ଏହି ଦେଶର ମହିଳାଙ୍କ ଉପରେ ପଡ଼ିନଥାଏ ବୟସର ପ୍ରଭାବ: ଏମାନଙ୍କ ସୌନ୍ଦର୍ଯ୍ୟକୁ ନେଇ ସବୁଆଡେ ଚର୍ଚ୍ଚା

Published By : Prameya-News7 Bureau | December 03, 2020 IST

ନୂଆଦିଲ୍ଲୀ ୦୩/୧୨ : ତାଇୱାନ ଏମିତି ଏକ ସହର ଯାହା ନିଜର ଅନେକ ଖାସ ଜିନିଷ ପାଇଁ ଜଣାଶୁଣା। ଲୋକେ ଏହି ଦେଶର ସଂସ୍କୃତି ଓ ସଭ୍ୟତାର ଉଦାହରଣ ଦେଇଥାନ୍ତି। ସେଥିପାଇଁ ତାଇୱାନ ଆଜି ବିଶ୍ୱର ଅନେକ ବଡ ବଡ ଦେଶ ସହ ଭଲ ସମ୍ପର୍କ ସ୍ଥାପନ କରିଛି। ଏହି ଦେଶର ଏକ ବିଶେଷତ୍ୱ ହେଲା ଏଠାକାର ମହିଳାମାନଙ୍କ ବୟସ ବଢ଼ିନଥାଏ।

{"id":372005,"sizeSlug":"large"}

ତାଇୱାନ ଏକ ଦ୍ବୀପ। ଏହାର ଆଖପାଖରେ ଅନେକ ଦ୍ବୀପ ରହିଛି। ଏହା ଚୀନ ଗଣରାଜ୍ୟର ଏକ ଅଂଶ ବିଶେଷ। ତାଇୱାନର ଅନେକ ସାମାଜିକ ସଂସ୍କୃତି ରହିଛି। ଏଠାକାର ୭୦ ପ୍ରତିଶତ ଲୋକ ବୌଦ୍ଧ ଧର୍ମାବଲମ୍ବୀ। ତାଇୱାନର ମହିଳାମାନେ ଦେଖିବାକୁ ବହୁତ ସୁନ୍ଦର। ଏଠାକାର ମହିଳାଙ୍କ ସୌନ୍ଦର୍ଯ୍ୟକୁ ନେଇ ସବୁଆଡେ ଚର୍ଚ୍ଚା ହୋଇଥାଏ। ଏଠାକାର ମହିଳାମାନଙ୍କ ବୟସ ବଢ଼ିନଥାଏ।

{"id":372012,"width":560,"height":420,"sizeSlug":"large"}

କାହିଁକି ଏମାନଙ୍କ ବୟସ ବଢ଼ିନଥାଏ ଏବଂ ଏମାନଙ୍କ ସୌନ୍ଦର୍ଯ୍ୟର ରହସ୍ୟ କଣ ? ଏମାନଙ୍କ ସୌନ୍ଦର୍ଯ୍ୟର ସବୁଠାରୁ ବଡ କାରଣ ହେଲା ଏଠାକାର ମହିଳାମାନେ ନିଜ ରଙ୍ଗରୂପକୁ ନେଇ ବହୁତ ସଜାଗ। ଏମାନେ ବେଶୀ ଖରାକୁ ବାହାରନ୍ତିନି। ଖରାରେ ତ୍ୱଚା କଳା ହୋଇଯିବ ବୋଲି ବେଶୀ ବାହାରକୁ ବାହାରନ୍ତିନି।

{"id":372015,"sizeSlug":"large"}

ଖରାର ଶୀଘ୍ର ବୟସ ମଧ୍ୟ ବଢିଯାଏ ବୋଲି ତାଇୱାନ ଲୋକ ବିଶ୍ୱାସ କରନ୍ତି। ସେଥିପାଇଁ ଯେତେ ଜରୁରୀ କାମ ଥିଲେ ବି ଏମାନେ ଖରାରେ ବାହାରକୁ ବାହାରନ୍ତିନି। ଏଠାକାର ଲୋକ ବହୁତ ପରିଶ୍ରମୀ। ସେଥିପାଇଁ ଏମାନେ ସୁସ୍ଥ ଏବଂ ଫିଟ୍ ରୁହନ୍ତି।

{"id":372010,"sizeSlug":"large"}

ତାଇୱାନ ଲୋକ କେବଳ ଖରାକୁ ନୁହେଁ ବରଂ ବର୍ଷାକୁ ବି ଡରନ୍ତି। ବର୍ଷା ପାଣିରେ ଓଦା ହେବାକୁ ଏମାନେ ବିଲକୁଲ ପସନ୍ଦ କରନ୍ତିନି। ବର୍ଷାରେ ଭିଜିଲେ ତ୍ୱଚାରେ ଆଲର୍ଜି ହୋଇ ତ୍ୱଚା ଖରାପ ହେବାର ଆଶଙ୍କା ଥାଏ ବୋଲି ମହିଳାମାନେ ବର୍ଷାରେ ବାହାରକୁ ବାହାରନ୍ତିନି।

{"id":372018,"sizeSlug":"large"}

ଏଠାକାର ଲୋକେ କମ ବୟସରେ ଧନୀ ହୋଇଯାଆନ୍ତି। ତାଇୱାନ ଲୋକ ବହୁତ ସରଳ। ତାଇୱାନ ଲୋକେ ସମସ୍ତଙ୍କୁ ସମ୍ମାନ କରନ୍ତି ଏବଂ ଅନ୍ୟ ଦେଶରୁ ଆସିଥିବା ଅତିଥିଙ୍କ ଆଦର ସତ୍କାର ବହୁତ ଖୁସିରେ କରନ୍ତି। ତାଇୱାନରେ ମଧ୍ୟ ଭାରତ ଭଳି ଅତିଥି ଦେବୋ ଭବ  ପରମ୍ପରା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.