ବିୟୁଟି କୁଇନଙ୍କୁ ଦୁଷ୍କର୍ମ: ଗିରଫ ହେଲେ କୋଗି କମିଶନର, ୬ ମାସ ତଳେ ଏଲିଜାବେଥଙ୍କୁ କରିଥିଲେ ଅପହରଣ

Published By : Prameya-News7 Bureau | September 26, 2020 IST

ନୂଆଦିଲ୍ଲୀ ୨୬।୦୯: ବିୟୁଟି କୁଇନ ଏଲିଜାବେଥଙ୍କୁ ଦୁଷ୍କର୍ମ କରିବା ମାମଲାରେ ଜଳ ସଂପଦ ପାଇଁ ଗଠିତ  କୋଗି କମିଶନର ଅବଦୁମୁନି ଡଙ୍ଗା ଘଟଣାର ୬ ମାସ ପରେ ଗିରଫ ହୋଇଛନ୍ତି। ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି। ଅବଦୁମୁନି ତାଙ୍କୁ ଦୁଷ୍କର୍ମ କରିଥିବା ବିୟୁଟି କୁଇନ ଏଲିଜାବେଥ ମାର୍ଚ୍ଚ ୧୯ରେ ସାମାଜିକ ଗଣମାଧ୍ୟମ ଜରିଆରେ ଅଭିଯୋଗ କରିଥିଲେ।  

ସୂଚନାଯୋଗ୍ୟ, କୋଭିଡ-୧୯ ସଙ୍କଟ ସମୟରେ କମିଶନରଙ୍କ ରିଲିଫ୍ ସାମଗ୍ରୀ ବଣ୍ଟନ କରୁଥିବା ଏକ ଫଟୋ ଦେଖି ଏଲିଜାବେଥ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜ ଭଉଣୀଙ୍କୁ ସାହାଯ୍ୟ କରିବାକୁ କହିଥିଲେ। କମିଶନର ପୋଷ୍ଟ ବିଷୟରେ ଜାଣିବା ପରେ ଉତକ୍ଷୀପ୍ତ ହୋଇ ପଡିଥିଲେ।  କିଛି ଯୁବକଙ୍କୁ ଲଗାଇ ତାଙ୍କୁ ଏବଂ ତାଙ୍କ ଭଉଣୀଙ୍କୁ ଅପହରଣ କରିଥିଲେ।

{"id":334936,"sizeSlug":"large"}

ଏହା ପରେ କମିଶନର ବିୟୁଟି କୁଇନଙ୍କ ପୋଷାକ ଫାଡି ଦେଇଥିଲେ ଏବଂ  ନଗ୍ନ ଶରୀରର ଏକ ଭିଡିଓ କରିଥିଲେ। ଏହି ଭିଡିଓକୁ ଭାଇରାଲ୍ କରିବାକୁ ମଧ୍ୟ ଧମକ ଦେଇଥିଲେ। ଏଲିଜାବେଥଙ୍କୁ ଲୋକୋଜା ନିବାସରେ ରଖିଥିଲେ। ସେ ଏଲିଜାବେଥଙ୍କୁ ଦେଇଥିବା ପ୍ରଥମ ପୋଷ୍ଟ ଉପରେ କ୍ଷମା ମାଗିବା ଏବଂ ଆଉ ଏକ ପୋଷ୍ଟ କରି ସଫେଇ ଦେବାକୁ କହିଥିଲେ।

{"id":334937,"sizeSlug":"large"}

ବିୟୁଟି କୁଇନ କହିଥିଲେ ଯେ ଘଟଣା ଦିନ କମିଶନର ମୋତେ ଛାଡି ନଥିଲେ। ରାତିରେ ସେ ମୋ ସହ ଯୌନ ସମ୍ବନ୍ଧ ରଖିଲେ। ଭୟ କାରଣରୁ କମିଶନରଙ୍କସହ ମୁଁ ଯୌନ ସମ୍ବନ୍ଧ ରଖିଥିଲି। ଏହାର ପରବର୍ତ୍ତୀ ଦିନ ସେ ମୋତେ ଓକେନ ନେଇ ଯାଇଥିଲେ। କାରଣ ଓକେନରେ ଏକ ଅସାଇମେଣ୍ଟ ଥିଲା। ନ୍ୟାୟର ଗୁହାରି କରି ପୀଡିତା କହିଥିଲେ ଯେ, କମିଶନରଙ୍କ ପକ୍ଷରୁ ତାଙ୍କ ଉପରେ ଆକ୍ରମଣ ହେବାର ବିପଦ ରହିଛି।

କୋଗି ରାଜ୍ୟପାଳ ୟାହାୟା ବେଲୋ ଜଳ ସମ୍ପଦ କମିଶନର ଅବଦୁମୁମୁନି ଡାଙ୍ଗାଙ୍କ ଦ୍ଵାରା ଏଲିଜାବେଥ ଓଏନେଇଙ୍କ ଉପରେ ହୋଇଥିବା ଆକ୍ରମଣ ତଥା ବଳାତ୍କାର ଘଟଣାର ବିସ୍ତୃତ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.