Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଜଣାପଡିଲା ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ କ୍ରିକେଟ୍ ଟିମଙ୍କ ପାକିସ୍ତାନ ଗସ୍ତ ବାତିଲର କାରଣ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସହ ରହିଛି ସମ୍ପର୍କ

21/09/2021 at 8:31 PM

ନୂଆଦିଲ୍ଲୀ ୨୧।୯:   ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଟିମ୍‌ ପାକିସ୍ତାନ ଗସ୍ତ ବାତିଲ କରି ଫେରିଯାଇଛି। ଏହା ପରେ ଇଂଲଣ୍ଡ ଟିମ୍‌ ମଧ୍ୟ ତାର ପାକିସ୍ତାନ ଗସ୍ତକୁ ବାତିଲ କରିଦେଇଛି। ଯାହାକୁ ନେଇ ଏବେ କ୍ରିକେଟ୍ ଜଗତରେ ଚାଞ୍ଚଲ୍ୟ ଖେଳିଯାଇଛି। ତେବେ କ୍ରିକେଟ୍ ସିରିଜ ସବୁ ବାତିଲ ହେବା ପଛରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳର କାରଣ ରହିଥିବା ପ୍ରଥମ ଥର ଜଣାପଡିଛି। ହେଲେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ବୋର୍ଡ (ଏନସିବି) ସୁରକ୍ଷାଗତ କାରଣ ଦର୍ଶାଇ ଖେଳାଳି ଓ ଅଫିସିଆଲଙ୍କୁ ସ୍ୱଦେଶ ଫେରାଇ ନେଇଛି।

ତେବେ କ୍ରିକେଟ ସିରିଜ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧର କଣ ସମ୍ପର୍କ ସେ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତେବେ ଏନସିବି ଯେଉଁ ସୁରକ୍ଷାଗତ କାରଣ ନେଇ ପୁଷ୍ଟି କରିଛି ତାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟ ସହ ସଂଯୁକ୍ତ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମାପ୍ତ ହେବା ପରେ ଆମେରିକା, ବ୍ରିଟେନ ଓ କେତେକ ଦେଶଙ୍କ କୋଡ ବ୍ରେକର ଏକ ବୈଠକ କରିଥିଲେ। ଏହି ବୈଠକରେ ଏକ ସୁରକ୍ଷା ଏଜେନ୍ସୀର ମୂଳଦୁଆ ପଡିଥିଲା। ଏହି ଏଜେନ୍ସୀରେ କାନାଡା ୧୯୪୮ ମସିହାରେ ଯୋଗଦେଇଥିବା ବେଳେ ୧୯୫୬ ମସିହାରେ ଏଥିରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡକୁ ସାମିଲ କରାଯାଇଥିଲା। 

୫ଟି ଦେଶ ମିସି ଯେଉଁ ସୁରକ୍ଷା ଏଜେନ୍ସୀର ସ୍ଥାପନା କରିଥିଲେ ତାର ନାମ ଥିଲା ‘ଫାଇଭ ଆଇ’। ଏହି ସୁରକ୍ଷା ଏଜେନ୍ସୀ ଏପର୍ଯ୍ୟନ୍ତ ଯେଉଁ ସବୁ ଆକଳନ କରିଛି ତାହା ଅକ୍ଷରେ ଅକ୍ଷରେ ପ୍ରମାଣିତ ହୋଇଛି। ଏଣୁ ଫାଇଭ ଆଇକୁ ମିଳିଥିବା ସୂଚନା ଅନୁସାରେ ସିରିଜ ଶେଷରେ ନ୍ୟୁଜିଲ୍ୟାଣ୍ଡ ଟିମ୍‌କୁ ପାକିସ୍ତାନରେ ଧୁଲେଇ କରାଯିବାର ଥିଲା। ସୂଚନା ଏନସିବିକୁ ମିଳିବାମାତ୍ରେ ଖେଳର ମାତ୍ର କିଛି ସମୟ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଟିମ୍‌ ମ୍ୟାଚ୍‌ ବାତିଲ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଲାଗି ବେଡିଂ ବାନ୍ଧିଥିଲେ।

ତେବେ କେବଳ ନ୍ୟୁଜିଲ୍ୟାଣ୍ଡ ନୁହେଁ ଫାଇଭ ଆଇଙ୍କ ସୂଚନା ଅନୁସାରେ ଇଂଲଣ୍ଡ ମଧ୍ୟ ପାକିସ୍ତାନ ସିରିଜ ବାତିଲ କରିଦେଇଛି। ତେବେ ବାସ୍ତବ କଥା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନଥିଲା। ନ୍ୟୁଜିଲ୍ୟାଣ୍ଡ ଟିମ୍‌ ଅଚାନକ ଗସ୍ତ ବାତିଲ କରିଦେବା ପାକିସ୍ତାନ ଖେଳାଳିଙ୍କୁ ବ୍ୟତିବ୍ୟସ୍ତ କରିଦେଇଥିଲା।  ଏପରିକି ପିସିବିର ପୂର୍ବ କ୍ରିକେଟରମାନେ ନ୍ୟୁଜିଲ୍ୟାଣ୍ଡ ଟିମ୍‌କୁ ଆଇସିସିର ଧମକ ମଧ୍ୟ ଦେଇଥିଲେ। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏ ନେଇ ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ କଥା ମଧ୍ୟ ହୋଇଥିଲେ।  ହେଲେ ନ୍ୟୁଜିଲ୍ୟାଣ୍ଡ କୌଣସି ଧମକ ଓ ଆଶ୍ୱାସନାର ବସବର୍ତ୍ତି ନ ହୋଇ ନିଜ ଖେଳାଳିଙ୍କୁ ଫେରାଇ ନେଇଛି।

   Related Posts