Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାହିଁକି ଷ୍ଟାଡିୟମକୁ ଯାଆନ୍ତିନି ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

25/07/2019 at 5:03 PM

ଇଣ୍ଟରନ୍ୟାସନାଲ ମ୍ୟାଚ୍ ବେଳେ ଷ୍ଟାଡିୟମରେ କ୍ରିକେଟରଙ୍କ ପତ୍ନୀ ଓ ପ୍ରେମିକାଙ୍କ ଉପସ୍ଥିତି କିଛି ନୂଆ କଥା ନୁହେଁ। ଏଥିପାଇଁ ଅନେକ ଚର୍ଚ୍ଚାବି ହୋଇଛି।  ହେଲେ ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍ ରୁ ଖେଳାଳି ତାଙ୍କ ପତ୍ନୀ ଅଥବା ପ୍ରେମିକାଙ୍କୁ ପୃଥକ କରି ପାରିନାହାନ୍ତି। ତେବେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର  ରବିନ୍ଦ୍ର ଜାଡେଜା ଏପରି ଖେଳାଳିଙ୍କ ଠାରୁ ସମ୍ପୂର୍ଣ୍ଣ ପୃଥକ। କାରଣ ଜାଡେଜାଙ୍କ ପତ୍ନୀଙ୍କୁ ଷ୍ଟାଡିୟମରେ ଦେଖାଯିବା ଦୂରର କଥା ଏପର୍ଯ୍ୟନ୍ତ ତାଙ୍କର କୌଣସି ଗୋଟିଏ ବି ଟୁରରେ ମଧ୍ୟ ଦେଖାଯାଇନି। 

ଷ୍ଟାଡିୟମରେ ଜାଡେଜାଙ୍କ ପ୍ରଦର୍ଶନ ଯେପରି ତାଙ୍କ ଷ୍ଚାଇଲ ବି ସେହିପରି। ତାଙ୍କୁ ଷ୍ଟାଇଲିସ କ୍ରିକେଟର ବି କୁହଯାଇପାରେ। ହେଲେ ତାଙ୍କ ପତ୍ନୀ ରେବା ସୋଲଙ୍କୀଙ୍କ ସ୍ୱଭାବ ଜାଡେଜାଙ୍କଠାର ସମ୍ପୂର୍ଣ୍ଣ ଓଲଟା । ଅର୍ଥାତ ସମ୍ପୂର୍ଣ୍ଣ ସାଧାସିଧା ଘରୋଇ ମହିଳା।   ଅନ୍ୟ କ୍ରିକେଟରଙ୍କ ପତ୍ନୀଙ୍କ ଭଳି ସେ କେବେ ମିଡିଆ ଲାଇମଲାଇଟ୍ କୁ ଆସି ନାହାନ୍ତି କି କେବେ ଚର୍ଚ୍ଚାକୁ ଆସିବାକୁ ବି ପସନ୍ଦ କରନ୍ତି ନାହିଁ। ଖାସ ଏଥି ପାଇଁ ସେ କେବେବି ବି ଖେଳ ଦେଖିବାକୁ ଷ୍ଟାଡିୟମକୁ ଯାଇ ନାହାନ୍ତି କି କେବେ କେଉଁଠି ଭାରତୀୟ କ୍ରିକେଟରଙ୍କ ପତ୍ନୀ ବୋଲି ଚର୍ଚ୍ଚାରେ ବି ଆସି ନାହାନ୍ତି।

ରାଜକୋଟର ପ୍ରକ୍ଷାତ ବ୍ୟବସାୟୀ ତଥା କଣ୍ଟ୍ରାକ୍ଟର ହରଦେବ ସିଂ ସୋଲଙ୍କୀଙ୍କ ଝିଅ ହେଉଛନ୍ତି ରେଭା। ଖୁବ୍ ସାଧାସିଧା ସ୍ୱଭାବର ହୋଇଥିବାରୁ ରେଭା ପରିବାର ସହ ରହିବାକୁ ସବୁ ବେଳେ ପସନ୍ଦ କରନ୍ତି। ଏହି କାରଣ ଯୋଗୁ ରେଭାଙ୍କୁ କେବେ ନା କ୍ରିକେଟ ମୈଦାନରେ ଦେଖାଯାଇଛି ନା କୌଣସି କାର୍ଯ୍ୟକ୍ରମରେ। ଶରଳ ସ୍ୱଭାବ ଯୋଗୁ ଜାଡେଜା ବି କେବେ ତାଙ୍କୁ ତାଙ୍କ ଖେଳ ସହ ସାମିଲ କରି ନାହାନ୍ତି।  

   Related Posts