WTC Final: ନ୍ୟୁଜିଲାଣ୍ଡ ଏ ପର୍ଯ୍ୟନ୍ତ ଘୋଷଣା କରି ନାହିଁ ନିଜର ଚୂଡାନ୍ତ ଏକାଦଶ, ଜାଣନ୍ତୁ ଏହା ପଛର କାରଣ

Published By : Prameya-News7 Bureau | June 18, 2021 IST

ସାଉଥମ୍ପଟନ ୧୮।୦୬: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ ମୁକାବିଲା ଉପରେ ବର୍ଷା ବଡ ବାଧକ ସାଜିଛି। ପ୍ରଥମ ଦିନ ଖେଳର ପ୍ରଥମ ସେସନ ବର୍ଷାରେ ଧୋଇ  ହୋଇ ଯାଇଛି। ସାଉଥମ୍ପଟନରେ ଜାରି ବର୍ଷା ପ୍ରଶଂସକଙ୍କୁ ବହୁତ ନିରାଶ କରିଛି। ନା ନିର୍ଦ୍ଧାରିତ ସମୟରେ ଟସ୍ ହୋଇ ପାରିଛି ନା ଖେଳ ଆରମ୍ଭ ହୋଇ ପାରିଛି। ଫାଇନାଲ୍ ମ୍ୟାଚ୍‌ ପାଇଁ  ଭାରତୀୟ ଦଳ ନିଜର ଚୂଡାନ୍ତ ଏକାଦଶ ଘୋଷଣା କରି ସାରିଛି। ହେଲେ ନ୍ୟୁଜିଲାଣ୍ଡ ଦଳ ଏ ପର୍ଯ୍ୟନ୍ତ ନିଜର ଦଳ ଘୋଷଣା କରି ନାହିଁ। ଏହାର କାରଣ ମଧ୍ୟ ବହୁତ ରୋଚକ ରହିଛି।

ନ୍ୟୁଜିଲାଣ୍ଡ ଦଳ ନିଜର ଚୂଡାନ୍ତ ଏକାଦଶ ଏଥିପାଇଁ ଘୋଷଣା କରି ନାହିଁ କାରଣ ଦଳ ଏ ପର୍ଯ୍ୟନ୍ତ ନିଜର ୧୧ ଖେଳାଳି ଉପରେ ଅନ୍ତିମ ନିଷ୍ପତ୍ତି ନେଇ ପାରି ନାହିଁ। କାହାକୁ ଖେଳାଯିବ ଏବଂ କାହାକୁ ନାହିଁ ଏହାକୁ ନେଇ ଦଳ ଅଦ୍ୟାବଧି ସ୍ପଷ୍ଟ କରି ପାରି ନାହିଁ। ନ୍ୟୁଜିଲାଣ୍ଡ କୋଚ୍ ଗ୍ୟାରି ଷ୍ଟିଡ୍ କହିଛନ୍ତି, କିଓ୍ଵି ଦଳ ଏ ପର୍ଯ୍ୟନ୍ତ ଚୂଡାନ୍ତ ଏକାଦଶ ଘୋଷଣା କରି ନାହିଁ। ସେମାନେ ଟସ୍‌କୁ ଅପେକ୍ଷା କରିଥିବା କୋଚ୍ କହିଛନ୍ତି।

ନ୍ୟୁଜିଲାଣ୍ଡ ଦଳ ଟସ୍‌ ପରେ  ହିଁ ନିଜର ଚୂଡାନ୍ତ ଏକାଦଶ ଘୋଷଣା କରିବ। ଷ୍ଟିଡ୍ କହିଛନ୍ତି, ଆଶ୍ଚର୍ଯ୍ୟର କଥା ଅନେକ ଭାରତୀୟ ଆମର ଚୂଡାନ୍ତ ଏକାଦଶକୁ ନେଇ ଚାହିଁ ରହିଛନ୍ତି। କିନ୍ତୁ ଆମେ ପଡିଆକୁ ଓହ୍ଲାଇବା ସମୟରେ ପିଚ୍‌ ଏବଂ ଟସ୍‌ର ଫଳାଫଳ ଦେଖି ନିଷ୍ପତ୍ତି ନେବୁ। ପିଚ୍‌ରେ ଘାସ ଥିଲେ ଅଧିକ ଦ୍ରୁତ ବୋଲରଙ୍କୁ ଖେଳାଇବୁ। ପିଚ୍‌ରେ ଯଦି ଘାସ ନଥିବା ତେବେ ସ୍ପିନରଙ୍କୁ ଖେଳାଇବୁ।

ନ୍ୟୁଜିଲାଣ୍ଡର ସମ୍ଭାବିତ ଏକାଦଶ

ଡେଭନ କନଓ୍ଵେ, ଟମ୍ ଲାଥମ, କେନ ଓ୍ଵିଲିୟମସନ, ରସ ଟେଲର, ହେନରି ନିକୋଲାସ, କାଇଲ ଜେମିସନ, ବିଜେ ଓ୍ଵାଟଲିଂ, ନିଲ ଓ୍ଵାଗନର, ଟ୍ରେଣ୍ଟ ବୋଲ୍ଟ, ଏଜାଜ ପଟେଲ୍, ଟିମ୍ ସାଉଦି।

ଭାରତୀୟ ଏକାଦଶ

ରୋହିତ ଶର୍ମା, ଶୁବମାନ ଗିଲ୍, ଚେତେଶ୍ଵର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ଵିନ, ମହମ୍ମଦ ସାମି, ଇଶାନ୍ତ ଶର୍ମା ଓ ଯଶପ୍ରୀତ ବୁମରା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.