କାହିଁକି ହୋଇଥାଏ ମହିଳାଙ୍କ ଶରୀରରେ ଅବାଞ୍ଛିତ କେଶ : ଜାଣନ୍ତୁ

Published By : Prameya-News7 Bureau | April 22, 2019 IST

ମହିଳାଙ୍କ ତ୍ବଚା,ଥୋଡ଼ି,କାଖ ଏବଂ ଅନ୍ୟାନ୍ୟ ସ୍ଥାନରେ ଅବାଞ୍ଛିତ କେଶ ହେବା ଏକ ସାଧାରଣ ସମସ୍ୟା ହୋଇଥାଏ। କିନ୍ତୁ ଯେତେବେଳେ ମହିଳାଙ୍କ ତ୍ବଚାରେ କିମ୍ବା ଶରୀରର ଅନ୍ୟ ସ୍ଥାନରେ ପୁରୁଷଙ୍କ ଭଳି ଦାଢ଼ି,ନିଶ ହୋଇଥାଏ ତେବେ ଏହା ଏକ ଗମ୍ଭୀର ସମସ୍ୟା ହୋଇଥାଏ।

{"id":106039,"width":594,"height":395}

ହିର୍ସୁଟିଜମ୍ : ମହିଳାଙ୍କ ଶରୀରରେ ପୁରୁଷଙ୍କ ଭଳି ଅବାଞ୍ଚିତ କେଶ ହେବା ସ୍ଥିତିକୁ ହିର୍ସୁଟିଜମ୍ କୁହାଯାଏ। ଏଥିରେ ମହିଳାଙ୍କ ଶରୀରର ସେହି ସ୍ଥାନରେ କେଶ ହୋଇଥାଏ ଯେଉଁଠାରେ ସାଧାରଣତଃ ପୁରୁଷଙ୍କ କେଶ ଥାଏ ଯେପରିକି ଛାତି,ଥୋଡ଼ି,ତ୍ବଚା ଏବଂ ପିଠି।

{"id":106040,"width":594,"height":341}

ହିର୍ସୁଟିଜମର କାରଣ:ଶରୀରରେ ହରମୋନର ପରିବର୍ତ୍ତନ କିମ୍ବା ଆଣ୍ଡୋଜେନ୍ ହରମୋନର ସ୍ତର ବଢ଼ିବା କାରଣରୁ ମହିଳାଙ୍କଠାରେ ଏହି ସମସ୍ୟା ଦେଖିବାକୁ ମିଳିଥାଏ। ଏହା ବ୍ୟତୀତ ଏହି ରୋଗର ଅନ୍ୟ କାରଣ ମଧ୍ୟ ଥାଇପାରେ।

{"id":106041,"width":595,"height":334}

ହିର୍ସୁଟିଜମ୍ ରୋଜ ଆନୁବଂଶିକ କାରଣ ପାଇଁ ମଧ୍ୟ ହୋଇଥାଏ। ଯଦି ପରିବାରରେ କାହାକୁ ଏହି ରୋଗ ହୋଇଥାଏ ତେବେ ଏହା ହୋଇଥାଏ।

{"id":106042,"width":594,"height":429}

ଏପରି କେତେକ ଔଷଧ ଥାଏ,ଯାହା ସେବନ କରିବା ଦ୍ବାରା ଶରୀରରେ ଆଣ୍ଡୋଜେନ୍ ହରମୋନ ସ୍ତରକୁ ବଢ଼ାଇ ଦେଇଥାଏ। ଅଧିକାଂଶ ସମୟରେ ଔଷଧ କାରଣରୁ ହରମୋନର ସନ୍ତୁଳନ ବିଗିଡ଼ି ଯାଇଥାଏ,ଯେଉଁଥିପାଇଁ ଏହି ରୋଗ ହୋଇଥାଏ।

{"id":106043,"width":594,"height":315}

ଗର୍ଭାବସ୍ଥା ଏବଂ ମେନୋପୋଜ୍ ସମୟରେ ମହିଳାଙ୍କ ଶରୀରରେ ବିଭିନ୍ନ ପ୍ରକାର ହରମୋନର ପରିବର୍ତ୍ତନ ହୋଇଥାଏ,ଯାହା ଦ୍ବାରା ଏହି ରୋଗ ହେବାର ଆଶଙ୍କା ବଢ଼ିଯାଏ।

{"id":106045,"width":595,"height":446}

ସାଧାରଣତଃ ଏହି ରୋଗରେ ମହିଳାଙ୍କ ଶରୀରର ତ୍ବଚାରେ,ଛାତି ଏବଂ ପିଠିରେ କେଶ ଉଠିଥାଏ ଯାହା ଅତ୍ୟନ୍ତ ଟାଣ ହୋଇଥାଏ। ଏହା ଖୁବ ଖରାପ ଦେଖାଯାଇଥାଏ।

{"id":106046,"width":596,"height":335}

ଏହି ରୋଗରେ ଉପର ଓଠ,କଲି,ବେକ,ପେଟ ଏବଂ ଛାତିରେ କେଶ ଉଠିବା,ଜଙ୍ଘରେ କେଶ ଉଠିବା,ସ୍ତନର ଆକାର ଅତ୍ୟନ୍ତ ଛୋଟ ହେବା,ତ୍ବଚାରେ ବ୍ରଣ ସମସ୍ୟା ଦେଖାଯିବା,କଣ୍ଠସ୍ବର ମୋଟା ହେବା ଆଦି ଲକ୍ଷଣ ପରିଲକ୍ଷିତ ହୋଇଥାଏ।

{"id":106047,"width":594,"height":356}

ସାଧାରଣତଃ ଡାକ୍ତରମାନେ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ମହିଳାଙ୍କୁ ଜନ୍ମ ନିୟନ୍ତ୍ରଣ ବଟିକା ଦେଇଥାଆନ୍ତି। ଯାହା ଦ୍ବାରା ଶରୀରରେ ହେଉଥିବା ପୁରୁଷ ହରମୋନକୁ କମ୍ କରି ଦେଇଥାଏ। କିନ୍ତୁ ଡାକ୍ତରଙ୍କଠୁ ପରାମର୍ଶ ନନେଇ ଏହି ବଟିକା ସେବନ କରନ୍ତୁ ନାହିଁ। ଏହା ଛଡ଼ା ଲେଜର ଟ୍ରିଟମେଣ୍ଟ ଦ୍ବାରା ଏହି ସମସ୍ୟାରୁ ମୁକ୍ତି ମିଳି ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.