Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଦୀପାବଳିରେ ତେଜସ୍ ଏକ୍ସପ୍ରେସ ଟ୍ରେନର ଭଡ଼ା କେତେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ : ପଢ଼ନ୍ତୁ ପୂରା ଖବର

10/10/2019 at 11:32 AM

ପର୍ବପର୍ବାଣି ଋତୁ ଆରମ୍ଭ ହୋଇଗଲାଣି,ଲୋକେ ନିଜ ନିଜ ଘରକୁ ଯିବା ପାଇଁ ଟ୍ରେନ୍ କିମ୍ବା ଫ୍ଲାଇଟ ପାଇଁ ଟିକେଟ କରିବା ଆରମ୍ଭ କରି ଦେଲେଣି। କିନ୍ତୁ ଏହି ଋତୁରେ ଫ୍ଲାଇଟ୍ ଭଡ଼ା ବଢ଼ିଯାଇଥାଏ , ଏହା ସହିତ ଏବେ ଟ୍ରେନର ଭଡ଼ା ମଧ୍ୟ ବଢ଼ିବାକୁ ଲାଗିଛି। ଦୀପାବଳି ଏବଂ ଛଟ ପୂଜା ଆଉ ଅଳ୍ପ ଦିନ ରହିଲା। ନିକଟରେ ଚାଲୁଥବା ପ୍ରଥମ ଘରୋଇ ଟ୍ରେନ୍ ତେଜସର ଭଡ଼ା ମଧ୍ୟ ଦିନକୁ ଦିନ ବଢ଼ିବାକୁ ଲାଗିଛି। ଏହି ଟ୍ରେନର ବଡ଼ା ଫ୍ଲାଇଟଠୁ ମଧ୍ୟ ଅଧିକ। ଖାସ୍ କଥା ହେଉଛି ଏହା ଯେ ତେଜସ ଟ୍ରେନରେ ଦୀପାବଳି ପାଇଁ ଏବେ କୌଣସି ସିଟ୍ ଖାଲି ନାହିଁ। ଏହି ଟ୍ରେନରେ ଓ୍ବେଟିଙ୍ଗ ମଧ୍ୟ ନଥାଏ। ଏଥିପାଇଁ ଏବେ ଏହି ଟ୍ରେନର ଟିକେଟ ମିଳିବା ବନ୍ଦ ହୋଇଗଲାଣି।

ଦୀପାବଳିରେ ଦିଲ୍ଲୀରୁ ଉତ୍ତରପ୍ରଦେଶ,ମଧ୍ୟପ୍ରଦେଶ ଏବଂ ବିହାରକୁ ଯାଉଥିବା ଯାତ୍ରୀଙ୍କ ସଂଖ୍ୟା ବଢ଼ିଯାଇଛି। ଯଦି ଆପଣ ଦିଲ୍ଲୀରୁ ଲକ୍ଷ୍ନୌ ଯାଏଁ ଯାଉଛନ୍ତି ତେବେ ଏହାର ଚେୟାରକାରର ଭଡ଼ା ୧୨୮୦ଟଙ୍କା। କିନ୍ତୁ ଦୀପାବଳିରେ ଯଦି ଆପଣ ଏହି ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କୁ ୧୨୮୦ଟଙ୍କା ନୁହେଁ ବରଂ ୩୨୯୫ଟଙ୍କା ଭଡ଼ା ଦେବାକୁ ପଡ଼ିବ। ଅର୍ଥାତ୍ ଆପଣଙ୍କୁ ୨୦୧୫ଟଙ୍କା ଅଧିକ ଦେବାକୁ ପଡ଼ିବ। ଏହି ବର୍ଦ୍ଧିତ ଚାର୍ଜକୁ ଡାଇନାମିକ ଚାର୍ଜ କୁହାଯାଇଥାଏ। ଯଦି ଆପଣ ଏହି ଟ୍ରେନର ଏକଜିକ୍ୟୁଟିଭ ଚେୟାରକାର ଯୋଗେ ଯାତ୍ରା କରିବେ ତେବେ ସାଧାରଣ ଦିନରେ ଏହାର ଭଡ଼ା ୨୪୫୦ଟଙ୍କା। କିନ୍ତୁ ଦୀପାବଳି ଅର୍ଥାତ୍ ଅକ୍ଟୋବର ୨୬ତାରିଖରେ ଏହାର ଭଡ଼ା ୪୫୭୦ଟଙ୍କା ହୋଇଯିବ।

ତେଜସ୍ ଭାରତର ସବୁଠୁ ଦ୍ରୁତଗାମୀ ଟ୍ରେନ୍ ଭାବେ ଜଣାଯାଏ। ଏହା ପ୍ରତି ଘଣ୍ଟାକୁ  ୨୦୦କିଲୋମିଟର ବେଗରେ ଯାଇଥାଏ। ସମାନ ଦୂରତା ହେବା ସତ୍ବେ ଦିଲ୍ଲୀରୁ ଲକ୍ଷ୍ନୌର ଯିବା ଆସିବା ଭଡ଼ା ଏହି ଟ୍ରେନ୍ରେ ଅଲଗା ଅଲଗା ହୋଇଥାଏ। କିନ୍ତୁ ଯଦି ଆପଣ ଦିଲ୍ଲୀରୁ ଲକ୍ଷ୍ନୌା ଯାଉଛନ୍ତି ତେବେ ଏସି ଚେୟାର କାରର ଭଡ଼ା ୧୨୮୦ଟଙ୍କା ଏବଂ ଏକ୍ଜିକ୍ୟୁଟିଭ ଚେୟାରକାରର ଭଡ଼ା ୨୪୫୦ଟଙ୍କା ହୋଇଥାଏ।

ଏହି ଟ୍ରେନର ନମ୍ବର ୮୨୫୦୨/୮୨୫୦୧। ଏହି ଟ୍ରେନ୍ ମଙ୍ଗଳବାର ଚାଲିନଥାଏ ,ବାକି ଦିନ ଆପଣ ଏହାର ସେବା ନେଇପାରିବେ। ଲକ୍ଷ୍ନୌରୁ ଏହି ଟ୍ରେନ୍ ସକାଳ ୬ଟା ବାଜି ୧୦ମିନିଟରେ ଛାଡ଼ିଥାଏ ଏବଂ ୧୨ଟା ବାଜି ୨୫ମିନିଟରେ ଦିଲ୍ଲୀ ପହଞ୍ଚିଯାଇଥାଏ। ପୁଣି ସେହି ଦିନ ସନ୍ଧ୍ୟାରେ ଏହି ଟ୍ରେନ୍ ୩ଟା ବାଜି ୩୫ମିନିଟରେ ଚାଲି ୧୦ଟା ବାଜି ୫ମିନିଟରେ ଲକ୍ଷ୍ନୌ ପହଞ୍ଚିଥାଏ। ମଝିରେ ଗାଜିଆବାଦ ଏବଂ କାନପୁର ଏହି ଟ୍ରେନର ଦୁଇଟି ବଡ଼ ବଡ଼ ଷ୍ଟପେଜ।

ଏହା ପ୍ରଥମ ଏପରି ଟ୍ରେନ୍,ଯାହା ବିଳମ୍ବ ହେଲେ ଯାତ୍ରୀଙ୍କୁ କ୍ଷତିପୂରଣ ଦିଆଯାଇଥାଏ। ଟ୍ରେନ୍ ଯଦି ଗୋଟିଏ ଘଣ୍ଟା ଲେଟ୍ ହୋଇଥାଏ ତେବେ ୧୦୦ଟଙ୍କା ଏବଂ ଯଦି ୨ଘଣ୍ଟା ଲେଟ ହୋଇଥାଏ ତେବେ ୨୫୦ଟଙ୍କା କ୍ଷତିପୂରଣ ଭାବେ ଯାତ୍ରୀଙ୍କୁ ଦିଆଯାଇଥାଏ। ଏହି ଟ୍ରେନରେ ଯାତ୍ରୀଙ୍କୁ ୨୫ଲକ୍ଷ ଟଙ୍କାର ବୀମା ଦିଆଯାଇଥାଏ। ଏହା ସମ୍ପୂର୍ଣ୍ଣ ମାଗଣାରେ ମିଳିଥାଏ। କେବଳ ଏତିକି ନୁହେଁ ଲୁଟ କିମ୍ବା ଚୋରି ହେଲେ ଯାତ୍ରୀଙ୍କୁ ଏକ ଲକ୍ଷ ଟଙ୍କା ଦିଆଯାଇଥାଏ। ଏହାର ବୁକିଙ୍ଗ www.irctc.co.in ଏବଂ ମୋବାଇଲ ଆପ୍ ‘Irctc Rail Connet’ ସାହାଯ୍ୟରେ ହୋଇପାରିବ।

   Related Posts