ବିକମ୍ ପାସ୍ କରିବା ପରେ ଯୁବତୀ ହୋଇଯାଇଛନ୍ତି ସାଧ୍ୱୀ, ଜାଣନ୍ତୁ କାରଣ

Published By : Prameya-News7 Bureau | September 16, 2019 IST

ସୁଜନଗଡ:  ରାଜସ୍ଥାନ ସୁଜନ ଗଡର ଜନୈକା ୨୨ ବର୍ଷ ବୟସ୍କା ଯୁବତୀ ବିକମ୍  ଉତୀର୍ଣ୍ଣ ହେବା ପରେ ସନ୍ୟାସିନୀ ହୋଇଯାଇଛନ୍ତି। ଯେଉଁ ବୟସରେ ପ୍ରତିଯୋଗୀତା ପରୀକ୍ଷା ଲାଗି ପ୍ରସ୍ତୁତି କରିବା କଥା ସେହି ବୟସରେ ଲୋକଙ୍କୁ ଭାଗବତ କଥା ଶୁଣାଉଛନ୍ତି ଉଚ୍ଚଶିକ୍ଷିତା ଯୁବତୀ । ତେବେ କ’ଣ ପାଇଁ ତାଙ୍କର ଏପରି ମତିଭ୍ରମ ହୋଇଛି ଆସନ୍ତୁ ଜାଣିବା।

{"id":158643,"width":578,"height":325}

ଉଚ୍ଚଶିକ୍ଷିତା ଏହି ଯୁବତୀ ଖୁବ୍ କମ ବୟସରେ ସ୍ୱାଧ୍ୱୀ ହୋଇଛନ୍ତି। ଜୟା କିଶୋରୀ ନାମ୍ନୀ ଏହି ଯୁବତୀଙ୍କ ଜନ୍ମ ୧୩ ଜୁଲାଇ ୧୯୯୬ରେ ରାଜସ୍ଥାନର ସୁଜନଗଡରେ ହୋଇଥିଲା। ପାଠପଢାରେ ସାଙ୍ଗସାଥୀଙ୍କଠାରୁ ଖୁବ୍ ଆଗରେ ଥିଲେ ଜୟା। ହେଲେ ବିକମ୍ ପଢା ସରୁ ସରୁ ସେ ଜୀବନର ଗତି ବଦଳାଇଦେଇଛନ୍ତି। ଘରେ ତାଙ୍କର ପିତାମାତା, ଜେଜେ, ଜେଜମା  ଓ ଅନ୍ୟ ପରିବାର ଲୋକେ ବି ଅଛନ୍ତି। ହେଲେ ଜୟାଙ୍କ ରାସ୍ତାରେ କେହି ବି ପ୍ରତିବନ୍ଧକ ହୋଇ ନାହାନ୍ତି। ସେ ଏବେ କୋଲକାତାର ଅବସ୍ଥାନ କରୁଥିବା ବେଳେ ଲୋକଙ୍କୁ ଶାସ୍ତ୍ରାର୍ଥ କରୁଥିବା ଦେଖାଯାଉଛି।

{"id":158644,"width":581,"height":725}

ତେବେ କ’ଣ ପାଇଁ ସେ ସନ୍ୟାସିନୀର ପଥ ବାଛି ନେଇଛନ୍ତି ସେ ସମ୍ପର୍କରେ ଯାହା କୁହନ୍ତି ତାହା ବି କମ୍ ଆଶ୍ଚର୍ଯ୍ୟଜନକ ନୁହେଁ । ଜୟା ଯେଉଁ ମାଟିରେ ଜନ୍ମ ହୋଇଛନ୍ତି ଏକଦା ସେଠାରେ ମୀରାବାଇଙ୍କର ମଧ୍ୟ ଜନ୍ମ ହୋଇଥିଲା। ପିଲାଟି ଦିନରୁ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଥିଲା ତାଙ୍କର ଅତ୍ୟନ୍ତ ଭକ୍ତି। ଏହି ଭକ୍ତି ହିଁ ତାଙ୍କୁ ମୀରାଙ୍କ ପରି ତାଙ୍କୁ ସଂସାର ରାସ୍ତାରୁ ବିଚ୍ୟୁତ କରିଛି।

{"id":158645,"align":"center"}

କୃଷ୍ଣପ୍ରେମରେ ବିହ୍ୱଳିତ ଜୟା ଲୋକଙ୍କୁ ନାନୀ ବାଇକା ମାୟରୋ, ନରସି କା ଭାତ ଭଳି କାହାଣୀ ଶୁଣାଉଛନ୍ତି। ତେବେ ସେ ନିଜ ଇଛାରେ ନିଜେ କିଛି କରିନାହାନ୍ତି। ଏଥିଲାଗି ମତାପିତାଙ୍କୁ ମଧ୍ୟ ପଚାରିଥିଲେ। ତେବେ ସେ ଯେତେବେଳେ ଜୀବନର ରାସ୍ତା ନିର୍ଣ୍ଣୟ କରିସାରିଲେଣି ଏଥିରେ ପରିବାର ତାଙ୍କୁ ବାଧା ଦେଇନଥିଲେ। ଆଜି ସାରା ଦେଶରେ ଜୟା କିଶୋରୀ ଜଣେ ସ୍ୱାଧ୍ୱୀ ଭାବେ ଖୁବ୍ ପରିଚିତ। ତାଙ୍କର ଭାଗବତ ରସ ଶ୍ରଦ୍ଧାଳୁଙ୍କୁ ବିହ୍ୱଳିତ କରୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.