ଶ୍ରୀକୃଷ୍ଣ ମହିଳା ରୂପ ନେଇ ଅର୍ଜୁନଙ୍କ ପୁଅ ଅରାବଣଙ୍କୁ କାହିଁକି ବିବାହ କରିଥିଲେ ଜାଣନ୍ତୁ

Published By : Prameya-News7 Bureau | June 27, 2019 IST

ଭୁବନେଶ୍ୱର ୨୭/୬ : ମହାଭାରତରେ ପାଣ୍ଡବଙ୍କ ଠାରୁ ଆରମ୍ଭ କରି କୌରବଙ୍କ ଯାଏଁ ଅନେକ ଚରିତ୍ର ରହିଛି ଯାହା ସମ୍ପର୍କରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମହାଭାରତରେ ପ୍ରତ୍ୟକ ଚରିତ୍ର କୌଣସି ନା କୌଣସି ଉପାୟରେ ଯାହା ସହ ହେଲେ ଜଡିତ ଥାଆନ୍ତି । ମହାଭାରତ ଯୁଦ୍ଧରେ ପ୍ରତ୍ୟକ ଚରିତ୍ରର ଗୁରୁତ୍ୱପୂର୍ଣ ଭୁମିକା ରହିଥିଲା । ଏମାନଙ୍କ ମଧ୍ୟରୁ ଗୋଟିଏ କାହାଣୀ ଅରାବଣଙ୍କ ମଧ୍ୟ ରହିଛି । ଅରାବଣ ଅର୍ଜୁନ ଓ ନାଗ କନ୍ୟା ଉଲୁପିଙ୍କ ପୁତ୍ର ଥିଲେ । ମହାଭାରତ ଯୁଦ୍ଧରେ ପାଣ୍ଡବଙ୍କ ବିଜୟ ପାଇଁ ସେ ମା କାଳୀଙ୍କ ନିକଟରେ ନିଜର ବଳୀ ଦେଇଥିଲେ ଏବଂ କିନ୍ନରଙ୍କ ଭଗବାନ ହୋଇଥିଲେ ।

{"id":127871}

ଆଜି ମଧ୍ୟ ଦେଶର ଏନେକ ଅଞ୍ଚଳରେ, ବିଶେଷକରି ତାମିଲନାଡୁରେ ଅରାବଣଙ୍କ ବିଶେଷ ପୂଜା ଅର୍ଚ୍ଚନା ହୋଇଥାଏ । ବର୍ଷର ଗୋଟିଏ ଦିନ କିନ୍ନରମାନେ ତାମିଲନାଡୁର କୁବାଗମ ଗାଁରେ ଏକତ୍ର ହୋଇଥାନ୍ତି । ଏହି ଗାଁ ତାମିଲନାଡୁର ବିଲ୍ଲୁପୁରମ ଜିଲ୍ଲାରେ ରହିଛି । ସମସ୍ତ କିନ୍ନର ଏହି ଦିନ ସଜେଇ ହୋଇ ରଙ୍ଗ ବେରଙ୍ଗ ଶାଢୀ ପିନ୍ଧି ଅରାବଣଙ୍କ ସହ ବିବାହ କରିଥାନ୍ତି । ଏହି ବିବାହ ଦିନକ ପାଇଁ ହୋଇଥାଏ । ବିବାହ ପର ଦିନ ଅରାବଣଙ୍କ ମୃତ୍ୟୁ ସହ ତାଙ୍କର ବୈବାହିକ ଜୀବନ ଶେଷ ହୋଇଥାଏ । କିନ୍ନରମାନେ ଅରାବଣଙ୍କ ମୃତ୍ୟୁର ଶୋକ ପାଳନ କରିଥାନ୍ତି । ବିଲ୍ଲୁପୁରମ ଜିଲ୍ଲାର ଗୋଟିଏ ଗାଁରେ ଭଗବାନ ଅରାବଣଙ୍କ ପୂଜା କୂଥାନଦୱାରଙ୍କ ରୂପରେ ହୋଇଥାଏ ।

{"id":127872}

ମହାଭାରତ କାହାଣୀ ଅନୁଯାୟୀ, ଅର୍ଜୁନଙ୍କ ପୁତ୍ର ଅରାବଣ ଅତ୍ୟନ୍ତ ଆକ୍ରମଣାତ୍ମକ ଓ କୁଶଳୀ ଯୋଦ୍ଧା ଥିଲେ । ମହାଭାରତ ଯୁଦ୍ଧରେ ସେ କୌରବଙ୍କ ବିରୋଧରେ ଲଢିଥିଲେ । ନବମ ଶତାବ୍ଦୀରେ ଲେଖାଯାଇଥିବା ମହାଭାରତର ତାମିଲ ଅଧ୍ୟାୟ ପରାତା ବେନପ୍ପାରେ ବର୍ଣ୍ଣିତ କଥା ଅନୁସାରେ, ଯୁଦ୍ଧବେଳେ ପାଣ୍ଡବଙ୍କୁ ଜିତିବା ପାଇଁ ଏକ ବିଶେଷ ରୀତି କାଲାପଲ୍ଲି ପୂଜା କରିବାକୁ ଚିନ୍ତା କରିଥିଲେ । ଏହି ପୂଜାର ଅର୍ଥ ହେଲା ମା କାଳୀଙ୍କ ନିକଟରେ ବଳୀ ଦେବା । ଯେଉଁ ପକ୍ଷ ଏହି ଉପାୟ କରିବାରେ ସକ୍ଷମ ହୋଇଥାଏ ତାପ ବିଜୟ ସୁନିଶ୍ଚିତ ହୋଇଥାଏ । ଏହି ରୀତି ଅନୁଯାୟୀ, ମା କାଳୀଙ୍କ ନିକଟରେ କୌଣସି ରାଜକୁମାରଙ୍କ ବଳୀ ଦେବାକୁ ପଡିଥାଏ । ପାଣ୍ଡବଙ୍କ ପକ୍ଷରୁ କୌଣସି ରାଜକୁମାର ବଳୀ ପାଇଁ ସାମ୍ନାକୁ ନ ଆସିବାରୁ ଇରାବନ ନିଜେ ନିଜ ବଳୀ ପାଇଁ ପ୍ରସ୍ତୁତ ହୋଇଯାଇଥିଲେ ।  

{"id":127873}

ବଳୀ ପୂର୍ବରୁ ଅରାବଣ ବିବାହ କରିବା ପାଇଁ ଇଚ୍ଛା କରିଥିଲେ । ତେବେ ଯାହାର ମୃତ୍ୟୁ ହେବାର ଅଛି ତାକୁ କାହିଁକି କେଉଁ ପିତା ନିଜ ଝିଅ ଦେବ ସେ ଚିନ୍ତାରେ ଥିଲେ ପାଣ୍ଡବ । କେଉଁ ନାରୀକୁ ଇରାବନଙ୍କ ସହ ବିବାହ କରିବାକୁ ରାଜି କରାଯିବ ସେନେଇ ଚିନ୍ତାରେ ଥିଲେ ପାଣ୍ଡବ । ଭଗବାନ ଶ୍ରୀକୃଷ୍ଣ ସ୍ୱୟଂ ମୋହିନୀ ରୂପରେ ପ୍ରକଟ ହୋଇ ଅରାବଣଙ୍କୁ ବିବାହ କରିଥିଲେ । ବିବାହ ପରେ ଗୋଟିଏ ରାତି ତାଙ୍କ ସହ ବିତାଇଥିଲେ । ସର୍ତ ଅନୁଯାୟୀ ପର ଦିନ ଇରାବନ ମା କାଳୀଙ୍କ ନିକଟରେ ନିଜକୁ ବଳୀ ଦେଇଥିଲେ । ଅରାବଣଙ୍କ ମୃତ୍ୟୁ ପରେ ଶ୍ରୀକୃଷ୍ଣ ମୋହିନୀ ରୂପରେ ହିଁ ନିଜ ସ୍ୱାମୀଙ୍କ ବିୟୋଗର ଶୋକ ପାଳନ କରିଥିଲେ । ପରେ ପୁରୁଷ ରୂପ ନେଇଥିଲେ ।

{"id":127874}

ପୁରୁଷ ହୋଇଥିବା ସତ୍ୱେ ଶ୍ରୀକୃଷ୍ଣ ସ୍ତ୍ରୀ ରୂପରେ ଅରାବଣଙ୍କୁ ବିବାହ କରିଥିଲେ ବୋଲି ପ୍ରତିବର୍ଷ କିନ୍ନରମାନେ ଗୋଟିଏ ରାତି ପାଇଁ ନାରୀ ରୂପରେ ସଜେଇ ହୋଇ ଇରାବନଙ୍କ ସହ ବିବାହ କରିଥାନ୍ତି ଏବଂ ପର ଦିନ ତାଙ୍କ ମୃତ୍ୟୁର ଶୋକ ପାଳନ କରିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.