ଶ୍ରାବଣ ମାସରେ ବିବାହିତ ମହିଳାମାନେ କାହିଁକି ଯାଆନ୍ତି ବାପ ଘରକୁ, ଜାଣନ୍ତୁ କାରଣ

Published By : Prameya-News7 Bureau | July 16, 2019 IST

ହିନ୍ଦୁ ସଂସ୍କୃତିର  ରିତି ରିବାଜ ଓ ଧାର୍ମିକ ଅନୁଷ୍ଠାନ ବ୍ୟକ୍ତିକୁ ସୁସ୍ଥ ସ୍ବାସ୍ଥ୍ୟ ସାଙ୍ଗକୁ ହସଖୁସ ଜୀବନ ବଞ୍ଚିବାର ଅବସର ପ୍ରଦାନ କରିଥାଏ। ଏଣୁ ୧୨ ମାସରେ ୧୩ ପର୍ବ ସାଙ୍ଗକୁ ବିଭିନ୍ନ ସମାଜର ଭିନ୍ନ ଭିନ୍ନ ଚଳଣି ନିର୍ଦ୍ଧାରିତ ହୋଇଛି। ତେବେ ସବୁ ସମାଜରେ ବିବାହିତ ମହିଳାମାନଙ୍କୁ ଶ୍ରାବଣ ମାସରେ ସେମାନଙ୍କର ପିତ୍ରାଳୟ ଗମନ ନିମନ୍ତେ ଅନୁମତି ପ୍ରଦାନ କରିଛି। ଜାଣନ୍ତିକି ଶ୍ରାବଣରେ ମହିଳାଙ୍କ ବାପ ଘରକୁ ଯିବାର କଣ ରହିଛି କାରଣ? ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା।

{"id":134269}

କୁହାଯାଏ ଶ୍ରାବଣ ମାସରେ ବିବାହିତ ମହିଳା ପିତ୍ରାଳୟ ଗମନ କଲେ ସ୍ୱାମୀ ଦୀର୍ଘାୟୁ ହୋଇଥାନ୍ତି ଓ ଦାମ୍ପତ୍ୟ ଜୀବନ ହସଖୁସରେ ଭରି ରହେ। ଏଣୁ ଭାରତୀୟ ସମାଜରେ ଶ୍ରାବଣ ମାସରେ ମହିଳାଙ୍କ ପିତ୍ରାଳୟ ଗମନର ପରମ୍ପରା କାହିଁ କେତେକାଳରୁ ପ୍ରଚଳିତ। ତେବେ ଏହି ଲୋକ ପରମ୍ପରାକୁ ଭାରତୀୟ ଚିକିତ୍ସା ବିଜ୍ଞାନ ଆୟୁର୍ବେଦ ମଧ୍ୟ ଗ୍ରହଣ କରିଛି। ଆୟୁର୍ବେଦ ଅନୁସାରେ ଶ୍ରାବଣ ମାସରେ ମଣିଷ ଦେହରେ ଅଧିକ ରସ ସଞ୍ଚରିତ ହୋଇଥାଏ। ସେହି ଅନୁସାରେ ଲୋକଙ୍କ ମଧ୍ୟରେ କାମ ପ୍ରବୃତ୍ତି ମଧ୍ୟ ବୃଦ୍ଧି ହୋଇଥାଏ। ଯାହା ଅନୁକୁଳ ପାଗର ସହଯୋଗରେ ଅଧିକ କ୍ରିୟାଶିଳ ହୁଏ। ଏଣୁ ନବ ବିବାହିତଙ୍କ ଉପରେ ଋତୁର ପ୍ରଭାବ ହ୍ରାସ ନିମନ୍ତେ ଏଭଳି ପ୍ରଥା ପରମ୍ପରା ପ୍ରଚଳନ କରାଯାଇଛି ।

{"id":134270}

ଆୟୁର୍ବେଦ ଅନୁସାରେ ଏହି ମାସରେ ଯଦି ମହିଳା ଗର୍ଭଧାରଣ କରନ୍ତି ତେବେ ଶିଶୁ ଶାରୀରିକ ଓ ମାନସିକ ଦୁର୍ବଳ ହେବାର ସମ୍ଭାବନା ଅଧିକ ରହିଥାଏ। ଏଣୁ ସାମାଜିକ ପର୍ବପର୍ବାଣୀକୁ ମଧ୍ୟ ସେହି ଅନୁସାରେ ନିରୁପିତ କରାଯାଇଛି, ଯେପରି ନବ ବିବାହିତା ମହିଳା ଏହି ମାସରେ ସ୍ୱାମୀଙ୍କ ଠାରୁ ପୃଥକ ପିତ୍ରାଳୟରେ କଟାଇବେ। କେବଳ ମହିଳାଙ୍କ ପିତ୍ରାଳୟ ଗମନ ନୁହେଁ ପୁରୁଷଙ୍କୁ ମଧ୍ୟ ଶୁକ୍ରାଣୁ ସଞ୍ଚୟ ନିମନ୍ତେ ଏହି ମାସରେ ଶିବ ଉପାସନା ନିମନ୍ତେ ପ୍ରୋତ୍ସାହିତ କରାଯାଏ। ଯାହା ଦ୍ୱାରା ପୁଋଷ ଶିବଙ୍କ ଭଳି କାମନା ଉପରେ ବିଜୟ ପ୍ରାପ୍ତ କରି ପାରିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.