କାହିଁକି ସବୁ ପୂଜା ପର୍ବାଣିରେ ବ୍ୟବହାର ହୁଏ ଗେଣ୍ଡୁ ଫୁଲ, କ’ଣ ଏହାର ବିଶେଷତ୍ୱ ?
23/02/2021 at 6:17 PM

ଭୁବନେଶ୍ୱର ୨୩/୦୨ : ମନ୍ଦିର ହେଉ କି ଅନ୍ୟ କୌଣସି ପୂଜା ଆୟୋଜନ ସ୍ଥାନରେ ହେଉଁ ଗେଣ୍ଡୁ ଫୁଲ ବ୍ୟବହାର କରାଯାଇଥାଏ। ଘରେ ବି କୌଣସି ପୂଜା ଆୟୋଜନ ହେଲେ ଗେଣ୍ଡୁ ଫୁଲ ମାଳ ବ୍ୟବହାର କରାଯାଇଥାଏ। ଗେଣ୍ଡୁ ଫୁଲ ଛଡା ଗୋଲାପ, ମନ୍ଦିର, ଟଗର ଓ ଅନ୍ୟାନ୍ୟ ଫୁଲ ମଧ୍ୟ ବ୍ୟବହୃତ ହୁଏ। ତେବେ ସବୁ ପୂଜାରେ ଗେଣ୍ଡୁ ଫୁଲ କାହିଁକି ବ୍ୟବହାର କରଯାଏ ଆପଣ କେବେ ଚିନ୍ତା କରିଛନ୍ତି କି ? ଏହା ପଛରେ କଣ କାରଣ ରହିଛି ପଢନ୍ତୁ।

ଗେଣ୍ଡୁ ଫୁଲ ନାରଙ୍ଗୀ ରଙ୍ଗର ହୋଇଥିବାରୁ ଏହା ତ୍ୟାଗ ଓ ମୋହ-ମାୟାଠୁ ଦୁରେଇ ରଖେ। ଗେଣ୍ଡୁ ଫୁଲ ମନୁଷ୍ୟର ଅହଂକାରକୁ କମ କରିଥାଏ। ଗେଣ୍ଡୁ ଫୁଲରେ ଏନକେ ପାଖୁଡା ଗୋଟିଏ ମଞ୍ଜି ସାହାରାରେ ଏହି ପାଖୁଡା ପରସ୍ପର ସହ ଜଡିତ। ଏହା ବ୍ୟକ୍ତିକୁ ଜଣେ ଭଲ ନେତାର ଗୁଣ ଦର୍ଶାଇଥାଏ ଯେ କିଭଳି ଜଣେ ଭଲ ନେତା ହଜାର ହଜାର ଲୋକଙ୍କୁ ନିଜ ସହ ଧରି ଚାଲେ।

ଗେଣ୍ଡୁ ଏକମାତ୍ର ଫୁଲ ଯିଏ ଗୋଟିଏ ଛୋଟ ପତ୍ର ସାହାରାରେ ବଢ଼ିଯାଇଥାଏ। ଏହା ଆତ୍ମାର ବିଶେଷତ୍ୱ ଦର୍ଶାଇଥାଏ ଯେ କିଭଳି ଆତ୍ମା କେବେ ମରେନାହିଁ, କେବଳ ଶରୀର ବଦଳାଇଥାଏ ଏବଂ ଭିନ୍ନ ଭିନ୍ନ ରୂପରେ ଜୀବିତ ରହେ।

ଘର କିମ୍ବା କୌଣସି ପୂଜା ଆୟୋଜନ ସ୍ଥାନରେ ଗେଣ୍ଡୁ ଫୁଲ ମାଳ ଲଗାଇବା ଶୁଭ ବୋଲି କୁହାଯାଏ। ଗେଣ୍ଡୁ ଫୁଲ ନକାରାତ୍ମକ ଶକ୍ତି ରୋକିବାକୁ ସାହାଯ୍ୟ କରିଥାଏ। ଘର ବାହାରେ ଗେଣ୍ଡୁ ମାଳ ଲଗାଇଲେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିନଥାଏ।

ଗେଣ୍ଡୁ ଫୁଲ ପାଖୁଡା ସମ୍ପୂର୍ଣ ଝାଉଁଳି ଗଲେ ବି ସୁଗନ୍ଧ ରହେ। ଏହା ସେହି ସ୍ଥିତିକୁ ଦର୍ଶାଇଥାଏ ଯେତେବେଳେ ଆମେ ସମ୍ପୂର୍ଣ୍ଣ ଭାଙ୍ଗି ମଧ୍ୟ ଧୈର୍ଯ୍ୟ ହାରି ନଥାଉ। ଗେଣ୍ଡୁ ଗଛକୁ ଏକ ଔଷଧୀୟ ଗଛ ବି କୁହାଯାଏ। ଆୟୁର୍ବେଦରେ ଏହାର ପ୍ରଚଳନ ରହିଛି।
(ଏହି ଖବର ରିସର୍ଚ୍ଚ ଓ ମାନ୍ୟତା ଆଧାରରେ ଲିଖିତ)