୮ ବର୍ଷ ହେଲା ଟାଇଟଲ୍ ନ ଜିତି କେମିତି ଖେଳୁଛନ୍ତି କୋହଲି ? ପ୍ରଶ୍ନ କଲେ ଗମ୍ଭୀର

Published By : Prameya-News7 Bureau | January 23, 2021 IST

ନୂଆଦିଲ୍ଲୀ,୨୩|୧  ଆଇପିଏଲ-୨୦୨୧ ପାଇଁ ଆଉ କିଛି ଦିନ ପରେ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଚଳିତ ବର୍ଷ ଅପ୍ରିଲ ମାସରେ ଆଇପିଏଲର ଆୟୋଜନ କରାଯିବ । ଏହାମଧ୍ୟରେ ଭାରତୀୟ ଦଳର ପୂର୍ବତନ ଖେଳାଳି ଗୌତମ ଗମ୍ଭୀର ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଟାର୍ଗେଟ୍ କରିଛନ୍ତି । ୮ ବର୍ଷ ହେଲା କୋହଲି ଗୋଟିଏ ହେଲେ ଟ୍ରଫି ଜିତିନଥିବା ଗମ୍ଭୀର କହିଛନ୍ତି ।

ଗମ୍ଭୀର କହିଛନ୍ତି ଯେ, ଏପରି କେହି ଅଧିନାୟକ କିମ୍ବା ଖେଳାଳି ନାହାଁନ୍ତି ଯିଏ ୮ ବର୍ଷ ହେଲା ବିନା ଟାଇଟଲ ଜିତି ଖେଳୁଛନ୍ତି । ଏହି ବିଫଳତା ପାଇଁ ଅଧିନାୟକଙ୍କୁ ଜବାବ ଦେବାକୁ ପଡିବ । କୋହଲି ନିଜେ ସ୍ୱୀକାର କରିବା ଉଚିତ ଯେ ସେ ଏଥିପାଇଁ ଦାୟୀ ।

ଫେବ୍ରୁଆରୀରୁ ଆଇପିଏଲ-୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ ହେବ । ସମସ୍ତ ଟିମ୍ ନିଜ ହିସାବରେ ଖେଳାଳିଙ୍କ ରିଟେନ୍ ଓ ରିଲିଜ କରୁଛନ୍ତି । ବିରାଟଙ୍କ ନେତୃତ୍ୱରେ ଆରସିବି ନିଜର ୧୦ ଖେଳାଳିଙ୍କୁ ରିଲିଜ କରିଛି । ଏହି ତାଲିକାରେ କ୍ରିସ ମୋରିସ, ମୋଇନ ଅଲ୍ଲୀ, ଡେଲ ଷ୍ଟେନ୍, ଶିବମ ଦୁବେ, ଉମେଶ ଯାଦବ, ଗୁରକିରତ ସିଂ ମାନ୍, ପବନ ନେଗୀ, ପାର୍ଥିବ ପଟେଲ ରହିଛନ୍ତି ।

ଗମ୍ଭୀର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଆରସିବି ପ୍ରତିବର୍ଷ ବଡ ପରିବର୍ତ୍ତନ କରୁଛି । ଏହା ହିଁ ମୁଖ୍ୟ ସମସ୍ୟା । ଫଳରେ ଖେଳାଳି ନିଜକୁ ଅସୁରକ୍ଷିତ ମଣୁଛନ୍ତି । ପ୍ରକୃତ ସମସ୍ୟା କୋଚ୍ ଓ ମେଣ୍ଟରଙ୍କ ଠାରେ ଅଛି । କ୍ରିସ ମୋରିସ ଗତ ସିଜିନରେ ସେତେଟା ଖରାପ ଖେଳିନଥିଲେ । ଏପରି ଉମେଶ ଯାଦବଙ୍କ ପ୍ରଦର୍ଶନ ମଧ୍ୟ ଭଲ ଥିଲା ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.