ଧୋନୀଙ୍କ ଠାରୁ ମାତ୍ର ୨୫ ରନ୍‌ପଛରେ କୋହଲି, ବୁଧବାର ହାମିଲଟନ୍‌ରେ ନୂଆ କିର୍ତ୍ତୀମାନ କରିବେ ରେକର୍ଡବ୍ରେକର !

Published By : Prameya-News7 Bureau | January 28, 2020 IST

ମୁମ୍ବାଇ ୨୮/ ୦୧ –  ରେକର୍ଡ କରିବା  ଅପେକ୍ଷା ରେକର୍ଡ ଭାଙ୍ଗିବାର ଦକ୍ଷତା ଓ ସଫଳତା ପାଇଁ ବୋଧ ହୁଏ ବିରାଟ କୋହଲିଙ୍କୁ ବେଶି ଭଲପାଆନ୍ତି  କ୍ରିକେଟ ପ୍ରଶଂସକ । ଭାରତୀୟ ଅଧିନାୟକ ଖୁବ ଶିଘ୍ର ଆଉ ଏକ ରେକର୍ଡ ଭାଙ୍ଗିବେ ବୋଲି ଭରସା ବେଶି । ତେବେ ସେ ଭାଙ୍ଗିବେ ଆଉ ଜଣେ ପୂର୍ବତନ ଅଧିନାୟକଙ୍କ ରେକର୍ଡ । ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ । ବ୍ୟବଧାନ ମାତ୍ର ୨୫ ରନ୍ । ସେହି ୨୫ ରନ୍‌ କରି ଧୋନୀଙ୍କ ରେକର୍ଡ ଭାଙ୍ଗିବାପରେ ବିରାଟ ହେବେ ଟି-ଟ୍ୱେଣ୍ଟିରେ ସର୍ବାଧିକ ରନ୍‌ କରିବାରେ ପ୍ରଥମ ଭାରତୀୟ ଅଧିନାୟକ । ଆଉ ବଡ଼ କଥାଟି ହେଲା  ବିରାଟଙ୍କ ପାଖରେ ଏହି ସୁଯୋଗ ଖୁବଶିଘ୍ର ହିଁ ରହିଛି ।  ଅର୍ଥାତ୍ ନ୍ୟୁଜିଲାଣ୍ଡର ହାମିଲଟନ୍‌ରେ ବୁଧବାର ଖେଳାଯିବାକୁ ଥିବା ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ କୋହଲି ଭାଙ୍ଗିପାରିନ୍ତି ଧୋନୀଙ୍କ ରେକର୍ଡ ।

{"id":217080,"width":571,"height":320,"sizeSlug":"large"}

ବର୍ତ୍ତମାନ ସୁଦ୍ଧା ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ତିନିଜଣ ବିଖ୍ୟାତ ଅଧିନାୟକଙ୍କ ପଛରେ ଅଛନ୍ତି ବିରାଟ କୋହଲି । ମହେନ୍ଦ୍ର ସିଂ ଧୋନୀ ୧୧୧୨ ରନ୍‌ ସହ ତୃତୀୟ ସ୍ଥାନରେ ଥିବା ବେଳେ ନ୍ୟୁଜିଲାଣ୍ଟ କପ୍ତାନ କେନ୍ ୱିଲିୟମସନ ୧୧୪୮ ରନ୍‌ କରି ଦ୍ୱିତୀୟ ଏବଂ ଦକ୍ଷିଣ ଆଫ୍ରିକା ଅଧିନାୟକ ପାପ୍ ଡ୍ୟୁପ୍ଲେସି ୧୨୭୩ ରନ୍‌ ସହ ପ୍ରଥମ ସ୍ଥାନରେ ଅଛନ୍ତି । ତେବେ ଧୋନୀଙ୍କ ଠାରୁ ମାତ୍ର ୨୫ ରନ୍‌ ପଛରେ ଅଛନ୍ତି କୋହଲି । ଟି-ଟ୍ୱେଣ୍ଟିରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ଅଧିନାୟକଙ୍କ ଏହି ତାଲିକାରେ ପ୍ରଥମେ ଧୋନୀଙ୍କୁ ଅତିକ୍ରମ କରିବାରେ ବୁଧବାର କୋହଲି ନିଶ୍ଚିତ ସଫଳ ହେବେ ବୋଲି ପ୍ରଶଂସକ ଆଶାବାଦୀ ।

{"id":217081,"width":565,"height":316,"sizeSlug":"large"}

ଏହା ବ୍ୟତୀତ  କୋହଲି ସର୍ବାଧିକ ୫୦ ପ୍ଲସ୍ ରନ୍‌ ସଂଗ୍ରହକାରୀ ଅଧିନାୟକ ତାଲିକାରେ ବି ଏକ ରେକର୍ଡଧାରୀ । ଯଦିଓ ସେ ସର୍ବାଧିକ ୫୦ ପ୍ଲସ ସ୍କୋର କରିବାରେ ଟପ୍‌ ଅଧିନାୟକ ତାଲିକାର ରେକର୍ଡଧାରୀଙ୍କ ଠାରୁ ଗୋଟିଏ ପଛରେ ଅଛନ୍ତି । ତେବେ ତାଙ୍କ ସହ ଟି-ଟ୍ୱେଣ୍ଟିରେ ୫୦ ପ୍ଲସ ରେକର୍ଡରେ ସମାନ ସଂଖ୍ୟାରେ ଅଛନ୍ତି ଡୁପ୍ଲେସି ଏବଂ ୱିଲିୟମସନ । ଏହି ତିନି ଅଧିନାୟକ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ୮ ଥର ଲେଖାଏଁ ୫୦ ପ୍ଲସ ରନ୍‌ କରିଛନ୍ତି ।

{"id":217083,"width":575,"height":322,"sizeSlug":"large"}

ସେହିପରି ଟି-ଟ୍ୱେଣ୍ଟିରେ ସର୍ବାଧିକ ଛକା ମାରିଥିବା ଅଧିନାୟକଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି କୋହଲି । ସେ ଅଧିନାୟକ ଭାବେ ଟି-ଟ୍ୱେଣ୍ଟିରେ  ୫୦ ଟି ଛକ୍କା ମାରିଛନ୍ତି । ତେବେ ଟି-ଟ୍ୱେଣ୍ଟିରେ ସର୍ବାଧିକ ଛକ୍କା ମାରିଥିବା ଅଧିନାୟକ ହେଲେ ଇଂଲଣ୍ଡର ଇଓନ ମୋରଗାନ୍ । ସେ ଟି-ଟ୍ୱେଣ୍ଟିରେ ମାରିଛନ୍ତି ୫୭ ଛକ୍କା  ।

{"id":217082,"sizeSlug":"large"}

ଚଳିତ ଭାରତ-ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ସିରିଜ୍‌ରେ ଭାରତ ୨-୦ ରେ ସିରିଜ ଆଗୁଆ ରହିଛି । ହାମିଲଟନ୍‌ରେ ବୁଧବାର ତୃତୀୟ ଟି-ଟ୍ୱେଣ୍ଟି ବେଶ୍‌ ପ୍ରତିଦ୍ୱନ୍ଦିତାମୂଳକ ହେବ ବୋଲି ଆଶା ରହିଛି ।

{"id":217084,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.