Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନକୁ କାହିଁକି ସେବା ସପ୍ତାହ ରୂପେ ପାଳନ କରାଯାଏ ?

17/09/2020 at 2:16 PM

ନୂଆଦିଲ୍ଲୀ ୧୭/୦୯ : ସେପ୍ଟେମ୍ବର ୧୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ଆଜି ପ୍ରଧାନମନ୍ତ୍ରୀ ମୋଦି ୭୦ ବର୍ଷ ବୟସରେ ପଦାର୍ପଣ କଲେ । ମୋଦିଙ୍କ ଜନ୍ମଦିନକୁ ଦଳ ସେବା ସପ୍ତାହ ରୂପେ ପାଳନ କରେ । ମୋଦି ନିଜ ଦଳ ଓ ସରକାରଙ୍କୁ ସ୍ପଷ୍ଟ ଭାବେ କହିଛନ୍ତି ଯେ ଜନ୍ମଦିନ ପାଳନ କରିବାରେ ଅଧିକ ସମୟ ବ୍ୟୟ ନ କରି ଜନତାଙ୍କ ସେବା ପାଇଁ ସମୟ ଦେବା ଉଚିତ । ଜନତାଙ୍କ ସେବାକୁ ସେ ସବୁବେଳେ ମହତ୍ତ୍ୱ ଦେଇଛନ୍ତି । ସେହିଦିନ ଠାରୁ ମୋଦିଙ୍କ ଜନ୍ମଦିନରେ ପ୍ରତିବର୍ଷ ସେବା ସପ୍ତାହ ଭାବେ ପାଳନ କରାଯାଏ ।

ମୋଦି ଯେତେବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ଜନ୍ମଦିନରେ ମା ହୀରାବେନଙ୍କ ଆଶୀର୍ବାଦ ନେବା ପାଇଁ ଯାଉଥିଲେ । ୨୦୧୩ ମସିହାରେ ବିଜେପିରୁ ପ୍ରଧାନମନ୍ତ୍ରୀ ପଦବୀ ପ୍ରାର୍ଥୀ ଘୋଷିତ ହେବାପରେ ମଧ୍ୟ ସେ ପ୍ରତିବର୍ଷ ମାଙ୍କ ଆଶୀର୍ବାଦ ପାଇଁ ଯାଆନ୍ତି । ମା ହୀରାବେନ ତାଙ୍କୁ ଉପହାର ସଦୃଶ ଗୀତ ଦେଇଥିଲେ । ଗତବର୍ଷ ଜନ୍ମଦିନ ସମୟରେ ମୋଦି ଗୁଜରାଟରେ ଥିଲେ । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସ୍ଥିତି ଟିକିଏ ଭିନ୍ନ ରହିଛି ।

ପାଞ୍ଚ ଦଶକରୁ ଅଧିକ ସାର୍ବଜନିକ ସେବାରେ ଶକ୍ତ ପ୍ରଶାସକର ଛବି ପଛରେ ଜୀବନର ଅନେକ କାହାଣୀ ଲୁଚି ରହିଛି । ବଡ ବଡ ନିଷ୍ପତ୍ତ ନେବାରେ ସେ କେବେ ପଛକୁ ହଟିନାହାନ୍ତି କିମ୍ବା କୌଣସି ଜିନିଷ ହାସଲ କରିବାକୁ ନିୟମ ଉଲଙ୍ଘନ କରିନଥାନ୍ତି । ମୋଦି ସର୍ବଦା ସମୟକୁ ଗୁରୁତ୍ତ୍ଵ ଦେଇଥାନ୍ତି । ସଠିକ ସମୟରେ ସଠିକ ସମୟରେ ଉପସ୍ଥିତ ହୁଅନ୍ତି । ସେ ନିଜ ଟିମରୁ ମଧ୍ୟ ଏହି ଆଶା ରଖନ୍ତି ।

   Related Posts