Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ ଧରଣର ସଫଳତା, ଅବୈଧ ଅସ୍ତ୍ରଶସ୍ତ୍ର ସହ ୨ଜଣ ଗିରଫ
  • ||
  • ଗଣତନ୍ତ୍ର ଦିବସରେ ୩୮୪ଜଣଙ୍କୁ ମିଳିବ ବୀରତା ପୁରସ୍କାର, ଘୋଷଣା କଲେ ରାଷ୍ଟ୍ରପତି
  • ||
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||

ନିର୍ବାଚନୀ ରାଜନୀତିକୁ ବାଏ ବାଏ କଲେ ଢେଙ୍କାନାଳ ସାଂସଦ , ଜାଣନ୍ତୁ କାହିଁକି

5/03/2019 at 5:49 PM

ଭୁବନେଶ୍ବର୫|୩(ଦ୍ବିତୀକୃଷ୍ଣ ପହି): ଆଉ ରାଜନୀତି କରିବେନି ତଥାଗତ ସତପଥୀ । ପଲିଟିକ୍ସରୁ ସନ୍ୟାସ ନେବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ହଠାତ୍ କାହିଁକି ତଥାଗତ ଏଭଳି ନିଷ୍ପତ୍ତି ନେଲେ ତାକୁ ନେଇ ଚର୍ଚ୍ଚା ଧୋର୍ ଧରିଛି । ସେପଟେ ବୈଜୟନ୍ତ ବିଜେପିରେ ମିଶିବା ପରେ କେନ୍ଦ୍ରାପଡ଼ା ସମୀକରଣକୁ ନେଇ ବି ଆରମ୍ଭ ହୋଇଛି ଅଙ୍କକଷା ।

ବୟସ ହେଲାଣି, ଆଉ ରାଜନୀତି କରିବିନି । କେବଳ ସାମ୍ବାଦିକତାରେ ମନେଦବି । ଏମିତି କହି ନିର୍ବାଚନୀ ରାଜନୀତିକୁ ବାଏ ବାଏ କରିଛନ୍ତି ଢେଙ୍କାନାଳ ସାଂସଦ ତଥା ବରିଷ୍ଠ ବିଜେଡି ନେତା ତଥାଗତ ସତପଥୀ । କାଲି ବିଜେପିରେ ବୈଜୟନ୍ତଙ୍କ ଇନ୍ ହେଉ ହେଉ ପଲିଟିକ୍ସରୁ ହିଟ୍ ୱିକେଟରେ ଆଉଟ୍ ହୋଇଛନ୍ତି ତଥାଗତ । ଏହାସହ ୬୦ ଟପିଲେ ରାଜନୀତି ଛାଡିଦେବା କଥା ବି ଉଠାଇଛନ୍ତି । ନିଜ ଅଫିସିଆଲ୍ ଟ୍ବିଟର ଆକାଉଣ୍ଟ ରେ ନିଜକୁ ପୂର୍ବତନ ସାଂସଦ ବୋଲି ଘୋଷଣା କରିଛନ୍ତି । ତାଙ୍କ ପରିବାରର କେହି ଟିକଟ୍ ଲବିରେ ନ ଥିବା କହିଛନ୍ତି ତଥାଗତ ।

ତିନି ଥରର ସାସଂଦ, ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପୁଅ ତଥାଗତଙ୍କ ହଠାତ୍ ରାଜନୀତି ପ୍ରତି ଏଭଳି ବୈରାଗ୍ୟ କାହିଁକି ଆସିଲା  ? ସତରେ ବୟସ ପାଇଁ ରାଜନୀତି ଛାଡ଼ିଲେ ନା ଆଉ କିଛି କାରଣ ରହିଛି ?  କିଛି ଏକଥା ବି କହୁଛନ୍ତି, କଂଗ୍ରେସରୁ ଆସି ଢେଙ୍କାନାଳ ବିଜେଡିରେ ପାୱାରଫୁଲ ହେଉଛନ୍ତି ସୁଧୀର ସାମଲ । ଯାହା ତଥାଗତଙ୍କ ଟିକଟ୍ ଉପରେ ପ୍ରଶ୍ନଚିହ୍ନ ଲଗାଇଥିଲା । ସେପଟେ ସୌମ୍ୟରଂଜନଙ୍କ ବିଜେଡି ପ୍ରବେଶକୁ ବି ତଥାଗତ ବିରୋଧ କରି ନିରାଶ ହୋଇଥିଲେ । ତେଣୁ ନିର୍ବାଚନ ପୂର୍ବରୁ ଏହା ସାଇଡ୍ ଇଫେକ୍ଟ ନୁହେଁତ ?  ତେବେ ରାଜନୀତି ନ ଛାଡ଼ିବାକୁ ତଥାଗତକୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ।

ସେପଟେ ବୈଜୟନ୍ତ ପଦ୍ମ ଧରିବା ପରେ କେନ୍ଦ୍ରାପଡ଼ା ରାଜନୀତିର ସମୀକରଣକୁ କ’ଣ ହେବ ତାକୁ ନେଇ ଚର୍ଚ୍ଚା ଜୋର । ବୈଜୟନ୍ତ ବିଜେପିରୁ ପ୍ରାର୍ଥୀ ହେବେ ନା ଆଉ କିଛି ପ୍ଲାନରେ ଅଛନ୍ତି ? ବୈଜୟନ୍ତ ପ୍ରାର୍ଥୀ ହେଲେ ବିଜେଡି କାହାକୁ ସାମ୍ନାକୁ ଆଣିବ ?  ବିଜେଡି ସାଂସଦ ପ୍ରତାପ ଦେବଙ୍କ କହିବା କଥା ହେଲା ୨୦୦୮ ଆଗରୁ ବୈଜୟନ୍ତଙ୍କୁ କେନ୍ଦ୍ରାପଡ଼ାରେ କେହି ଚିହ୍ନି ନ ଥିଲେ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିନ୍ତୁ କହିଛନ୍ତି ବୈଜୟନ୍ତଙ୍କ ଯୋଗ ଦାନ ବିଜେପିକୁ ମଜବୁତ୍ କରିବ ।

ନିର୍ବାଚନ ଯେତିକି ପାଖଉଛି ସେତିକି ଜୋର ଧରୁଛି ଇନ୍, ଆଉଟ୍ ରାଜନୀତି ।  ହେଲେ ଏହାର ଲାଭ କାହାକୁ ମିଳୁଛି,  କିଏ କ୍ଷତି ସହୁଛି, ତାହା ନିର୍ବାଚନ ଫଳ ସ୍ପଷ୍ଟ କରିବ ।

   Related Posts