ଘରେ କାହିଁକି ରଖାଯାଏନି ଶନିଦେବଙ୍କ ମୂର୍ତ୍ତି ବା ପ୍ରତିମା ? ମନ୍ଦିରରେ ହିଁ ପୂଜା ପାଆନ୍ତି ନ୍ୟାୟାଧୀଶ

Published By : Prameya-News7 Bureau | April 11, 2021 IST

ଭୁବନେଶ୍ୱର ୧୧/୦୪ : ହିନ୍ଦୁ ଧର୍ମରେ ଭଗବାନଙ୍କ ଉପରେ ଲୋକଙ୍କର ପ୍ରଗାଢ ବିଶ୍ୱାସ ରହିଛି। ପ୍ରତ୍ୟେକ ଲୋକଙ୍କ ଘରେ ବା ଘରର ପୂଜା ଘରେ ଦେବୀ, ଭଗବାନ ଗଣେଶ, ହନୁମାନ, ଶ୍ରୀକୃଷ୍ଣ, ଶିବ ପାର୍ବତୀ ବା ଶିବଲିଙ୍ଗ ସହିତ ଅନେକ ଦେବାଦେବୀଙ୍କ ମୂର୍ତ୍ତି ବା ପ୍ରତିମା ପୂଜା କରାଯାଇଥାଏ। କିନ୍ତୁ କେବେ କାହା ଘରେ ଶନିଦେବଙ୍କ ମୂର୍ତ୍ତି ବା ପ୍ରତିମା ପୂଜା କରାଯାଏନାହିଁ। ତେବେ ଘରେ ସବୁ ଦେବାଦେବୀଙ୍କ ଫଟୋ ପୂଜା କରାଯାଉଥିବା ବେଳେ ଶନିଦେବଙ୍କ ଫଟୋ ବା ପ୍ରତିମାକୁ କାହିଁକି ଘରେ ପୂଜା କରାଯାଏନାହିଁ। ଏହା ପଛରେ କଣ କାରଣ ରହିଛି ଜାଣନ୍ତୁ।

ଧର୍ମ ଶାସ୍ତ୍ର ଅନୁଯାୟୀ, ଶନିଦେବଙ୍କ ମୂର୍ତ୍ତି କିମ୍ବା ପ୍ରତିମା ପୂଜା ଘରେ ରଖିବା ଉଚିତ ନୁହେଁ। ଶନିଦେବଙ୍କୁ ଘର ବାହାରେ କୌଣସି ମନ୍ଦିରରେ ପୂଜା କରିବା ଉଚିତ। ବିଶ୍ଵାସ ରହିଛି ଯେ ଥରେ ଶନିଦେବଙ୍କୁ ଅଭିଶାପ ମିଳିଥିଲା ଯେ ସେ ଯେଉଁ ବ୍ୟକ୍ତି ଉପରେ ନିଜ ଦୃଷ୍ଟି ପକାଇବେ ତାର ଅନିଷ୍ଟ ହେବ। ଯେହେତୁ ଶନିଦେବଙ୍କ ଦୃଷ୍ଟି ସିଧା ସଳଖ ଆମର ଜନଜୀବନକୁ ପ୍ରଭାବିତ କରିଥାଏ ସେଥିପାଇଁ ଧର୍ମ ଶାସ୍ତ୍ରରେ ଶନିଦେବଙ୍କ ମୂର୍ତ୍ତି ବା ପ୍ରତିମା ଘରେ କିମ୍ବା ଘରର ପୂଜା ଘରେ ରଖିବା ଓ ପୂଜା କରିବା ଠିକ ବୋଲି କୁହାଯାଏ ନାହିଁ।

ଶନି ମନ୍ଦିରରେ ବା ଶନିଦେବଙ୍କୁ ପୂଜା କଲାବେଳେ ସର୍ବଦା ଧ୍ୟାନ ଦେବା ଉଚିତ ଯେ କେବେ ବି ଶନିଦେବଙ୍କ ଆଖିକୁ ଦେଖି ପୂଜା କରିବା ଉଚିତ ନୁହେଁ। ଶନିଦେବଙ୍କ ଆଖିକୁ କେବେ ଦର୍ଶନ କରିବା ଉଚିତ ନୁହେଁ। ଦର୍ଶନ ସମୟରେ ଶନିଦେବଙ୍କ ପାଦକୁ ଦେଖିବା ଉଚିତ। ଏହାଦ୍ୱାରା ଶନିଦେବଙ୍କ ଦୃଷ୍ଟିରୁ ବଞ୍ଚିପାରିବେ। ଶନିବାର ଦିନ ଶନିଦେବଙ୍କ ସହ ହନୁମାନଙ୍କୁ ମଧ୍ୟ ପୂଜା କରିବା ଉଚିତ। ଏହାଦ୍ୱାରା ଶନିଦେବ ପ୍ରସନ୍ନ ହୁଅନ୍ତି ଏବଂ କଷ୍ଟ ଦୂର କରିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.