ଦ୍ରୌପଦୀଙ୍କ ଜୀବନର ଏହି ଗୋଟେ ସତ କଥା ଜାଣିବା ପରେ ପାଣ୍ଡବମାନେ ହୋଇଯାଇଥିଲେ ବିଚଳିତ, ସମ୍ପୂର୍ଣ୍ଣ ଘଟଣା ଜାଣନ୍ତୁ

Published By : Prameya-News7 Bureau | August 17, 2019 IST

ମହାଭାରତ ବିଷୟ ବସ୍ତୁରୁ ଆମକୁ ବହୁତ କିଛି ଶିଖିବାକୁ ମିଳିଥାଏ। ଦ୍ରୌପଦୀଙ୍କ ପାଇଁ ମହଭାରତ ଯୁଦ୍ଧ ହୋଇଥିଲା। ଦ୍ରୌପଦୀଙ୍କର ପାଞ୍ଚଜଣ  ସ୍ବାମୀ ଥିଲେ। ଜୀବନର ଅନ୍ତିମ ସମୟରେ ଦ୍ରୌପଦୀ ଏମିତି ଏକ କଥା କହିଥିଲେ, ଯାହାକୁ ଶୁଣି ପାଣ୍ଡବମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଯୁଧିଷ୍ଠିର ରାଜମହଲ ଛାଡିବା ପରେ ପାଞ୍ଚ ଭାଇ ଓ ଦ୍ରୌପଦୀ ଜଙ୍ଗଲକୁ ଚାଲି ଯାଇଥିଲେ। ସେଠା​‌ରେ କୁଢ଼ିଆ ତିଆରି କରି ସେଥିରେ ରହୁଥିଲେ। ଥରେ ଦ୍ରୌପଦୀଙ୍କୁ ଜୋର୍‌ରେ ଭୋକ ଲାଗିବାରୁ ପାଖରେ ଥିବା ଜାମୁ ଗଛର ଡାଳରୁ ଗୋଟେ ଜାମୁ କୋଳି ପେନ୍ଥା  ତୋଳିବା ସମୟରେ ପ୍ରଭୁ ଶ୍ରୀକୃଷ୍ଣ ପହଞ୍ଚି ଯାଇଥିଲେ। ଏହି ଜାମୁ କୋଳି ପେନ୍ଥାକୁ କିଛି ଦିନ ଭିତରେ ଏକ ଋଷି ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତେ ବୋଲି ଶ୍ରୀକୃଷ୍ଣ କହିଥିଲେ। ଏଥିପାଇଁ ଦ୍ରୌପଦୀଙ୍କୁ ଋଷିଙ୍କ ଅଭିଶାପର ସମ୍ନା କରିବାକୁ ପଡିପାରେ  ବୋଲି ମଧ୍ୟ ଶ୍ରୀକୃଷ୍ଣ କହିଥିଲେ। ଋଷିଙ୍କ ଅଭିଶାପରୁ ଦ୍ରୌପଦୀ ରକ୍ଷା ପାଇବା ପାଇଁ ଜାମୁକୋଳି ପେନ୍ଥାକୁ ଗଛ ଡାଳରେ ପୁଣି ଲଗାଇବା ପାଇଁ ଚାହୁଁଥିଲେ। ଋଷିଙ୍କ ଅଭିଶାପରୁ ବର୍ତ୍ତିବା ପାଇଁ  ଶ୍ରୀକୃଷ୍ଣ ତାଙ୍କୁ ଏକ ଉପାୟ କହିଥିଲେ। ଏହି ଜାମୁ ଗଛ ସାମ୍ନାରେ ପାଣ୍ଡବ ଓ ଦୌପଦୀ ଉଭୟଙ୍କ ଜୀବନରେ ଏକ ନିରାଟ ସତ କଥା କହିଲେ ଜାମୁ ପେନ୍ଥା ପୂର୍ବଭଳି ଡାଳରେ ଲାଗିଯିବ ବୋଲି ଶ୍ରୀକୃଷ୍ଣ କହିଥିଲେ।

ଯୁଧିଷ୍ଠିରଙ୍କ ଜୀବନର ସତ୍ୟ- ମହାଭାରତ ଯୁଦ୍ଧ କେବଳ ଦ୍ରୌପଦୀଙ୍କ ପାଇଁ ହୋଇଥିଲା ବୋଲି ଯୁଧିଷ୍ଠିର କହିଥିଲେ। ଯଦି ସେମାନେ ଦ୍ରୌପଦୀଙ୍କୁ ବିବାହ  କରିନଥାନ୍ତେ ତେବେ ତାଙ୍କ କୌରବ ଭାଇମାନେ ଆଜି ବି ବଞ୍ଚିଥାନ୍ତେ ବୋଲି ସେ କହିଥିଲେ। ସେଥିପାଇଁ ତାଙ୍କୁ ବହୁତ ଆଘାତ ମଧ୍ୟ ଲାଗିଛି। ଦ୍ରୌପଦୀଙ୍କୁ କେବେ କ୍ଷମା ଦେବେ ନାହିଁ ବୋଲି ଯୁଧିଷ୍ଠିର କହିଥିଲେ। ଏହି କଥା ପରେ ଜାମୁ ପେନ୍ଥାଟି ଟିକେ ପବନରେ ଉଡିବାକୁ ଲାଗିଲା।

ଭୀମଙ୍କ ଜୀବନର ସତ୍ୟ- ଭୀମ କହିଥିଲେ ତାଙ୍କୁ ବହୁତ ଖାଦ୍ୟ ଖାଇବାକୁ ଭଲ ଲାଗେ। ଅତି କମ ସମୟରେ ଭୀମ ରାଗି ଯାଆନ୍ତି।  ୧୦୦ ଭାଇଙ୍କୁ ହତ୍ୟା କରିଥିବାରୁ ସେ ବହୁତ ଦୁଃଖ ଅନୁଭବ କରୁଛନ୍ତି ବୋଲି କହିଥିଲେ। ଭୀମଙ୍କ ସତ୍ୟ ପରେ ଜାମୁ ପେନ୍ଥାଟି ଆଉ ଟିକେ ଅଧିକ ପବନରେ ଉପରକୁ ଉଠିବାରେ ଲାଗିଲା।

ଅର୍ଜୁନଙ୍କ ଜୀବନର ସତ୍ୟ- ଜୀବନରେ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ହେବା ତାଙ୍କର ଲକ୍ଷ୍ୟ। ଆଜି ପର୍ଯ୍ୟନ୍ତ ସେ ଜଣେ ଭଲ ଧନୁର୍ଧର ହୋଇ ପାରିଲେ ନାହିଁ। ଅର୍ଜୁନ କହିଥିଲେ ଯେ, ସେ ହତ୍ୟା କରିଥିବା କର୍ଣ୍ଣ ତାଙ୍କ ବଡଭାଇ ଥିଲେ ଏକଥା ଜାଣିବାପରେ ସେ ଦୁଃଖ ଅନୁଭବ କରୁଛନ୍ତି। କର୍ଣ୍ଣ ତାଙ୍କଠାରୁ ବି ଅଧିକ ବଳଶାଳୀ ଥିଲେ। ଏହିଭଳି ଭାବେ ପାଣ୍ଡବମାନେ ଜୀବନର ସତ୍ୟ କହିବା ପରେ ଦ୍ରୌପଦୀଙ୍କ ପାଳି ମଧ୍ୟ ଆସିଥିଲା।

ଦ୍ରୌପଦୀଙ୍କ ଜୀବନର ସତ୍ୟ- ମହାଭାରତ ଯୁଦ୍ଧ ତାଙ୍କ ପାଇଁ ହୋଇଥିଲା ବୋଲି ଦ୍ରୌପଦୀ କହିଥିଲେ। ମହାଭାରତ ଯୁଦ୍ଧରେ ହୋଇଥିବା ରକ୍ତପାତ ପାଇଁ ତାଙ୍କୁ ବହୁତ କଷ୍ଟ ହୋଇଥିଲା। ସେଥିପାଇଁ ସେ ନିଜକୁ କେବେ କ୍ଷମା କରିପାରିବେନି ବୋଲି ଦ୍ରୌପଦୀ କହିଥିଲେ। ଦ୍ରୌପଦୀଙ୍କ ଏହି ସତ କଥାରେ ଜାମୁ ପେନ୍ଥା ଆଉ ଉପରକୁ ଗଲା ନାହିଁ। ଦ୍ରୌପଦୀଙ୍କ କଥା ମିଥ୍ୟା ହୋଇଥିବାରୁ ଜାମୁ ପେନ୍ଥା ରହିଗଲା।

ଶ୍ରୀକୃଷ୍ଣ କହିଥିଲେ ଯେପର୍ଯ୍ୟନ୍ତ ଦ୍ରୌପଦୀ ସତ କହିବେନି ସେପର୍ଯ୍ୟନ୍ତ ଜାମୁ ପେନ୍ଥା ଗଛ ଡାଳରେ ଲାଗିବ ନାହିଁ। ଶ୍ରୀକୃଷ୍ଣଙ୍କ କଥା ଶୁଣିବା ପରେ ଦ୍ରୌପଦୀ ସତ କହିବା ଆରମ୍ଭ କରିଥିଲେ। ଦ୍ରୌପଦୀ କହିଥିଲେ ଯେ, କର୍ଣ୍ଣଙ୍କୁ ସେ ପ୍ରେମ କରୁଥିଲେ। ଯଦି ତାଙ୍କ ଜୀବନରେ  କର୍ଣ୍ଣଙ୍କୁ ବିବାହ କରିଥାନ୍ତେ ତାଙ୍କୁ ଏତେ କଷ୍ଟ ସହିବାକୁ ପଡିନଥାନ୍ତା ବୋଲି ଦ୍ରୌପଦୀ କହିଥିଲେ।

ଯଦି କର୍ଣ୍ଣଙ୍କୁ ବିବାହ କରିଥାନ୍ତେ ତେବେ ସେ ଆରାମରେ ଜୀବନ ବିତାଇ ପାରିଥାନ୍ତେ। କର୍ଣ୍ଣଙ୍କୁ ବିବାହ କରିପାରିଲେ ନାହିଁ ବୋଲି ତାଙ୍କ ଜୀବନରେ ଗୋଟେ ବଡ ଦୁଃଖ ରହିଗଲ ବୋଲି ଦ୍ରୌପଦୀ କହିଥିଲେ। ଦ୍ରୌପଦୀଙ୍କ ଏହି ସତକଥା ପରେ ଜାମୁ ପେନ୍ଥା ଗଛ ଡାଳରେ ପୂର୍ବଭଳି ଲାଗିଯାଇଥିଲା। ଦ୍ରୌପଦୀଙ୍କ ଏହି ସତ୍ୟକଥା ଜାଣିବାପରେ ପାଣ୍ଡବମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.