Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡ ଘରେ ‘ଭିନେ’ କଳି : ହିନ୍ଦୁଜା ୪ ଭାଇଙ୍କ ସମ୍ପର୍କରେ ଆତ୍ମୀୟ ବାଧକ, ମାମଲା କୋର୍ଟରେ
  • ||
  • କାନପୁର ଟେଷ୍ଟ : କିଓ୍ୱି ବୋଲରଙ୍କ ଦମଦାର ବୋଲିଂ, ପ୍ରଥମ ଇନିଂସରେ ଭାରତ ୩୪୫ରେ ଅଲଆଉଟ୍
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସ ଆୟରଙ୍କ ଦମଦାର ଶତକ, ନିରାଶ କଲେ ରିଦ୍ଧିମାନ ଶାହ ଓ ଅକ୍ଷର ପଟେଲ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୧୯ କରୋନା ସଂକ୍ରମିତ, ୧୦୪୮୨୨୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଜନ୍ମହେଲା ୨ ମୁଣ୍ଡିଆ ଶିଶୁ, ହସ୍ପିଟାଲରେ ଛାଡି ଫେରାର ହୋଇଗଲେ ବାପା-ମାଆ
  • ||
  • ମାତିଲେ ଝାଡଖଣ୍ଡୀ ହାତୀପଲ, ନଷ୍ଟକଲେ ଧାନ ଫସଲ
  • ||
  • ଟ୍ରକ୍ ସହ ଧକ୍କା ହେଲା କିଙ୍ଗଫିସର ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • ଗଜପତିରେ ଅପରେସନ ଗ୍ରୀନ୍ କ୍ଲିନ୍, ୧୪ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଅପରେସନ ନୀଳ ଜହର : ୧୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସଙ୍କ ଦମଦାର ବ୍ୟାଟିଂ, ଭାଙ୍ଗିଲେ ଗାଭାସ୍କରଙ୍କ ରେକର୍ଡ
  • ||

ସଲ୍‌ମାନ୍‌ଙ୍କ ଉପରେ ପୁଣି ବର୍ଷିଲେ କୋଏନା… What’s stopping you ?

30/12/2019 at 1:47 PM

ମୁମ୍ବାଇ୩୦|୧୨: ବିଗ୍‌ ବସ୍‌ ୧୩ ସବୁବେଳେ ଚର୍ଚ୍ଚାରେ ରହୁଛି। ଅନ୍ୟ ସିଜିନ୍‌ ଭଳି ଏହି ସିଜିନ୍‌ରେ ମଧ୍ୟ ଅନେକ ଦମ୍‌ଦାର ପ୍ରତିଯୋଗୀ ଅଛନ୍ତି। ‘ବିଗ୍ ବସ୍ ୧୩’ରୁ ଏଭିକ୍ଟ ହୋଇସାରିଥିବା ପ୍ରତିଯୋଗୀ ତଥା ଅଭିନେତ୍ରୀ କୋଏନା ମିତ୍ରା ପୁଣି ଥରେ ଶୋ’ର ହୋଷ୍ଟ୍ ସଲ୍‌ମାନ୍ ଖାନ୍‌ଙ୍କୁ ସମାଲୋଚନା କରିଛନ୍ତି। କୋଏନା ଏହା ପ୍ରଥମ ଥର ପାଇଁ କରିନାହାନ୍ତି। ପୂର୍ବରୁ ମଧ୍ୟ କୋଏନା ସଲମାନଙ୍କୁ ବିରୋଧ କରିଥିଲେ।

ଗତ ସପ୍ତାହରେ ‘ବିଗ୍‌ ବସ୍‌’ ଘରେ ସିଦ୍ଧାର୍ଥ ଶୁକ୍ଳା ଓ ଆସୀମ ରିୟାଜଙ୍କ ମଧ୍ୟରେ ଜୋରଦାର ଝଗଡ଼ା ହୋଇଥିଲା। ଝଗଡା ସମୟରେ ଅସୀମଙ୍କ ପରିବାର ଲୋକଙ୍କୁ ଆକ୍ଷେପ କରି ଖରାପ କଥା କହିଥିଲେ ସିଦ୍ଧାର୍ଥ। ସଲମାନ ପ୍ରତି ସପ୍ତାହ ‘ୱିକେଣ୍ଡ୍ କା ବାର୍’ରେ ଭୁଲ କରିଥିବା ସମସ୍ତ ସଦସ୍ୟଙ୍କୁ ଚେତାବନି ଦିଅନ୍ତି। ସେହିଭଳି ଭୁଲ ଆଗକୁ ନକରିବାକୁ ପରାମର୍ଶ ଦିଅନ୍ତି। କିନ୍ତୁ ସିଦ୍ଧାର୍ଥଙ୍କୁ ‘ୱିକେଣ୍ଡ୍ କା ବାର୍’ ଏପିସୋଡ୍‌ରେ ସଲ୍‌ମାନ୍‌ ଗାଳି କରି ନଥିଲେ ବା କିଛି କହି ନଥିଲେ। ଏହା ଦେଖି କୋଏନା ନିଜ କ୍ଷୋଭ ପ୍ରକାଶ କରିଛନ୍ତି। ସଲ୍‌ମାନ୍‌ଙ୍କୁ ଟାର୍ଗେଟ୍ କରି କୋଏନା ଟ୍ୱିଟ୍ କରିଛନ୍ତି।ଏହି ଟୁଇଟ୍‌ର ଚର୍ଚ୍ଚା ସୋସିଆଲ ମିଡିଆରେ ଜୋରସୋରରେ ଚାଲିଛି।

କୋଏନା ଟୁଇଟ୍‌ କରି କହିଛନ୍ତି ଯେ, ସଲମାନ ଭୁଲ କରିଥିବା ବ୍ୟକ୍ତିଙ୍କୁ ସମର୍ଥନ କରିବା ଅନୁଚିତ୍‌। ସେ ଆଶ୍ଚର୍ଯ୍ୟ ଯେ ସଲମାନ ଏଭଳି କାମ କଣ ପାଇଁ କରୁଛନ୍ତି। ଯଦି ତାଙ୍କ ଭଉଣୀ ଅଲ୍‌ଭିରା ଓ ଅର୍ପିତାଙ୍କୁ ଯଦି କେହି କିଛି ଏମିତି କୁହନ୍ତି, ତା’ହେଲେ କ’ଣ ସଲମାନ ତାଙ୍କୁ ଛାଡ଼ି ଦେବେ ବୋଲି ପ୍ରଶ୍ନ କରିଛନ୍ତି କୋଏନା। କେଉଁ ଜିନିଷ ପାଇଁ ସଲମାନ ଚୁପ୍‌ ରହୁଛନ୍ତି ସେ ଜାଣିବା ପାଇଁ ଉତ୍ସୁକ। କିଏ ସଲମାନଙ୍କୁ ଅଟକାଉଛି, ବୋଲି ଲେଖିଛନ୍ତି କୋଏନା।

ଏହା ପୂର୍ବରୁ ମଧ୍ୟ କୋଏନା ସଲ୍‌ମାନ୍ ଖାନ୍‌ଙ୍କ ଉପରେ ବର୍ଷିଥିଲେ। ଶୋ’ରୁ ବାହାରିବା ପରେ ସେ ଲଗାତାର ଭାବେ ସଲ୍‌ମାନ୍‌ଙ୍କୁ ସମାଲୋଚନା କରିଆସୁଛନ୍ତି। ଖବର ମିଳିଥିଲା ଯେ କୋଏନାଙ୍କୁ ୱାଇଲ୍ଡ କାର୍ଡ ଏଣ୍ଟ୍ରି ଜରିଆରେ ପୁଣିଥରେ ଶୋ’ରେ ଦେଖିବାକୁ ମିଳିବ। ହେଲେ କୋଏନା ସୋସିଆଲ ମିଡିଆରେ ବିଗ୍‌ବସ୍‌ ଓ ସଲମାନଙ୍କ ବିରୋଧରେ କହିଥିବାରୁ ତାଙ୍କୁ ଏଣ୍ଟ୍ରି ମିଳିନାହିଁ। ନିକଟରେ କୋଏନା ଏକ ଟ୍ୱିଟ୍ କରି ‘ବିଗ୍ ବସ୍ ୧୩’ରେ ଭାଗ ନେଇଥିବାରୁ ସେ ରିଗ୍ରେଟ୍‌ କରୁଛନ୍ତି ବୋଲି ପୋଷ୍ଟ କରିଥିଲେ। ସେ ଏଭଳି ଶୋରେ ଭାଗ ନେବା ହିଁ ଭୁଲ ବୋଲି ପ୍ରକାଶ କରିଥିଲେ।

   Related Posts