Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

କାହିଁକି ସବୁବେଳେ ଧଳା ଶାଢ଼ୀ ଓ ହାୱାଇ ଚପଲ ପିନ୍ଧନ୍ତି ‘ଦିଦି’ ? ଜାଣନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ କିଛି ଅଜଣା କଥା

9/03/2021 at 1:53 PM

କୋଲକାତା ୯।୩ : ରାଜନୀତିରେ ଦିଦି ଭାବେ ପରିଚିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ଅଲଗା ପରିଚୟ ରହିଛି ଯାହା ତାଙ୍କ ବ୍ୟକ୍ତିତ୍ୱକୁ ବହୁତ ଭଲ ଭାବେ ବଖାଣିଥାଏ। ମୁଖ୍ୟମନ୍ତ୍ରୀ ସବୁବେଳେ ଧଳା ସୂତା ଶାଢ଼ୀ ଓ ହାୱାଇ ଚପଲ ପିନ୍ଧନ୍ତି। ସେ ସବୁବେଳେ ନୀଳ ଧଡି ଥିବା ଧଳା ଶାଢ଼ୀ ହାୱାଇ ଚପଲରେ ନଜର ଆସନ୍ତି। ଖବର ଅନୁଯାୟୀ ମମତାଙ୍କ ପାଖରେ ଆବଶ୍ୟକ ଅନୁସାରେ କପଡା ଅଛି। ସେ ଅଧିକ ଲୁଗାପଟା ଜମା କରନ୍ତିନି। ପିଲାଦିନୁ ଆର୍ଥିକ ସମସ୍ୟା ଦେଇ ଗତି କରିଥିବାରୁ ସେ ଏହିଭଳି। ତାଙ୍କୁ ଯେତେବେଳେ ୯ ବର୍ଷ ବୟସ ହୋଇଥିଲା ତାଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଥିଲା। ତାପରେ ମମତାଙ୍କ ପରିବାରରେ ଅନେକ ଆର୍ଥିକ ସମସ୍ୟା ଦେଖା ଦେଇଥିଲା।

ମମତା ପିନ୍ଧୁଥିବା ଶାଢ଼ୀ ପଶ୍ଚିମବଙ୍ଗ ଧାନେଖାଲି ଅଞ୍ଚଳରେ ତିଆରି ହୁଏ। ଏହି ଶାଢ଼ୀର ବିଶେଷତ୍ୱ ହେଲା ପାଗ ଯେତେ ଗରମ ଥିଲେ ବି ଏହି ଶାଢ଼ୀରେ ଗରମ ଲାଗେନାହିଁ, ଆରାମ ଲାଗେ। ମମତାଙ୍କ ଆଉ ଏକ ଗୁଣ ତାଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା ପରିଚିତ କରିଛି। ତାହା ହେଲା ତାଙ୍କ ଚାଲି। ହାୱାଇ ଚପଲ ପିନ୍ଧି ମମତା ଅନେକ ବାଟ ପଦଯାତ୍ରା କରନ୍ତି। ତାଙ୍କର ଏହି ବ୍ୟକ୍ତିତ୍ୱ ମମତାଙ୍କ ଆତ୍ମବିଶ୍ୱାସ ଓ ମହତ୍ୱାକାଂକ୍ଷା ଦର୍ଶାଇଥାଏ। ମମତା ଯେତେବେଳେ ଘରୁ କାର୍ଯ୍ୟାଳୟକୁ ଯାଆନ୍ତି କିମ୍ବା ଅନ୍ୟ କେଉଁଆଡେ ଯାଆନ୍ତି ତାଙ୍କ ପଛରେ ଗାଡିମାନଙ୍କ ଲମ୍ବା ଧାଡି ଲାଗିନଥାଏ।

ଦକ୍ଷିଣ କୋଲକାତା ହରିଶ ଚାଟାର୍ଜୀ ଷ୍ଟ୍ରିଟରେ ମମତାଙ୍କ ପୈତୃକ ଘର ଅଛି। ଏହି ଘରର ସ୍ଥିତି ଭଲ ନାହିଁ। ବର୍ଷାରେ ରାସ୍ତାକଡ଼ରେ ପାଣି ଜମା ହୋଇଯାଏ। ଏହିସମୟରେ ବହୁ କଷ୍ଟରେ ସେ ଘରକୁ ଯାଆନ୍ତି। ବହୁ ସମୟ ଧରି ବଙ୍ଗଳାରେ ଶାସନ କରୁଥିବା ବାମପନ୍ଥୀ ସରକାରକୁ ମମତା ଉଖାଡ଼ି ଦେଇଥିଲେ। ତାଙ୍କ ଇଛାଶକ୍ତି ବହୁତ ମଜବୁତ।

ମମତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଲୋକେ ବହୁତ ଉତ୍ସୁକ। ତାଙ୍କ ବିବାହକୁ ନେଇ ଲଗାତାର ଅନେକ ପ୍ରଶ୍ନ ଉଠେ ଯେ ସେ କାହିଁକି ବିବାହ କରିନାହାନ୍ତି। ମମତା ସାମାଜିକ ପରମ୍ପରାକୁ ବିରୋଧ କରନ୍ତି। ବିବାହ ପରେ ମହିଳାଙ୍କ ସ୍ଥିତିକୁ ନେଇ ସେ ଏକମତ ନଥିଲେ। ସେଥିପାଇଁ ସେ ବିବାହ ନ କରି ସାରା ଜୀବନ ସମାଜ ସେବା କରିବାକୁ ନିଷ୍ପତ୍ତି ନେଇଥିଲେ।

ଅନେକ ଲୋକ ମମତାଙ୍କ ପାଠ ପଢା ସମ୍ପର୍କରେ ମଧ୍ୟ ଜାଣିବାକୁ ଚାହିଁଥାନ୍ତି। ମମତା ଦକ୍ଷିଣ କୋଲକାତା ଯୋଗମାୟା ଦେବୀ କଲେଜରୁ ଇତିହାସ ଅନର୍ସ ଡିଗ୍ରୀ ହାସଲ କରିଛନ୍ତି। ପରେ କୋଲକାତା ବିଶ୍ୱବିଦ୍ୟାଳୟରୁ ଇସ୍ଲାମିକ ଇତିହାସରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ସେ ବିଏଡ୍ ବି କରିଛନ୍ତି। କୋଲକାତା ଯୋଗେଶ ଚନ୍ଦ୍ର ଚୌଧୁରୀ କଲେଜରୁ ସେ ଆଇନ ପାଠ ମଧ୍ୟ ପଢ଼ିଛନ୍ତି।

   Related Posts