Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦ୍ୱିତୀୟ ଲହରର କରୁଣ ଚିତ୍ର : ହସ୍ପିଟାଲରେ ବେଡ୍ ନାହିଁ, ଫୁଟ୍ ପାଥ୍‌ରେ ଶୋଇଛନ୍ତି କରୋନା ସଂକ୍ରମିତ
  • ||
  • ରାଉରକେଲା : ଦିଲ୍ଲୀରେ ଅକ୍ସିଜେନ୍ ସଙ୍କଟ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରୁ ପଠାଗଲା ଅକ୍ସିଜେନ୍ ଟ୍ୟାଙ୍କର
  • ||
  • ଯାଜପୁର : ଅକ୍ସିଜେନ୍ ସଙ୍କଟ, ଯାଜପୁରରୁ ବିଶାଖାପାଟଣା ଓ ପୁଣେ ଗଲା ୨ଟି ଅକ୍ସିଜେନ୍ ଟ୍ୟାଙ୍କର
  • ||
  • ଅନୁଗୋଳ : ଅନୁଗୋଳ ଜିଲ୍ଲାର ୨ଟି ମ୍ୟୁନିସିପାଲଟି ସଟଡାଉନ୍, କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା ନବମିଶ୍ର କଲୋନୀ
  • ||
  • କଳାହାଣ୍ଡି : ପୋଲିସ ରିଜର୍ଭ ଅଫିସରେ ସର୍ଜନ ଓ OAPF ଯବାନଙ୍କ ମଧ୍ୟରେ ମାଡ ଘଟଣା, ଉଭୟଙ୍କୁ ନିଲମ୍ବିତ କଲେ ଏସପି
  • ||
  • କଳାହାଣ୍ଡି : ଜିଏସଟି ଏନଫୋର୍ସମେଣ୍ଟ ଟିମ୍‌ର ଚଢାଉ, ଟ୍ରକ୍‌ରୁ ୫ ଲକ୍ଷ ୩୫ ହଜାର ଟଙ୍କା ଜରିମାନା ଆଦାୟ
  • ||
  • କରୋନା ବେଲଗାମ୍, ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାରରୁ ଅଧିକ କେସ୍, ୨୨୬୩ ମୃତ
  • ||
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||

ହିନ୍ଦୁ ଧର୍ମରେ ଲୋକେ ବୁଧବାର ଝିଅ, ବୋହୂଙ୍କୁ କାହିଁକି ପଠାନ୍ତି ଶ୍ୱଶୁର ଘର, ଜାଣନ୍ତୁ କାରଣ

7/07/2019 at 7:46 PM

ହିନ୍ଦୁ ଧର୍ମରେ ଅନେକ ନୀତି ନିୟମ ରହିଛି । ତେବେ ସାମିଜିକ ଚାଲିଚଳନରେ କିଛି ରିତିନୀତି ମଧ୍ୟ ପ୍ରଚଳିତ। ଏଥିରେ ଝିଅକୁ ବୁଧବାର ତା ଶାଶୁ ଘରକୁ ଛଡା ଯାଏନି। ସେହିପରି ଶ୍ୱଶୁର ଘର ଲୋକେ ବି ବୁଧାବର ବାପଘରକୁ ଛାଡି ନଥାନ୍ତି। ଏହା ପଛରେ କିଛି ଜ୍ୟୋତିଷୀୟ କାରଣ ବି ରହିଛି। ବୁଧ ଓ ଚନ୍ଦ୍ରଙ୍କ ଜ୍ୟୋତିଷୀୟ ସମ୍ପର୍କ ଲାଗି ଏଭଳି ନୀତି ପ୍ରଚଳିତ ଥିବା ଜଣାପଡିଛି।

ଚନ୍ଦ୍ର ଯାତ୍ରାର କାରକ ଗ୍ରହ। ତେବେ ବୁଧ ଓ ଚନ୍ଦ୍ରଙ୍କ ଜ୍ୟୋତିଷ ସମ୍ପର୍କ ଭଲ ନୁହେଁ। ଏଣୁ ବୁଧବାର ଯାତ୍ରାରେ ବାଧା ବିଘ୍ନ ଉପୁଜିବା ଆଶଙ୍କାରେ ଲୋକେ ଏଭଳି ଯାତ୍ରା ନିୟମ କରିଛନ୍ତି। ଏଥି ପାଇଁ କେତେକ ଡରାଣ ମଧ୍ୟ ରଖିଛନ୍ତି। ଯେଉଁଥିରେ ବୋହୂ ଯଦି ବୁଧାବର ପିତ୍ରାଳୟ ଅଥବା ଶ୍ୱଶୁରାଳୟକୁଯାତ୍ରା କରେ ଉଭୟ ପରିବାରର ସମ୍ପର୍କରେ ଫାଟ ସୃଷ୍ଟି ହୁଏ ବୋଲି କୁହାଯାଏ।

କେତେକ କ୍ଷେତ୍ରରେ ଘଟଣା ଦୁର୍ଘଟଣାର ମଧ୍ୟ ଆଶଙ୍କା କରାଯାଇଥାଏ। ଏଣୁଦିନକ ପୂର୍ବରୁ ଅଥବା ଦିନକ ପରେ ଏଭଳି ଯାତ୍ରା ସ୍ଥିରିକୃତ ହୋଇଥାଏ। କେବଳ ଝିଅ ବୋହୂ ନୁହଁନ୍ତି ବୁଧବାର କୌଣସି ପ୍ରକାର ଯାତ୍ରାକୁ ହିନ୍ଦୁ ଜ୍ୟୋତିଷ ଶାସ୍ତ୍ରରେ ବାରଣ କରାଯାଇଛି।  ଯଦି ଜାତକରେ ବୁଧ ଖରାପ ସ୍ଥିତିରେ ଥାନ୍ତି ତେବେ ତ ବୁଧବାର ଦୂର ଯାତ୍ରା ହିଁ ନିଷିଧ କରିଦିଆଯାଏ। ଏହା ସତ୍ତ୍ୱେ ଯଦି ଯାତ୍ରା କରାଯାଏ ଘଟଣା, ଦୁର୍ଘଟଣା ଆଶଙ୍କା ମଧ୍ୟ ରହିଥାଏ। ତେବେ ବୁଧବାର ଯାତ୍ରା ବେଳେ ସତର୍କତା ଅବଶ୍ୟ ବାଞ୍ଛନୀୟ।

   Related Posts