ସ୍କୁଲ ବସ୍ ର ରଙ୍ଗ ହଳଦିଆ ହେଲା କାହିଁକି, ଜାଣନ୍ତୁ କାରଣ

Published By : Prameya-News7 Bureau | August 25, 2019 IST

ସାଧାରଣତଃ ରାସ୍ତାରେ ଯିବା ଆସିବା କରିବା ବେଳେ ସ୍କୁଲ ଭ୍ୟାନ ଓ ବସ୍ ଅନେକ ଦେଖିଛେ। ସ୍କୁଲ ବସ୍ ର ରଙ୍ଗ କିପରି ପଚାରିଲେ ଛୋଟ ଛୁଆବି ସହଜରେ କହିପାରେ ହଳଦିଆ। ଏକବଳ ଆମ ଦେଶ ଭାର ନୁହେଁ ବିଶ୍ୱର ଅନେକ ଦେଶରେ ସ୍କୁଲ ବସ୍ ର ରଙ୍ଗ ହଳଦିଆ।  ତେବେ ଯାନ ବାହନ ଅନେକ ରଙ୍ଗର ହୋଇଥିବା ବେଳେ ସ୍କୁଲ ବସ୍ ପାଇଁ ଏହି ରଙ୍ଗକୁ ଚୟନ କରାଗଲା କାହିଁକି । ତେବେ ଆସନ୍ତୁ ଜାଣିବା ଏହାର କାରଣ।

{"id":148921}

ବିଶ୍ୱରେ ପ୍ରଥମେ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ନେବା ଆଣିବା ଲାଗି ଯାନବାହନର ଉପଯୋଗ ହେଉନଥିଲା। ତେବେ ଉନବିଂଶ ଶତାବ୍ଦୀ ଆରମ୍ଭରେ ଉତ୍ତର ଆମେରିକାରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରିବା ଲାଗି ପ୍ରଥମ ଥର ଘୋଡାଟଣା ଗାଡି ବ୍ୟବହାର ହେଲା। ବିଂଶ ଶତାବ୍ଦୀ ପ୍ରାରମ୍ଭ ବେଳକୁ ବିଶ୍ୱରେ ମୋଟରଗାଡିର ଉଦଭାବନ ହୋଇ ସାରିଥିଲା। ଏଣୁ ଘୋଡାଟଣା ଗାଡି ବଦଳେ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା ଲାଗି ସ୍କୁଲ ବସ୍ ର ଉପଯୋଗ ଆରମ୍ଭ ହେଲା। ତେବେ ଏଥିଲାଗି ପ୍ରଥମେ ବସଗୁଡିକୁ ନାରଙ୍ଗୀ ଓ ହଳଦିଆ ରଙ୍ଗରେ ରଙ୍ଗ କରାଯାଉଥିଲା।

{"id":148919}

ହେଲେ ୧୯୩୯ ମସିହାରେ ଉତ୍ତର ଆମେରିକାର ସ୍କୁଲ ବସ୍ ଗୁଡିକ ହଳଦିଆ ରଙ୍ଗ କରାଗଲା। ତେବେ ହଳଦିଆ ରଙ୍ଗ କାହିଁକି କରାଗଲା ତାର ବି କାରଣ ରହିଛି। ତାହା ହେଉଛି ଛାତ୍ରଛାତ୍ରୀଙ୍କ ସୁରକ୍ଷା । ଏହି ରଙ୍ଗ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରିବା ଲାଗି ଅତ୍ୟନ୍ତ ସୁରକ୍ଷିତ ବୋଲି ଆମେରିକୀୟ ବୈଜ୍ଞାନିକ ମାନେ ଗବେଷଣାରୁ ଜାଣିବାକୁ ପାଇଥିଲେ। ୧୯୩୦ ମସିହାରେ ବୈଜ୍ଞାନିକ ମାନେ ପ୍ରଥମଥର ଜାଣିଥିଲେ ଯେ ଅନ୍ୟ ସବୁ ରଙ୍ଗ ଅପେକ୍ଷା ହଳଦିଆ ରଙ୍ଗ ବେସ୍ ଦୂରରୁ ଓ ସ୍ପଷ୍ଟ ଦେଖାଯାଏ। ଏଣୁ ଏହି ରଙ୍ଗ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥାଏ। ଅନ୍ୟ ରଙ୍ଗ ତୁଳନାରେ ହଳଦିଆ ରଙ୍ଗର ଆକର୍ଷଣ ୧.୨୪ ପ୍ରତିଶତ ଅଧିକ।

{"id":148920}

ଯେହେତୁ ସ୍କୁଲ ବସ୍ ଏଣୁ ଏଥିପ୍ରତି ଲୋକଙ୍କ ଧ୍ୟାନ ଆକର୍ଷଣ କରିବା ନିତ୍ୟାନ୍ତ ଜରୁରି । ଏହି ରଙ୍ଗ ଦିନ ଓ ରାତିରେ ବାରି ହୋଇ ପଡୁଥିବା ବେଳେ ଖରା,ବର୍ଷା, ଶୀତ ଓ କୁହୁଡିରେ ବି ଦେଖାଯାଇଥାଏ। ଏଥିଲାଗି ସ୍କୁଲ ବସ୍ ଗୁଡିକୁ ସୁରକ୍ଷାଗତ କାରଣ ଲାଗି ହଳଦିଆ ରଙ୍ଗ କରାଯାଇଥିଲା। ଯାହା ଆଜି ବି ମାନ୍ୟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.