Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

କାହିଁକି ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ବଢ଼ିଥାଏ ଉଚ୍ଚ ରକ୍ତଚାପ, ଜାଣନ୍ତୁ

11/09/2019 at 4:20 PM

ନୂଆଦିଲ୍ଲୀ୧୧|୯: ସାଧାରଣତଃ ଗର୍ଭବତୀ ମହିଳାଙ୍କ ପାଖରେ ହାଇ ବ୍ଲଡ୍‌ ପ୍ରେସର(High blood pressure)  ବା ଉଚ୍ଚ ରକ୍ତଚାପ ଦେଖାଯାଇଥାଏ।ଏହି ସମସ୍ୟା ଗର୍ଭବତୀ ମହିଳାଙ୍କ ଚିନ୍ତା ବଢ଼ାଇ ଦେଇଥାଏ। ଚିକିତ୍ସା ଗବେଷକଙ୍କ କହିବା ଅନୁସାରେ, ୧୯୭୦ ମସିହା ପରଠାରୁ ୩୫ ବର୍ଷ ବୟସ୍କା ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଉଚ୍ଚ ରକ୍ତଚାପ ଦେଖାଯାଉଛି। ଇତି ମଧ୍ୟରେ ଏହା ୭୫ ପ୍ରତିଶତକୁ ବୃଦ୍ଧି ହୋଇଛି।

ହାଇପରଟେସନ ନାମକ ପତ୍ରିକାରେ ପ୍ରକାଶିତ ଖବର ଅନୁସାରେ, ୧୯୭୦ରୁ ୨୦୧୦ ମସିହା ଭିତରେ ୧୫୧ ମିଲିୟନ ବା ୧୫.୧ କୋଟି ଗର୍ଭବତୀ ମହିଳାଙ୍କୁ କ୍ଷେତ୍ରରେ ଉଚ୍ଚ ରକ୍ତଚାପ  ଦେଖାଯାଇଛି।ରଟଗର୍ସ ୟୁନିଭରସିଟିର ଭାରତୀୟ ଗବେଷକ ଭି, ଅନନ୍ତ କହିଛନ୍ତି ଯେ, ୧୯୭୦-୮୦ ମସିହା​‌ରେ ଯେଉଁ ମହିଳାମାନେ ଶିଶୁ ଜନ୍ମ କରିଛିନ୍ତି।ସେମାନେ ହାଇପରଟେସନରେ ଶିକାର ହୋଇଥିବେ।

ଗବେଷକଙ୍କ କହିବା ମୁତାବକ, ଗର୍ଭବତୀ ମହିଳାଙ୍କ ବୟସ ଓ କ୍ରନିକଲ ହାଇପରଟେସନ ମଧ୍ୟରେ ନିବିଡ଼ ସଂପର୍କ ଯୋଗୁ ଏହା ପ୍ରତିବର୍ଷ ୬ ପ୍ରତିଶତ ଲେଖାଏଁ ବୃଦ୍ଧି ହେଉଛି।ଗର୍ଭବତୀ ମହିଳାଙ୍କ ବୟସ ଉଚ୍ଚ ରକ୍ତଚାପର ଏକ ମୁଖ୍ୟ କାରଣ ବୋଲି ଗବେଷକ କହିଛନ୍ତି। ଯେଉଁ ମହିଳାମାନେ ନିଶା ସେବନ କରିଥାନ୍ତି ସେମାନଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଯାଇଥାଏ। ଗବେଷକ ଭି. ଅନନ୍ତ କହିଛନ୍ତି ଯେ, ଗର୍ଭବତୀ ମହିଳା କିମ୍ବା ସାଧାରଣ ମହିଳା ରକ୍ତ ଚାପ ନିୟନ୍ତ୍ରଣ କରିବା ପାଇଁ ଧୂମପାନ ଛାଡ଼ିବାକୁ ପଡିବ। ଧୂମପାନ ଦ୍ବାରା ନବଜାତ ଶିଶୁ ଉପରେ ପ୍ରଭାବ ମଧ୍ୟ ପ୍ରଭାବ ପଡ଼ିଥାଏ ବୋଲି ଅନନ୍ତ କହିଛନ୍ତି।

-ଗର୍ଭାବସ୍ଥାରେ ମହିଳା କ୍ଷେତ୍ରରେ ଉଚ୍ଚ ରକ୍ତଚାପ  ଆରମ୍ଭ ହୋଇଯାଇଥାଏ।

– ଗର୍ଭାବସ୍ଥା ପୂର୍ବରୁ କିଛି ମହିଳାଙ୍କ କ୍ଷେତ୍ରରେ ମଧ୍ୟ ରକ୍ତ ଚାପ ଦେଖାଯାଇଥାଏ।

– ଉଚ୍ଚ ରକ୍ତ ଚାପ ଯୋଗୁ କିଡ୍‌ନୀ ଓ ଡାଇବିଟ୍‌ସ ଭଳି ରୋଗ ହୋଇଥାଏ । ରକ୍ତଚାପ ଶରୀରକୁ ମୋଟା କରିଦେଇଥାଏ।

-ନେସନାଲ ଲଙ୍ଗ୍ସ ଓ ବ୍ଲଡ୍ ଇନଷ୍ଟିଚ୍ୟୁଟ ଅନୁସାରେ ରକ୍ତ ଚାପ ଜନିତ ସମସ୍ୟା ଯୋଗୁ ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଧୀରେ ଧରେ ଖରାପ ହୋଇଥାଏ।

-ଗର୍ଭାବସ୍ଥା ପୂର୍ବରୁ କିମ୍ବା ପରେ ରକ୍ତ ଚାପ ଜନିତ ସମସ୍ୟାକୁ ଦୂର କରିବାକୁ ପଡିବ।ନହେଲେ  ନବଜାତ ଶିଶୁ ଉପରେ ଏହାର ପ୍ରଭାବ ପଡିବ।

   Related Posts