ଗୋଟିଏ ଗୋତ୍ରରେ କ’ଣ ପାଇଁ କରାଯାଏ ନାହିଁ ବିବାହ : ଜାଣନ୍ତୁ କାରଣ

Published By : Prameya-News7 Bureau | June 10, 2019 IST

ଆମ ଶାସ୍ତ୍ରରେ ଗୋତ୍ରର ବହୁତ ମହତ୍ତ୍ବ ରହିଛି। ଖାସ୍ କରି ପୂଜା ପାଠ ଏବଂ ବିବାହ ସମୟରେ ଗୋତ୍ର ବିଷୟରେ ଜାଣି ରଖିବା ନିହାତି ଜରୁରୀ। ହିନ୍ଦୁ ପ୍ରଥା ଅନୁସାରେ ଯଦି କାହାକୁ ବିବାହ କରୁଛନ୍ତି ତେବେ ଗୋତ୍ର ନଜାଣି କରନ୍ତୁ ନାହିଁ। ଯଦି ଝିଅ ଏବଂ ପୁଅ ଗୋଟିଏ ଗୋତ୍ରର ହୋଇଥାଆନ୍ତି ତେବେ ବିବାହ ହୋଇନଥାଏ। ଆସନ୍ତୁ ଜାଣିବା କାହିଁକି ଗୋତ୍ରକୁ ଆମ ସମାଜରେ ଏତେ ମହତ୍ତ୍ବ ଦିଆଯାଇଥାଏ

ହିନ୍ଦୁ ଧର୍ମରେ ଯଦି ଗୋଟିଏ ଗୋତ୍ରର ପୁଅ ଏବଂ ଝିଅହୋଇ ଥାଆନ୍ତି ତେବେ​‌ ସେମାନଙ୍କ ବିବାହ ହୋଇନଥାଏ କାରଣ ଆମ ଧର୍ମରେ ଗୋଟିଏ ଗୋତ୍ରରେ ଲୋକେ ଭାଇ ଭଉଣୀ ଗଣା ଯାଆନ୍ତି। ଏଥିପାଇଁ ସେମାନେ ସ୍ବାମୀ ସ୍ତ୍ରୀ ହୋଇପାରିବେ ନାହିଁ।

ଗୋଟିଏ ଗୋତ୍ରରେ ବିବାହ କରିବା ପଛରେ ଏହି କାରଣ କୁହାଯାଇଛି ଯେ ଯଦି ଗୋଟିଏ ଗୋତ୍ରରେ ବିବାହ ହୋଇଥିଲେ ଯେଉଁ ସନ୍ତାନ ଜନ୍ମ ଗ୍ରହଣ କରିଥାଏ ତାଙ୍କ ଭିତରେ କିଛି ବିକୃତି ଆସିଥାଏ। ଏଥିପାଇଁ ଗୋଟିଏ ଗୋତ୍ରରେ ବିବାହ କରାଯାଇନଥାଏ।

ହିନ୍ଦୁ ଧର୍ମରେ ଯେତେବେଳେ ପୁଅ ଝିଅଙ୍କ ବିବାହ କରାଯାଇଥାଏ ସେତେବେଳେ ଗୋଟିଏ ନୁହେଁ ୩ଟି ଗୋତ୍ରକୁ ଛାଡ଼ି ବିବାହ କରାଯାଇଥାଏ। ମାଆ-ବାପା ଏବଂ ଜେଜେମାଆଙ୍କ ଗୋତ୍ରକୁ ଛାଡ଼ିବା ପରେ ଆଉ ଯେଉଁ ଗୋତ୍ର ରହିଥାଏ ସେହି ଗୋତ୍ରରେ ବିବାହ କରାଯାଇଥାଏ। ଏହି ୩ଗୋତ୍ରରେ ବିବାହ କରାଯାଇଥାଏ।

ବିଶ୍ବାସ ରହିଛି ଯେ କୈାଣସି ନିକଟ ସମ୍ପର୍କରେ ମଧ୍ୟ ବିବାହ କରିବା ଦ୍ବାରା ପିଲା ଭିତରେ ଯେଉଁ ଜିନ୍ ହୋଇଥାଏ,ସେଥିରେ କିଛି ଅଭାବ ରହିଥାଏ। ଯାହା ଦ୍ବାରା ଛୁଆର ବିକାଶ ଠିକ ଭାବେ ହୋଇପାରିନଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.