Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ICC ODI Rankings : ଶୀର୍ଷ-୨ରେ କୋହଲି ଓ ରୋହିତଙ୍କ ରାଜୁତି, ବୋଲିଂରେ ବୁମରା ଦ୍ଵିତୀୟରେ

17/09/2020 at 5:36 PM

ନୂଆଦିଲ୍ଲୀ ୧୭।୦୯: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ସମାପ୍ତ ପରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ସଦ୍ୟତମ ଦିନିକିଆ ମାନ୍ୟତା ଜାରି କରିଛି। ବ୍ୟାଟିଂ ମାନ୍ୟତାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମା ପ୍ରଥମ ଦୁଇଟି ସ୍ଥାନରେ  ରହିଛନ୍ତି। କୋହଲି ୮୭୧ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଏବଂ ରୋହିତ ଶର୍ମା ୮୫୫ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ଅଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଦମଦାର ପ୍ରଦର୍ଶନ କରିଥିବା ଇଂଲଣ୍ଡର ଜୋନି ବେୟାରଷ୍ଟୋ ୩ଟି ସ୍ଥାନ ଉପରକୁ ଉଠି ବ୍ୟାଟିଂ ତାଲିକାର ଶୀର୍ଷ ୧୦ରେ ପ୍ରବେଶ କରିଛନ୍ତି। ଅନ୍ୟପଟେ ଡେଭିଡ ଓ୍ଵାର୍ଣ୍ଣର ଦୁଇଟି ସ୍ଥାନ ତଳକୁ ଖସି ଅଷ୍ଟମରେ ପହଞ୍ଚିଛନ୍ତି।

୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ବେୟାରଷ୍ଟୋ ପ୍ରାୟ ୬୫ ହାରରେ ୧୯୬ ରନ କରିଥିଲେ। ଏଥିରେ ୧ ଶତକ ଓ ୧ ଅର୍ଦ୍ଧଶତକ ସାମିଲ। ତୃତୀୟ ତଥା ନିର୍ଣ୍ଣାୟକ ମୁକାବିଲାରେ ବେୟାରଷ୍ଟୋ ୧୧୨ରନ ଇଂନିସ ଖେଳିଥିଲେ ମାତ୍ର  ନିଜ ଦଳକୁ ଜିତାଇପାରିନଥିଲେ।

ବୋଲିଂ ମାନ୍ୟତାରେ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଡ ପ୍ରଥମ ସ୍ଥାନରେ ଥିବା ବେଳେ ଭାରତୀୟ ବୋଲର ଯଶପ୍ରୀତ ବୁମାର ଦ୍ଵିତୀୟ ଅଛନ୍ତି। ଇଂଲଣ୍ଡର କ୍ରିସ୍ ଓ୍ଵକ୍ସ ୩ଟି ସ୍ଥାନ ଉପରକୁ ଉଠି ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ଇଂଲଣ୍ଡର ଜୋଫ୍ରା ଆର୍ଚର ୧୮ଟି ସ୍ଥାନ ଉନ୍ନତି କରି ଶୀର୍ଷ ୧୦ରେ ପ୍ରବେଶ କରିଛନ୍ତି।

ଅଲରାଉଣ୍ଡରରେ ଆଫଗାନିସ୍ତାନର ମହମ୍ମଦ ନବି ଶୀର୍ଷରେ ରହିଥିବା ବେଳେ କ୍ରିସ୍ ଓ୍ଵକ୍ସ ଦୁଇଟି ସ୍ଥାନ ଉପରକୁ ଉଠି ଦ୍ଵିତୀୟରେ ପହଞ୍ଚିଛନ୍ତି। ତୃତୀୟ ସ୍ଥାନରେ ପାକିସ୍ତାନର ଇମାଦ ଓ୍ଵାସିମ ରହିଛନ୍ତି। ଭାରତର ରବୀନ୍ଦ୍ର ଜାଡେଜାଶ ଶୀର୍ଷ ୧୦ରେ ସାମିଲ ଏକ ମାତ୍ର ଭାରତୀୟ ଅଲରାଉଣ୍ଡର।

   Related Posts