନଫରେନ୍ସ କରିଛନ୍ତି । କିନ୍ତୁ ଗଣମାଧ୍ୟମକୁ ବିବୃତି ଦେବା ପୂର୍ବରୁ କୋହଲି ଏବଂ ରବି ଶାସ୍ତ୍ରୀଙ୍କର ଏକ ଅଡିଓ ରେକର୍ଡ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ହେଉଥିବା ଅଡିଓରେ ବିରାଟ କୋହଲି ଏବଂ କୋଚ ରବି ଶାସ୍ତ୍ରୀ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ ବିଷୟରେ ଆଲୋଚନା କରୁଛନ୍ତି । ଏହି ଅଡିଓରେ ରବି ଶାସ୍ତ୍ରୀ, ବୋଲ୍ଟ ଏବଂ ଓ୍ବାଗନରଙ୍କ ବିଷୟରେ କଥା ହେଉଛନ୍ତି । କୋହଲି କହୁଛନ୍ତି, ‘ଆମେ ତାଙ୍କୁ ରାଉଣ୍ଡ ଦ ଓ୍ବିକେଟ୍‌ ବୋଲିଂ କରିବା, ଲେପ୍ଟ ହ୍ୟାଣ୍ଡର୍ସ ଅଛନ୍ତି, ଲାଲା ସିରାଜ ସମସ୍ତଙ୍କୁ ଆରମ୍ଭରୁ ହିଁ ଲଗାଇଦେବା ।


ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡର ୫ ଜଣ ଉପର ଅର୍ଡର ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଡେଓ୍ବାନ କୋନଓ୍ବେ, ଟମ ଲାଥାମ୍‌ ଏବଂ ହେନରୀ ନିକୋଲ୍ସ ବାମହାତୀ ବ୍ୟାଟ୍ସମ୍ୟାନ । WTC ଫାଇନାଲ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଦଳ ଇଂଲଣ୍ଡ ବିପକ୍ଷରେ ଦୁଇଟି ଟେଷ୍ଟ ସିରିଜ ଖେଳୁଛି। ଏହା ସହିତ କିୱି ଖେଳାଳିମାନେ ଡ୍ୟୁକ୍ ବଲ୍ ସହିତ ଅଭ୍ୟାସ କରିବାର ସୁଯୋଗ ପାଇଛନ୍ତି | ଅନ୍ୟପକ୍ଷରେ ଇଂଲଣ୍ଡ ପହଞ୍ଚିବା ପରେ ଭାରତୀୟ ଦଳକୁ କ୍ବାରେଣ୍ଟାଇନରେ ରହିବାକୁ ପଡ଼ିବ। ଭାରତୀୟ ଦଳ ଫାଇନାଲ ପୂର୍ବରୁ କେବଳ ଚାରିଟି ଅଭ୍ୟାସ ସେସନ ପାଇବ। ତେବେ ଅଧିନାୟକ କୋହଲି ଏ ବିଷୟରେ ଚିନ୍ତିତ ନୁହଁନ୍ତି। କୋହଲି ବିଶ୍ୱାସ କରନ୍ତି ଯେ ଅତୀତରେ ଇଂଲଣ୍ଡରେ ଖେଳିବାର ଅଭିଜ୍ଞତା ତାଙ୍କୁ ପରିସ୍ଥିତି ସହ ଖାପ ଖୁଆଇବ ।

   Related Posts