ଜାଣନ୍ତି କି ଚନ୍ଦ୍ର ଗ୍ରହଣ ବେଳେ କାହିଁକି ମନ୍ଦିରରେ ହୁଏନି ପୂଜାର୍ଚ୍ଚନା, ବନ୍ଦରହେ କବାଟ ?

Published By : Prameya-News7 Bureau | July 15, 2019 IST

ଜୁଲାଇ ୧୬ ତାରିଖ ମଙ୍ଗଳବାର ଗୁରୁପୂର୍ଣ୍ଣିମାରେ ସଂଗଠିତ ହେବାକୁ ଯାଉଛି ବିରଳ ମହାଜାଗତିକ ଘଟଣା । ଦୀର୍ଘ ୧୪୯ ବର୍ଷ ପରେ ପଡୁଛି ଦୁର୍ଲଭ ଚନ୍ଦ୍ରଗ୍ରହଣ । ଚନ୍ଦ୍ରଗ୍ରହଣ ପାଇଁ ସୂତକ ସମୟ ମଧ୍ୟ ନିର୍ଦ୍ଧାରିତ ହୋଇଛି। ଏହି ସମୟରେ ଘରେ ରୋଷେଇ ବାସ ବନ୍ଦ ସହ ଦେବାଳୟକୁ ମଧ୍ୟ ବନ୍ଦରଖା ଯାଏ। ଯତେବେ ଏଭଳି ଖଗୋଳିୟ ଘଟଣା ବେଳେ ଦେବାଳୟରେ ପୂର୍ଚ୍ଚନା ବନ୍ଦ କରାଯିବାର କାରଣ  ସମ୍ପର୍କରେ ଜାଣନ୍ତି କି ? ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା।

{"id":133981}

ଚନ୍ଦ୍ରଗ୍ରହଣ ହେଉ ବା ସୂର୍ଯ୍ୟପରାଗ ଏବେ ଆଉ ଜ୍ୟୋତିଷୀୟ ଘଟଣା ହୋଇ ରହିନି। ଏହାର ବିଜ୍ଞାନ ସମ୍ମତ କାରଣ ନେଇ ମଧ୍ୟ ଗବେଷଣା ଚାଲିଛି। ତେବେ ଏଭଳି ଖଗୋଳିୟ ଘଟଣା ବେଳେ ଆଗରୁ ଲୋକେ ଘରେ ଦ୍ୱାର କବାଟ ବନ୍ଦ କରି ରହିବା ସହ ରୋଷେଇ ବାସ ମଧ୍ୟ କରୁନଥିଲେ। ସେହିପରି ମନ୍ଦିରରେ ପୂଜାପାଠ ଦୂରର କଥା ଏବେବି ମୁଖ୍ୟ କବାଟକୁ ପୂଜାକ ତାଲା ପକାଇ ମୁଦ କରିଦେଉଛନ୍ତି।   ଏହାର କାରଣ ହେଉଛି ଚନ୍ଦ୍ରଗ୍ରହଣ ବେଳେ ବାୟୁମଣ୍ଡଳରେ ଚନ୍ଦ୍ରରୁ ନକରାତ୍ମ ତରଙ୍ଗ ବିଛୁରିତ ହେବା।  ଯାହା ବାୟୁମଣ୍ଡଳରେ ଭରି ରହିବା ଯୋଗୁ ଗ୍ରହଣ ସମୟରେ ବାହାରିଥିବା ତରଙ୍ଗ ସଂସ୍ପର୍ଷରେ ଆସିଥିବା ପ୍ରତ୍ୟେକ ସାମଗ୍ରୀ ବ୍ୟବହାର ଅନୁପଯୋଗୀ ହୋଇ ଯାଏ। ଏଣୁ ଏହାକୁ ଅଶୌଚ ସହ ସମାନ ବୋଲି ଧରି ନିଆଯାଏ।

{"id":133982}
Blind stone door in Banteay Srei Temple, Angkor, Cambodia

ଗ୍ରହଣ ଛାଡିବା ପରେ ମନ୍ଦିର ପରିସର ସଫାସୁତୁରା କରି ଠାକୁରଙ୍କର ମହାସ୍ନାନ କରାଯାଇ ପୁଣି ନୂଆ କରି ପୂଜାର୍ଚ୍ଚନା କରାଯାଏ। ଏପରିକି ଗ୍ରହଣ ସମୟରେ ମନ୍ଦିରରେ ଠାକୁରଙ୍କ ପାଇଁ ରଖା ଯାଇଥିବା ଧୂପ,ଦୀପ, ନୈବେଦ୍ୟକୁ ମଧ୍ୟ ପରେ ପୂଜାରେ ବ୍ୟବହାର କରାଯାଏନି। କେବଳ ପୂଜକ ନୁହଁନ୍ତି ଭକ୍ତ ବି ମନ୍ଦିରକୁ ପ୍ରତ୍ୟହ ପୂଜାର୍ଚ୍ଚନା ପାଇଁ ଆସନ୍ତି। ଏଣୁ ଗ୍ରହଣର ଦୁସ୍ପ୍ରଭାବରୁ ଭକ୍ତଙ୍କୁ ରକ୍ଷା କରିବା ଲାଗି ଏଭଳି କରାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.