କ’ଣ ପାଇଁ ବିବାହୋତ୍ତର ସମ୍ବଦ୍ଧ ରଖନ୍ତି ଲୋକେ ଜାଣନ୍ତୁ କାରଣ

Published By : Prameya-News7 Bureau | August 03, 2019 IST

ବିବାହିତା ମହିଳାଙ୍କ ପରପୁରୁଷ ସମ୍ପର୍କ ନେଇ ଅନେକ ଚର୍ଚ୍ଚା ହେଉଛି। ଏ ନେଇ ସର୍ଚ୍ଚ ଇଞ୍ଜିନରେ ବି ଢେର ସର୍ଚ୍ଚ କରୁଛନ୍ତି ଲୋକେ ହେଲେ ସଠିକ ଉତ୍ତର କିନ୍ତୁ ମିଳୁ ନାହିଁ। ହେଲେ ବିବାହିତା ମହିଳା ହୁଅନ୍ତୁ ଅଥବା ପୁରୁଷ କ’ଣ ପାଇଁ ବିବାହୋତ୍ତର ସମ୍ପର୍କ ସ୍ଥାପନ କରନ୍ତି ତା ପଛରେ ଥିବା କାରଣ ହେଉଛି ସେମାନଙ୍କର ଖୁସି। ଘରେ ସବୁ ଥିବା ସତ୍ତ୍ୱେ କେଉଁଠି ନା କେଉଁଠି ସେହି ଖୁସି ଟି ଲୁଚି ଯାଉଛି ଯାହା ସେମାନେ ବାସ୍ତବିକ ଚାହୁଁଛନ୍ତି।  ଏଥିପାଇଁ ଏଠାରେ ଆମେ ୩ଟି କାରଣ ଉପସ୍ଥାପନ କରୁଛୁ। ଯେଉଁଥି ପାଇଁ ଘରର ମହିଳା ପର ପୁଋଷଙ୍କ ସହ ସମ୍ପର୍କ ସ୍ଥାପନ କରୁଥିବା ବେଳେ ପୁରୁଷ ବାହାରେ ଅନ୍ୟ ମହିଳାଙ୍କସହ ସମ୍ପର୍କ ରଖୁଥିବା ଅନୁମାନ କରାଯାଇପାରେ।

{"id":140582}
Cheating

କୌଣସି ମହିଳା ଚାହାନ୍ତିନି ଅନ୍ୟ ଜଣେ ପୁରୁଷ ସହ ତାଙ୍କର ସମ୍ପର୍କ । ତେବେ ଏଭଳି ସମ୍ପର୍କ ରଖୁଥିବା ମହିଳାଙ୍କୁ ବୁଝିବା ନିମନ୍ତେ ଆପଣଙ୍କର ମନୋବୈଜ୍ଞାନିକ ସମଝ ଥିବା ଆବଶ୍ୟକ। ମନବିଜ୍ଞାନ ଅନୁସାରେ ଯଦି ଆମକୁ ଘରେ ଥବା କୌଣସି ଖାସ ବ୍ୟକ୍ତିଠାରୁ ଆମେ ଚାହୁଁଥିବା ଖୁସି ପାଇପାରୁନେ ସେତେବେଳେ ଆମେ ଏହାକୁ ବାହାରେ ଖୋଜିଥାଏ। ମହିଳାଙ୍କ କ୍ଷେତ୍ରରେ ମଧ୍ୟ ସେଇଆ। ଯେତେବେଳେ ସ୍ୱାମୀ ନିଜ ସ୍ତ୍ରୀଙ୍କ ପ୍ରତି ଭଲ ବ୍ୟବହାର ନ କରନ୍ତି, ମାରପିଟ କରନ୍ତି ଓ ଦୁଃଖ ଦିଅନ୍ତି ଏଥିରେ ନିଜର ଖୁସି ଲାଗି ଅନ୍ୟ ପୁଋଷଙ୍କ ସହାରା ଖୋଜନ୍ତି। ସେହିଭଳି ପୁରୁଷ ମଧ୍ୟ ପତ୍ନୀଙ୍କଠାରୁ ଉପେକ୍ଷିତ ହୋଇ ଅନ୍ୟ ମହିଳାଙ୍କ ସାହାରା ନେବାକୁ ବାଧ୍ୟ ହୁଅନ୍ତି।

{"id":140583}

ସେହିପରି ଯୌନେଚ୍ଛା ମଧ୍ୟ ଏଥିପାଇଁ ଅନ୍ୟତମ ତଥା ପ୍ରମୁଖ କାରଣ ହୋଇପାରେ। ଯଦି ଘରେ ନିଜ ସ୍ୱାମୀଙ୍କଠାରୁ ସନ୍ତୋଷ ମିଳି ନ ପାରିଲା ତେବେ ମହିଳା ବାହାରେ ସନ୍ତୁଷ୍ଟି ଖୋଜିବା ସାଧାରଣ କଥା। କେତେକ ସର୍ଭେରୁ ମଧ୍ୟ ଏହା ଜଣାପଡିଛି। ଯେତେବେଳେ ଘରେ ମହିଳା ତାଙ୍କ ସ୍ୱାମୀଙ୍କ ଠାରୁ ସନ୍ତୋଷ ପାଇ ନ ପାରନ୍ତି ସେତେବେଳେ ଅନ୍ୟ ପୁରୁଷ ପ୍ରତି ସେମାନଙ୍କ ମନ ଢଳିଥାଏ। ତେବେ ଏଥିପାଇଁ ମହିଳାଙ୍କ ସ୍ୱାମୀ ପ୍ରଥମ ତଃ ଦାୟି କାରଣ ଶାରୀରିକ ସମ୍ପର୍କ ସ୍ଥାପନା ବେଳେ ସ୍ତ୍ରୀ କଣ ଚାହେଁ ସେଥିପ୍ରତି ସେ ଗୁରୁତ୍ୱ ନ ଦେବା ଯୋଗୁ ଏଭଳି ପରିସ୍ଥିତି ଉପୁଜିଥାଏ। ସେହିପରି ଅନେକ ମହିଳା ଘର କାମରେ ଏତେ ମଜ୍ଜି ରହନ୍ତି ଯେ ସ୍ୱାମୀଙ୍କ ପ୍ରତି ଧ୍ୟାନ ମଧ୍ୟ ଦେଇ ପାରିନଥାନ୍ତି। ଏଥିରେ ବିତସ୍ପୃହ ପୁରୁଷ ଅନ୍ୟଠାରେ ନିଜର ଶାନ୍ତି ଖୋଜେ।

ତେବେ ତୃତୀୟ ଓ ଶେଷ କାରଣଟି ଯାହା ହେଉଛି ତାହା ପୁରୁଷ ଓ ମହିଳାଙ୍କ ନିଜ ପ୍ରବୃ୍ତ୍ତି। ବିବାହ ପୂର୍ବରୁ ଅନ୍ୟ ଶାରୀରିକ ସମ୍ପର୍କ ରଖୁଥିବା ମହିଳା ଓ ପୁରୁଷ ବିବାହ ପରେ ବି ବିବାହୋତ୍ତର ସମ୍ପର୍କ ରଖିବା ସ୍ୱଭାବିକ। ଏହାକୁ କିନ୍ତୁ ଭାରତୀୟ ସମାଜ ଗ୍ରହଣ କରିପାରେନି। ମହିଳାଙ୍କୁ ଚରିତ୍ରହୀନାର କଳଙ୍କ ଦେଇଥାଏ। ତେବେ କେବଳ ମହିଳା ନୁହଁନ୍ତି ପୁଋଷଙ୍କ ଏଭଳି କାମକୁ ମଧ୍ୟ ଆମ ସମାଜ ପ୍ରଶ୍ରୟ ଦିଏନା। ଏଣୁ ସ୍ତ୍ରୀଙ୍କ ଭଳି ପୁଋଷଙ୍କୁ ମଧ୍ୟ ଜୀବନସାରା ନିଜ ଚାରିତ୍ରିକ ସୁଦ୍ଧତା ପ୍ରତି କଠୋର ହେବାକୁ ପଡିଥାଏ। ତେବେ ଆରମ୍ଭରୁ ପୁଋଷ ହୁଅନ୍ତୁ କି ସ୍ତ୍ରୀ ଯଦି ସ୍ଖଳିତ ହୋଇଥାନ୍ତି ତେବେ ପରବର୍ତ୍ତି ଜୀବନରେ ଏଥିରେ ସୁଧାର ଆସିନଥାଏ। ଯେଉଁଥିପାଇଁ ବିବାହୋତ୍ତର ସମ୍ବଦ୍ଧ ସମସ୍ୟା ସୃଷ୍ଟି ହୁଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.