ପାକିସ୍ତାନ ବହିରେ ଭାରତର ଇତିହାସ ସମ୍ବନ୍ଧରେ କ’ଣ ଲେଖାଯାଇଛି ; ଜାଣନ୍ତୁ

Published By : Prameya-News7 Bureau | March 10, 2019 IST

 ଏବେ ଭାରତ ଏବଂ ପାକିସ୍ତାନ ଦୁଇଟି ଦେଶ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗିରହିଛି। ଦୁଇ ଦେଶର ମିଡିଆ ପରସ୍ପର ବିରୋଧରେ ବିଭିନ୍ନ ପ୍ରକାର ଅଭିଯୋଗ କରୁଛନ୍ତି। ୨୦୦ବର୍ଷ ଯାଏଁ ଇଂରେଜଙ୍କ ଗୁଲାମ ରହିବା ପରେ ଭାରତ ଏବଂ ପାକିସ୍ତାନ ପାଖାପାଖି ୭୧ବର୍ଷ ପୂର୍ବରୁ ସ୍ବାଧୀନ ହୋଇଥିଲେ। କିନ୍ତୁ ଏହା ପୂର୍ବରୁ ଦୁଇଟି ଦେଶ ଗୋଟିଏ ଗୋଟିଏ ସ୍ଥାନରେ ଥିଲେ। କିନ୍ତୁ ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଦୁଇ ଦେଶର ଇତିହାସ ସମାନ ଥିଲେ ମଧ୍ୟ ଦୁଇ ଦେଶର ପିଲାମାନେ ଅଲଗା ଅଲଗା ଇତିହାସ ପଢ଼ିଥାଆନ୍ତି। ତେବେ ଆସନ୍ତୁ ଜାଣିବା ବିଭାଜନ,ସ୍ବାଧୀନତା ଆନ୍ଦୋଳନ,ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ବିଷୟରେ ପାକିସ୍ତାନରେ କ’ଣ ପଢ଼ାଯାଏ

କାଶ୍ମୀର କଥା ପଡ଼ିଲେ ଭାରତ ଏବଂ ପାକିସ୍ତାନ ଦୁଇଟି ଦେଶରେ ଭିନ୍ନ ଭିନ୍ନ ତଥ୍ୟ ଦିଆଯାଇଥାଏ। ଭାରତର ପୁସ୍ତକରେ କାଶ୍ମୀର ବିଷୟରେ ପଢ଼ାଯାଇଥାଏ  ଯେ କାଶ୍ମୀରର ରାଜା ହରି ସିଂହ ପ୍ରଥମେ କୈାଣସି ଦେଶ ସହ ରହିବାକୁ ଚାହୁଁନଥିଲେ। ସେ ନିଜର ଏକ ଭିନ୍ନ ସାମ୍ରାଜ୍ୟ ଚାହୁଁଥିଲେ। କିନ୍ତୁ ଯେତେବେଳେ ଅନୁପ୍ରବେଶକାରୀମାନେ କାଶ୍ମୀରକୁ ଆକ୍ରମଣ କରିବା ଆରମ୍ଭ କରିଥିଲେ ସେତେବେଳେ ହରି ସିଂହ ଭାରତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଯଦି ପାକିସ୍ତାନ ପୁସ୍ତକ ବିଷୟରେ କହିବା ଏଥିରେ ପଢ଼ାଯାଇଥାଏ ଯେ ହରି ସିଂହ ମୁସଲମାନଙ୍କ ସହ ଖରାପ ବ୍ୟବହାର କରୁଥିଲେ ଯାହା ପରେ କେତେକ ଲଢ଼ୁଆ କାଶ୍ମୀରର ବଡ଼ ଭାଗକୁ ସ୍ବାଧୀନ କରି ଦେଇଥିଲେ। ଯାହା ପରେ ହରି ସିଂହ ଭାରତ ସହିତ ମିଶିବାର ନିଷ୍ପତ୍ତି ନେଇଥିଲେ।

ବିଭାଜନ ବିଷୟରେ ପାକିସ୍ତାନ ବହିରେ ଲେଖାଯାଇଛି ଯେ ଦୁଇ ଦେଶରେ ହୋଇଥିବା ବିଭାଜନ ପାଇଁ ଭାରତ ଦାୟୀ। ଭାରତୀୟଙ୍କ ଖରାପ ବ୍ୟବହାର ଯୋଗୁଁ ବିଭାଜନ ହୋଇଥିଲା।

ବହିରେ ଲେଖାଯାଇଛି ଯେ ବିଭାଜନ ସମୟରେ ଯେତେବେଳେ ଲୋକେ ପାକିସ୍ତାନ ଛାଡ଼ି ଭାରତ ଯାଉଥିଲେ ସେତେବେଳେ ସେଠାକାର ମୁସଲିମ ତାଙ୍କୁ ସାହାଯ୍ୟ କରିଥିଲେ। ପାକିସ୍ତାନରୁ ଭାରତ ଆସୁଥିବା ମୁସଲିମ ଲୁଟ୍ ଏବଂ ଅତ୍ୟାଚାରର ଶିକାର ହେଉଥିଲେ।

ପାକିସ୍ତାନର ଦ୍ବାଦଶ ଶ୍ରେଣୀର ଏକ ବହିରେ ଲେଖାଯାଇଛି ଯେ ଯେତେବେଳେ ଦୁଇ ଦେଶ ସ୍ବାଧୀନ ହୋଇଥିଲା ସେତେବେଳେ ମୁସଲିମ ଚାହୁଁଥିଲେ ଯେ ଏପରି ଏକ ସରକାର ଗଠନ କରାଯାଉ ଯାହା ସମ୍ପୂର୍ଣ୍ଣ ଭାବେ ଇସଲାମ୍ ଧର୍ମ ସହ ଜଡ଼ିତ ହେଉ। ସେମାନେ ଜାଣିଥିଲେ ଯେ ଭାରତରେ ହିନ୍ଦୁଙ୍କ ସଂଖ୍ୟା ଅଧିକ ରହିଛି ଏଥିପାଇଁ ସେଠାରେ ହିନ୍ଦୁଙ୍କ ସଂଖ୍ୟାକୁ ଧ୍ୟାନରେ ରଖି ଆଇନ୍ ପ୍ରସ୍ତୁତ କରାଯିବ ଏବଂ ଏହି ଆଇନରେ ମୁସଲିମଙ୍କୁ ଅଛୁଆଁ ଶ୍ରେଣୀରେ ସାମିଲ କରାଯିବ। ଏହା ସହ ମୁସଲିମ୍ ଡରୁଥିଲେ ଯେ ମୁସଲିମ୍ ହିନ୍ଦୁଙ୍କ ଗୁଲାମ ନ ହୋଇଯାଆନ୍ତୁ। ସମସ୍ତେ କିନ୍ତୁ ଜାଣିଥିଲେ ଯେ ଭାରତକୁ ସ୍ବାଧୀନ କରିବା ଦିଗରେ ମହାତ୍ମା ଗାନ୍ଧୀଙ୍କ ଅତୁଳନୀୟ ଅବଦାନ ଥିଲା।

ଭାରତର ବହିରେ ଏହା ଲେଖା ରହିଛି ଯେ ଭାରତକୁ ସ୍ବାଧୀନ କରିବା ପଛରେ ମହାତ୍ମା ଗାନ୍ଧୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। କିନ୍ତୁ ମୁସଲିମଙ୍କ ଦାବି ଫଳରେ ପାକିସ୍ତାନ ସୃଷ୍ଟି ହୋଇଥିଲା। କିନ୍ତୁ ପାକିସ୍ତାନର ପୁସ୍ତକରେ ମହାତ୍ମା ଗାନ୍ଦୀଙ୍କ ବିଷୟରେ ବିଶେଷ କିଛି ବର୍ଣ୍ଣନା ହୋଇନାହିଁ। ପାକିସ୍ତାନର ପୁସ୍ତକରେ ଲେଖା ହୋଇଛି ଯେ ମୁସଲିମ୍ ଲିଗ୍ ମୁସଲମାନଙ୍କ ଆତ୍ମସମ୍ମାନ ଏବଂ ତାଙ୍କୁ ସ୍ବାଧୀନତା ଦେବା ପାଇଁ ଲଢ଼ିଥିଲା। ମହାତ୍ମା ଗାନ୍ଧୀଙ୍କ ସେଥିରେ କୈାଣସି ଖାସ୍ ଅବଦାନ ନଥିଲା।

{"id":92199,"width":596,"height":377}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.