Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ଚୀନ୍ ସୀମାକୁ ଲାଗି ରହିଥିଲେ ବି କରୋନାରେ ମରି ନାହାନ୍ତି ଭିଏତନାମର ଜଣେ ବି ନାଗରିକ, ଜାଣନ୍ତୁ କିପରି?

11/06/2020 at 7:47 PM

ହାନୋଇ ୧୧।୬: ଚୀନ୍‌ ସୀମାକୁ ଲାଗି ରହିଥିବା ୯୬ ନିୟୁତ ଜନସଂଖ୍ୟାର ଦେଶ ଭିଏତନାମ ନିକଟରେ କରୋନା କଟକଣା କୋହଳ କରିଛି। ଚୀନ ସହ ନିବିଡ ବ୍ୟବସାୟୀକ ଓ ସାମାଜିକ ସମ୍ପର୍କ ଥାଇ ମଧ୍ୟ ଦୀର୍ଘ  ଦିନରେ ଭିଏତନାମର ମାତ୍ର ୩୩୨ ଜଣ ନାଗରିକ କୋଭିଡ-୧୯ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକର ବି ମୃତ୍ୟୁ ହୋଇ ନାହିଁ।  

ହୁଏତ ଏହା ଆଶ୍ଚର୍ଯ୍ୟ ଲାଗିପାରେ ହେଲେ ବାସ୍ତବିକତା। ଗତ ୨୦୦୩ ମସିହା ସାର୍ସ ସଂକ୍ରମଣରୁ ପାଇଥିବା ଶିକ୍ଷା ହିଁ ଭିଏତନାମକୁ ଏହି ଭୟଙ୍କର ମହାମାରୀ କବଳରୁ ରକ୍ଷା କରିଥିବା କହିଛନ୍ତି ନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଫର ହାଇଜିନ ଏଣ୍ଡ ଇପିଡେମୋଲଜି ଉପମୁଖ୍ୟ ଫାମ କ୍ୱାଙ୍ଗ ଥାଇ। ତେବେ ମାହାମାରୀରୁ ବର୍ତ୍ତିବା ଲାଗି ଆସନ୍ତୁ ଜାଣିବା କ’ଣ କରିଥିଲା ଭିଏତନାମ ।

ଚୀନ୍ ସହ ଭିଏତନାମର ୧ହଜାର ୩୦୦ କିଲୋମିଟର ସୀମା ରହିଛି। ମଜଭୁତ ବ୍ୟବସାୟୀକ ଓ ସାମାଜିକ ସମ୍ପର୍କ ସତ୍ତ୍ୱେ ଚୀନ ଉହାନରୁ ବ୍ୟାପିଥିବା  କରୋନା ଭାଇରସ ମହାମାରୀ ଭିଏତନାମକୁ ଅସ୍ପୃଶ୍ୟ ଛାଡିଦେଇଛି ବୋଲି ଏବେ କୁହାଯାଇପାରେ। କରୋନା ଲାଗି ଭିଏତନାମ ସରକାର ଦେଶରେ ଜାରି କରିଥିବା କଟକଣା ଗତ ଏପ୍ରିଲ ୨୧ ତାରିଖରେ ପ୍ରତ୍ୟାହାର କରିଛନ୍ତି। ତେବେ ସେତେବେଳକୁ ଦେଶରେ ଜଣେ ବି କରୋନା ସଂକ୍ରମିତ ନଥିବା ବେଳେ ସଂକ୍ରମଣ କାଳରେ ଜଣକର ବି ହେଲେ ମୃତ୍ୟୁ ହୋଇନାହିଁ। ଏହାର ଅର୍ଥ ନୁହେଁ ଦେଶକୁ କରୋନା ଆସି ନଥିଲା, ହେଲେ ସରକାରଙ୍କ ସତର୍କତା ଓ ଲୋକଙ୍କ ସଚେତନତା ଭିଏତନାମରେ କରୋନାକୁ ପ୍ରତିହତ କରିଛି।

କରୋନା ସମ୍ପର୍କରେ ଫାମ କ୍ୱାଙ୍ଗ ଥାଇ କହନ୍ତି ଯେ ଚୀନରେ ସଂକ୍ରମଣ ବ୍ୟପିବାର ସୂଚନା ମିଳିବା ମାତ୍ରେ ଦେଶରେ ମୁକାବିଲା ପ୍ରସ୍ତୁତି ଆରମ୍ଭ ହୋଇଥିଲା। କାରଣ ଚୀନରେ କିଛି ବି ହେଲେ ଭୌଗଳିକ ଓ ସାମାଜିକ ସମ୍ପର୍କରୁ ଭିଏତନାମ ପ୍ରଭାବିତ ହେବା ନିଶ୍ଚିତ। ଏହାର ଉଦାହରଣ ଭାବେ ୨୦୦୩ ମସିହା ସାର୍ସ ସଂକ୍ରମଣକୁ ନିଆଯାଇପାରେ। ଏଣୁ ୨୩ଟି ମନ୍ତ୍ରାଳୟକୁ ନେଇ ତୁରନ୍ତ ଷ୍ଟିୟରିଂ କମିଟି ଗଠନ କରାଯିବା ସହ ପଦକ୍ଷେପ ନିଆଯାଇଥିଲା। ଚୀନ ଭୂତାଣୁ ସଂକ୍ରମଣ ନେଇ ଅଧିକାରୀକ ଘୋଷଣା କରିବା ବେଳକୁ ଭିଏତନାମକୁ ୬ ଜଣ ସଂକ୍ରମିତ ଫେରି ସାରିଥିଲେ।

ଏଣୁ ଦେଶର କରୋନା ମୁକାବିଲାରେ ସରକାର ଘରୋଇ ହସ୍ପିଟାଲମାନଙ୍କୁ ମଧ୍ୟ ସାଙ୍ଗରେ ନେଇଥିଲେ। ପ୍ରତି ନାଗରିକର ନିଶୁଳ୍କ ପରୀକ୍ଷଣ ଆରମ୍ଭ କରାଯାଇଥିଲା ଓ ଏଥିରେ ପରୀକ୍ଷଣ କିଟ୍‌ ବାବଦ ବ୍ୟୟ କେବଳ ସରକାର ବହନ କରିଥିଲେ। ଏଥିରେ ଅନୁନ୍ୟ ୩ଲକ୍ଷ ଲୋକଙ୍କର ପରୀକ୍ଷଣ କରାଯାଇଥିବା ବେଳେ ମାତ୍ର ୩୩୨ ଜଣ ପଜେଟିଭ ମିଳିଥିଲେ।

ଦେଶର ମିଳିଥିବା ପଜେଟିଭମାନଙ୍କର କୌଣସି ଲକ୍ଷଣ ନଥିଲା। ଏଣୁ ସେମାନଙ୍କୁ ହସ୍ପିଟାଲ ଓ ଘରେ କ୍ୱାରେଣ୍ଟାଇନ କରାଯାଇଥିଲା। ତେବେ ଦେଶରେ ସଂକ୍ରମଣ ନ ବଢୁ ସେଥିଲାଗି ଚୀନ ସଂକ୍ରମଣର ଅଧିକାରୀକ ଘୋଷଣା କରିବାମାତ୍ରେ ବିମାନ ସେବା ବନ୍ଦ କରାଯିବା ସହ ସୀମା ସମ୍ପର୍କ ତୁଟାଇ ଦିଆଯାଇଥିଲା। ତେବେ ଦେଶରେ କରୋନା ମୁକାବିଲାରେ ଜନସାଧାରଣଙ୍କ ସହଯୋଗ ହିଁ ମୃତ୍ୟୁକୁ ରୋକିଥିବା କହିଛନ୍ତି କ୍ୱାଙ୍ଗ ଥାଇ।      

   Related Posts