ଆଜି ପର୍ଯ୍ୟନ୍ତ କାହିଁକି ବାହା ହୋଇନାହାନ୍ତି ଏକତା କପୁର ? ଜନ୍ମଦିନରେ ପ୍ରଶଂସକଙ୍କ ମନରେ ଏହା ସବୁଠାରୁ ବଡ ପ୍ରଶ୍ନ

Published By : Prameya-News7 Bureau | June 07, 2020 IST

ମୁମ୍ବାଇ ୦୭/୦୬ : ଆଜି ଟିଭି କ୍ୱିନ ଏକତା କପୁରଙ୍କ ଜନ୍ମଦିନ | ଛୋଟ ପରଦା ଓ ବଡ ପରଦା ପରେ ଏବେ ଏକତା ଓଟିଟି ପ୍ଲାଟଫର୍ମରେ ମଧ୍ୟ ଧମାକା କରୁଛନ୍ତି | ଏକତାଙ୍କ ଜନ୍ମଦିନ ଅବସରରେ ତାଙ୍କ ଜୀବନ ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା | ୪୫ ବର୍ଷ ବୟସ୍କା ଏକତା ଏବେ ଯାଏଁ ବିବାହ କରିନାହାନ୍ତି | ତେବେ ସେ କାହିଁକି ଏବେ ଯାଏଁ ବାହା ହୋଇନାହାନ୍ତି ଜାଣନ୍ତୁ |

{"id":282658,"sizeSlug":"large"}

ଏକତା ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ଯେତେବେଳେ ଛୋଟ ଥିଲେ ଶୀଘ୍ର ନାହଁ ହେବାକୁ ଚାହୁଁଥିଲେ | ସେ ୨୨ ବର୍ଷ ବୟସରେ ନାହଁ ହେବାକୁ ଯୋଜନା କରିଥିଲେ | ସେତେବେଳେ ତାଙ୍କ ବୟସ ୧୭ ବର୍ଷ ଥିଲା | ୟାଙ୍କ ବାପା ଜିତେନ୍ଦ୍ର ସେତେବେଳେ ଏକତାଙ୍କୁ କହିଥିଲେ, କାମ କର ନହେଲେ ବାହା ହେଇଯାଅ | କିନ୍ତୁ ଏକତା କାମ କରନ୍ତୁ ବୋଲି ଜିତେନ୍ଦ୍ର ଚାହୁଁଥିଲେ | ବାପାଙ୍କ କଥା ଶୁଣି ଏକତା କାମ କରିବା ଆରମ୍ଭ କରିଥିଲେ | ସେ କାମରେ ଏତେ ବ୍ୟସ୍ତ ହୋଇଗଲେ ଯେ ବାହାଘର କଥା ତାଙ୍କ ମନରୁ ବାହାରିଗଲା | ସେଥିପାଇଁ ସେ ଆଜି ପର୍ଯ୍ୟନ୍ତ ବାହା ହୋଇପାରି ନାହାନ୍ତି |

{"id":282660,"sizeSlug":"large"}

ଏକତା ଜ୍ୟୋତିଶାସ୍ତ୍ର ଓ ଅଙ୍କଶାସ୍ତ୍ରରେ ବହୁତ ବିଶ୍ୱାସ କରନ୍ତି | ସେ ହାତରେ ଯେତିକି ମୁଦି ଧାରଣ କରିଛନ୍ତି ତାହା ପ୍ରମାଣ କରେ ସେ ଜ୍ୟୋତିଷଶାସ୍ତ୍ରରେ କେତେ ବିଶ୍ୱାସ କରନ୍ତି | ସେ ନିଜର ଅଧିକାଂଶ ଶୋ'ର ଇଭେଣ୍ଟରେ କଳା ଡ୍ରେସ କିମ୍ବା କଳା ସ୍ୟାଣ୍ଡଲ ପିନ୍ଧିଥାନ୍ତି | ତାଙ୍କର ଅଧିକାଂଶ ଫିଲ୍ମ ଓ ସିରିଏଲର ଟାଇଟଲ ମଧ୍ୟ କ ଅକ୍ଷରରୁ ଆରମ୍ଭ ହୋଇଥାଏ | ଜ୍ୟୋତିଷଙ୍କ ପରାମର୍ଶରେ ସେ ସବୁ ସିରିଏଲ ଓ ଫିଲ୍ମର ଟାଇଟଲ କ ଅକ୍ଷରରେ ରଖିଥାନ୍ତି | ଏକତା କପୁର ସେରୋଗେସି ଜରିଆରେ ମା ହୋଇଥିଲେ | ତାଙ୍କ ପୁଅ ନାଁ ରବି କପୁର | ସିଙ୍ଗଲ ମଦର ହେବାପରେ ତାଙ୍କ ଜୀବନରେ ବହୁତ ପରିବର୍ତ୍ତନ ହୋଇଥିବା ସେ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.