Ind vs NZ: ବ୍ୟାଟିଂରେ ଭାରତ ବିଫଳ, ଚାଲିଲାନି କହଲି ଓ ପୂଜାରାଙ୍କ ବ୍ୟାଟ୍

Published By : Prameya-News7 Bureau | February 23, 2020 IST

ୱିଲିଂଟନ୍ ୨୩।୨:  ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଇନିଂସ୍‌ରେ ଟିମ୍ ଇଣ୍ଡିଆ ବ୍ୟାଟିଂ ଲାଇନର ଦୁଇ ମଜଭୁତ ସ୍ତମ୍ବ  ବିରାଟ କୋହଲି ଓ ଚେତେଶ୍ୱର ପୂଜାରା ଚମତ୍କାର ଦେଖାଇ ପାରିନାହାନ୍ତି।  ଏଣୁ ୱାନଡେ ଭଳି ଟେଷ୍ଟ ଆରମ୍ଭରୁ ଟିମ୍ ଇଣ୍ଡିଆ ବ୍ୟାକ୍‌ଫୁଟ୍‌ରେ ରହିଛି। ପ୍ରଥମ ଇନିଂସରେ ଭାରତ ୧୮୩ ରନରେ ପଛୁଆ ଥିଲା। ତେବେ ଦ୍ୱିତୀୟ ଇନିଂସରେ ସ୍ଥିତି ସୁଧୁରିବ ବୋଲି ଆଶା କରାଯାଉଥିବା ବେଳେ ୪ ୱିକେଟ୍ ବିନିମୟରେ କରିଛି ୧୪୪ ରନ୍।

{"id":228268,"sizeSlug":"large"}

ନ୍ୟୁଜିଲ୍ୟାଣ୍ଡ ଠାରୁ ୩୯ ରନ ପଛରେ ଚାଲୁଥିବା ଟିମ୍ ଇଣ୍ଡିଆର ଆଜିଙ୍କ୍ୟ ରାହାଣେ ୨୫ ରନ ଓ ହନୁମା ବିହାରୀ ୧୧ ରନ କରି କ୍ରିଜରେ ଅଛନ୍ତି। ସେପଟେ ବୋଲ୍ଟ ୨୭ ରନ ଦେଇଥିବା ବେଳେ ୩ଟି ୱିକେଟ୍ ପାଇଛନ୍ତି। ଯେଉଁଥିରେ ପୂଜାରା ଓ କୋହଲି ବି ଥିଲେ। ପୂଜାରା ୮୧ଟି ବଲ ଖେଳି କରିଛନ୍ତି ମାତ୍ର ୧୧ ରନ। ପୂଜାରା ଅତ୍ୟାଧିକ ରକ୍ଷଣଶୀଳ ହେବା ଏବେ ଟିମ୍ ଲାଗି ମହଙ୍ଗା ପଡିଛି। ତେବେ କୋହଲିଙ୍କ ଆରମ୍ଭ ବେଶ ଦମଦାର ଥିଲେ ବି ବୋଲ୍ଟଙ୍କ ସଟ୍ ପିଚ୍ ବଲ୍ ପୁଲ କରିବା ତାଙ୍କ ଲାଗି ମହଙ୍ଗା ପଡିଲା।

{"id":228269,"sizeSlug":"large"}

ତେବେ ମୟଙ୍କ ଅଗ୍ରୱାଲ ୯୯ଟି ବଲରୁ ୫୮ ରନ କରି ଟିମ୍‌ର ଇଜ୍ଜତ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ ହେଁ ଓପ୍ନର ପୃଥ୍ୱୀ ସଙ୍କ ବ୍ୟାଟିଂର ତ୍ରୁଟି କିନ୍ତୁ ଏଠାରେ ଧରାପଡିଯାଇଛି। ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ କ୍ରମରେ ପରିବର୍ତ୍ତନ କରିଥିଲା। ବ୍ୟାଟିଂ କ୍ରମର ପଛରେ ଥିବା ବ୍ୟାଟସ୍‌ମ୍ୟାନଙ୍କୁ ଆଗରେ ଛାଡିବା ଟିମ୍ ଲାଗି ଲାଭଦାୟକ ହୋଇଥିଲା। ପ୍ରଥମ ଇନିଂସରେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟସ୍‌ମ୍ୟାନ୍‌ମାନେ ୩୪୮ ରନର ବିଶାଳ ସ୍କୋର କରିଥିଲେ। ଏହି ଇନିଂସରେ ଭାରତୀୟ ବୋଲରଙ୍କ ବଲ କାମ ଦେଇନଥିବା ବେଳେ ଦ୍ୱିତୀୟ ଇନିଂସରେ ବୋଲ୍ଟଙ୍କ ଝଟକା ଭାରତ ନେଇ ଏବେ ଅନିଶ୍ଚିତତା ସୃଷ୍ଟି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.