Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କ’ଣ ଆପଣଙ୍କ ମୁଣ୍ଡ ଉପରେ ଉଡୁଛନ୍ତି ମସା, ତେବେ ଜାଣନ୍ତୁ କାରଣ

4/09/2019 at 7:56 PM

ସନ୍ଧ୍ୟା ବେଳେ ମୁଣ୍ଡ ଉପରେ ମସା ଉଡିବା ଅନେକ ଅନୁଭବ କରିଥିବେ। ଆପଣଙ୍କ ମୁଣ୍ଡ ଉପରେ ବି ମସା ଉଡନ୍ତି କି ତେବେ ଆସନ୍ତୁ ଜାଣିବା କାରଣ। ଯେଉଁ ମସାମାନେ ମୁଣ୍ଡ ଉପରେ ଉଡନ୍ତି ସେମାନେ ପ୍ରାୟତଃ ମାଈ (ଫିମେଲ) ମସା। ଏମାନଙ୍କୁ ମଣିଷ ଶରୀରର କିଛି ରସାୟନିକ ତତ୍ୱ ଆକର୍ଷଣ କରିଥାଏ। ଯେଉଁଥି ଲାଗି ସେମାନେ ଲୋକେ ଛିଡା ହୋଇଥାନ୍ତୁ କି ବସିଥାନ୍ତୁ ତାଙ୍କ ମୁଣ୍ଡ ଉପରେ ଦଳଦଳ ହୋଇ ଘୁରି ବୁଲନ୍ତି।

ଏଭଳି ମସାଙ୍କୁ କାର୍ବନଡାଇ ଅକ୍ସାଇଡ ବେଶି ପସନ୍ଦ। ଏଣୁ ଶରୀରରୁ ଏଭଳି ଗନ୍ଧ ବାହାରୁଥିଲେ ସେମାନେ ମଣିଷ ପାଖକୁ ଅଧିକ ଆକର୍ଷିତ ହୋଇ ଆସିଥାନ୍ତି। ସେହିପରି ଝାଳ ବାସ୍ନାକୁ ବି ଏମାନେ ମଣିଷ ଆଡକୁ ଆକର୍ଷିତ ହୋଇଥାନ୍ତି। ତେବେ ସେମାନେ ଦଳଦଳ ହୋଇ ମୁଣ୍ଡ ଉପରେ ଉଡୁଥିଲେ ବି କାମୁଡି ନଥାନ୍ତି। ମୁଣ୍ଡ ଚୁଟିରେ ଝାଳ ବୋହି ସୁଖି ଯିବା ପରେ ହେଉଥିବା ବାସ୍ନା ଯୋଗୁ ମସା ଘୁରି ବୁଲି ବିରକ୍ତ କରିଥାନ୍ତି। ବାସ୍ତବରେ ମୁଣ୍ଡରୁ ସେତେବେଳେ ଅକ୍ଟୋନେଲ ନାମକ ଏକ ରସାୟନର ବାସ୍ନା ବାହାରୁଥିବାରୁ ସେମାନେ ବାସ୍ନାରେ ଆମ ଆଡକୁ ଆକର୍ଷିତ ହୋଇ ଆସନ୍ତି।

ଏହା ଛଡା ଆମେ ମୁଣ୍ଡରେ ଲଗାଉଥିବା ଜେଲ ବାସ୍ନା ବି ମସାଙ୍କର ଖୁବ୍ ପସନ୍ଦ। ଏଣୁ ଜେଲ ବାସ୍ନା ଯୋଗୁ ମସା ମୁଣ୍ଡ ଉପରେ ଉଡି ବୁଲନ୍ତି। ପ୍ରାୟତଃ ସନ୍ଧ୍ୟା ହେବା ପୂର୍ବରୁ ପଡିଆରେ କି ପାର୍କରେ ବସିଥିବା ବେଳେ ମସାମାନେ ଏଭଳି ବିରକ୍ତ କର ପରିବେଶ ସୃଷ୍ଟି କରନ୍ତି। ଯେତେ ଘଉଡେଇଲେ ବି ସେମାନେ ପୁଣି ଏକାଠି ହୋଇ ମୁଣ୍ଡ ଉପରେ ଗୁଣୁଗୁଣ କରିଥାନ୍ତି।

   Related Posts