Leap day Feb 29: ଜାଣନ୍ତୁ କାହିଁକି, କେବେ ହୋଇଥିଲା ପ୍ରଥମ ଅଧିବର୍ଷ

Published By : Prameya-News7 Bureau | February 29, 2020 IST

ଫେବୃଆରୀ ୨୯ ତାରିଖ ଶନିବାର ମାସର ଅଧିକ ଦିନ। ପ୍ରତିବର୍ଷ ଫେବୃଆରୀ ୨୮ ଦିନିଆ ହେଲେ ଚଳିତବର୍ଷ ଫେବୃଆରୀ ୨୯ ଦିନର। ଏଣୁ ସମସ୍ତଙ୍କ ମନରେ ଅଧିକ ଦିନଟିଏ ଲାଗି ପ୍ରଶ୍ନ ଉଠିବା ସ୍ୱଭାବିକ। ତେବେ ଆସନ୍ତୁ ଜାଣିବା ଚଳିତବର୍ଷ କାହିଁକି ଫେବୃଆରୀ ୨୯ ଦିନିଆ ଓ କେବେଠୁ ଓ କାହିଁକି ହୋଇଛି ଏପରି ପ୍ରଚଳନ ।  

{"id":230779,"sizeSlug":"large"}

ତେବେ ଏହା ପୃଥିବୀର ଘୂର୍ଣ୍ଣନ ଚକ୍ରକୁ ନେଇ ହୋଇଛି। କାରଣ ଗୋଟିଏ ଦିନ ୨୪ ଘଣ୍ଟା ନୁହେଁ। ଖଗୋଳ ଶାସ୍ତ୍ରୀଙ୍କ ଅନୁସାରେ ଗୋଟିଏ ଦିନ ଓ ରାତି ମିସି ୨୩ଘଣ୍ଟା ୫୬ ମିନିଟ୍  ୪.୧ ସେକେଣ୍ଡ। ସେହିପରି ପୃଥିବୀ ସୂର୍ଯ୍ୟଙ୍କୁ ଗୋଟିଏ ଥର ସମ୍ପୂର୍ଣ୍ଣ ପରିକ୍ରମା କରିବା ଲାଗି ୩୬୫ ଦିନ ୫ଘଣ୍ଟା ୪୮ ମିନିଟ୍ ଓ ୪୫ ସେକେଣ୍ଡ ଲାଗିଥାଏ। ଏଥି ଯୋଗୁ ୧୫୮୩ ମସିହାରେ ପୋପ୍ ଗ୍ରେଗୋରୀ ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରିଥିଲେ। ଯାହାକୁ ଗ୍ରେଗରିଆନ କ୍ୟାଲେଣ୍ଡର ବୋଲି କୁହାଯାଏ। ଏଥିରେ ସେ ପ୍ରତି ଚାରିବର୍ଷରେ ଫେବୃଆରୀ ମାସ ସହ ଗୋଟିଏ ଅଧିକ ଦିନ ଯୋଡି ଦେଇଥିଲେ।

{"id":230765,"sizeSlug":"large"}

ଏଣୁ ଏଭଳି ମାସ କେଉଁ ବର୍ଷ ପଡିବ ତାହା ଜାଣିବାକୁ ବି ଏକ ସୁନ୍ଦର ଫର୍ମୂଲା ରହିଛି। ତାହା ହେଉଛି ଯେଉଁ ବର୍ଷକୁ ୪ ଦ୍ୱାରା ଭାଗ କଲେ ଭାଗ ଶେଷ ସୁନ ରହେ ସେହି ବର୍ଷଟି ଲିପ୍ ଇୟର ବା ଅଧିବର୍ଷ। ଚଳିତବର୍ଷ ସଂଖ୍ୟା ୨୦୨୦ ହେଉଥିବା ବେଳେ ଏହାକୁ ୪ରେ ଭାଗ କଲେ ଭାଗଶେ। ଶୁନ ରହୁଛି। ଏଣୁ ଚଳିତବର୍ଷ ଫେବୃଆରୀ ୨୯ ଦିନିଆ। ଅତୀତରେ ୨୦୦୦ ମସିହା ମଧ୍ୟ ଅଧିବର୍ଷ ଥିଲା। ପ୍ରତି ୪ ବର୍ଷରେ ଥରେ ଅଧିବର୍ଷ ପଡିଥାଏ। ଏଣୁ ଆଗକୁ ୨୦୨୪ ଓ ୨୦୨୮ ମଧ୍ୟ ଲିପ୍ ଇୟର ହେବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.