ଗୋଟିଏ ରଙ୍ଗ ବାଛନ୍ତୁ ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ

Published By : Prameya-News7 Bureau | May 16, 2019 IST

ମଣିଷ ଜୀବନ ଉପରେ ରଙ୍ଗର ପ୍ରଭାବ ଗୁରୁତ୍ବପୂର୍ଣ୍ଣ। ସବୁ ଲୋକଙ୍କୁ ସବୁରଙ୍ଗ ଭଲ ଲାଗେନି। ସମସ୍ତଙ୍କର ନିଜର ପସନ୍ଦର ରଙ୍ଗ ଥାଏ। ଏଣୁ ଜ୍ୟୋତିଷ ଶାସ୍ତ୍ରରେ  ରଙ୍ଗ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥାଏ। ଏଠାରେ ଆମେ ରଙ୍ଗ ସମ୍ପର୍କରେ ବ୍ୟାକ୍ଷା କରିବା। ଏଥିପାଇଁ ୩ଟି ରଙ୍ଗ ହଳଦିଆ, ଲାଲ ଓ ସବୁଜ ରଙ୍ଗ ରଖିଛୁ। ଏଥିରୁ ନିଜକୁ ଭଲ ଲାଗୁଥିବା ରଙ୍ଗଟିଏ ବାଛନ୍ତୁ। ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ

{"id":112589,"width":581,"height":325}

ହଳଦିଆ
ଯଦି ଆପଣ ହଳଦିଆ ରଙ୍ଗ ପସନ୍ଦ କରୁଥାନ୍ତି ତେବେ ଆପଣ ସେହି ଲୋକଙ୍କ ଗହଣରେ ରହିବାକୁ ଭଲ ପାଆନ୍ତି ଯେଉଁ ଲୋକମାନେ ଆପଣଙ୍କର ମଙ୍ଗଳ ଚାହାନ୍ତି। ଅର୍ଥାତ ଆପଣ ଆପଣଙ୍କ ସାଙ୍ଗସାଥୀ, ସମ୍ପର୍କିୟ ଓ ସହଯୋଗୀଙ୍କ ଗହଣରେ ରହିବାକୁ ବେଶି ପସନ୍ଦ କରନ୍ତି। ଏଥିପାଇଁକି ଅନ୍ୟମାନଙ୍କ ପ୍ରତି ଆପଣଙ୍କ ବ୍ୟବହାର ଅନୁକୂଳ । ଆପଣ ନିଜ କାମପ୍ରତି ବିଶ୍ବସ୍ଥ ଓ ଅଧିକ ପରିଶ୍ରମୀ। କୌଣସି ସମସ୍ୟାର ମୁକାବିଲା ଲାଗି ଆପଣଙ୍କ ନିକଟରେ ଅଦଭୂତ କ୍ଷମତା ଥାଏ। ଆପଣଙ୍କର ଏହି କ୍ଷମତା ସେମାନଙ୍କ ପାଇଁ ବେଶ ଉପଯୋଗୀ ହୁଏ ଯେଉଁମାନେ ଆପଣଙ୍କ ସମ୍ପର୍କରେ ଥା୍ନ୍ତି। ଆପଣଙ୍କ ଜୀବନ ଓ  ଦର୍ଶନ ଅନ୍ୟ ଲୋକଙ୍କ ପାଇଁ ପ୍ରେରଣାଦାୟକ ହୋଇଥାଏ। ଆପଣଙ୍କ ଆଦର୍ଶରେ ଅନ୍ୟମାନେ ପ୍ରେରିତ ହୋଇଥାନ୍ତି। ଆପଣଙ୍କ କଳ୍ପନା ଓ ଶକ୍ତି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଥାଏ। କେବଳ ଏଥି ପାଇଁ ଅନ୍ୟ ଲୋକମାନେ ଆପଣଙ୍କ ସହ ଜଡିତ ରହିବାକୁ ଆଗ୍ରହୀ ହୋଇଥାନ୍ତି। ଆପଣଙ୍କର ସକରାତ୍ମକ ଦୃଷ୍ଟିକୋଣ ଯୋଗୁ ଆପଣ ଯେଉଁଠାକୁ ବି ଯାଆନ୍ତି ସେଠାରେ ଲୋକେ ଆପଣଙ୍କ ପ୍ରତି ପ୍ରଭାବିତ ହୋଇଥାନ୍ତି।

{"id":112588,"width":583,"height":583}

ଲାଲ ରଙ୍ଗ
ଯଦି ଆପଣ ଲାଲ ରଙ୍ଗ ପସନ୍ଦ କରୁଥାନ୍ତି ତେବେ ଆପଣଙ୍କ ବାହାର ବ୍ୟକ୍ତିତ୍ବ ଖୁବ ସୁନ୍ଦର ଓ ମର୍ଜିତ । ତେବେ ଆପଣଙ୍କ ଆଖପାଖର ଲୋକେ ଆପଣଙ୍କ ନକରାତ୍ମକ ଗୁଣକୁ ବେଶ ଜାଣିଥାନ୍ତି। ଆପଣ  ଦୋହରା ଜୀବନ ପସନ୍ଦ କରନ୍ତି। ଖୁବ କମ ଲୋକେ ଆପଣଙ୍କୁବୁଝି ପାରନ୍ତି। ତେବେ ଆପଣ ଜଣେ ସାମାଜିକ ଓ ଶାହାସୀ ବ୍ୟକ୍ତି। ଆପଣ ସ୍ବଭାବରେ ଦୟାଳୁ, ତେବେ ଲୋକେ ଆପଣଙ୍କ ସ୍ବଭାବର ଫାଇଦା ଉଠାନ୍ତି। ଙେଲେ ସବୁ ସମସ୍ୟାର ନିରାକରଣ କିପରି କରାଯାଇ ପାରିବ ଏହା ଆପଣ ବେଶ ଜାଣନ୍ତି।

{"id":112587,"width":580,"height":580}

ସବୁଜ ରଙ୍ଗ
ଯଦି ଆପଣ ସବୁଜ ରଙ୍ଗ ପସନ୍ଦ କରୁଥାନ୍ତି ତେବେ ଆପଣଙ୍କ ବାହର ବ୍ୟକ୍ତିତ୍ବ ବେଶ ଆକର୍ଷକ। ଆପଣ ଜଣେ ଗମ୍ଭୀର ବ୍ୟକ୍ତି ଓ ଜୀବନରେ ସଫଳ ହେବା ପାଇଁ ଆପଣଙ୍କ ନିଜସ୍ବ ଯୋଜନା ଥାଏ। ଆପଣ ଚିନ୍ତନଶୀଳ, ଶାହାସୀ, ପରିଶ୍ରମୀ ଓ ପ୍ରେରଣା ଦାୟୀ ବ୍ୟକ୍ତିତ୍ବ। ଆପଣଙ୍କ ଉପସ୍ଥିତି ଅନ୍ୟମାନଙ୍କ ତୁଳନାରେ ବହୁତ ଅଧିକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.