Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରବାଟୀରେ ହେବନି ଭାରତ-ଓ୍ଵେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍, ଦର୍ଶକ ନିରାଶ
  • ||
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||

ବ୍ରିଟିଶ ବଡିଗାର୍ଡ ସହ କାହିଁକି ଫେରାର ହେଲେ ଦୁବାଇ କିଙ୍ଗଙ୍କ ପତ୍ନୀ, କାରଣ ଜାଣିଲେ ବିଶ୍ମିତ ହେବେ ଆପଣ

8/07/2019 at 8:05 PM

ୟୁଏଇ:  ମିଳିତ ଆରବ ଏମିରେଟସ୍ ର ଉପରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ୍ ରାଶିଦ ଅଲ ମାଖତୁମଙ୍କ ପତ୍ନୀ ହୟା ବିନ୍ତ ଅଲ ହୁସୈନ ତାଙ୍କର  ଜଣେ ବ୍ରିଟିଶ ବଡିଗାର୍ଡଙ୍କ ସହ ଦେଶରୁ ଫେରାର ହୋଇଯାଇଛନ୍ତି। ସେ ଗୋପନରେ ଦେଶ ଛାଡିବା ବେଳେ ତାଙ୍କର ୨ ସନ୍ତାନଙ୍କୁ ମଧ୍ୟ ସାଙ୍ଗରେ ନେଇଯାଇଛନ୍ତି। ହୟା  ଜର୍ମାନ ରାସ୍ତାରେ ବ୍ରିଟେନ ପହଞ୍ଚିଥିବା ବେଳେ ଏବେ ଦେଶରେ ରାଜନୈତିକ ଶରଣ ନିବେଦନ କରିଛନ୍ତି। ଯଦି ତାଙ୍କୁ ଶରଣ ମିଳେ ତେବେ ସେ ଛାଡପତ୍ର ପାଇଁ ପଦକ୍ଷେପ ନେବେ ବୋଲି ଜଣାପଡିଛି। ତେବେ ବିପୁଳ ପ୍ରାଚୁର୍ଯ୍ୟ ଓ ମାନ ସମ୍ମାନ ଛାଡି ଶେଖଙ୍କ ପତ୍ନୀ କାହିଁକି ନିଜର ୨ ଶିଶୁଙ୍କ ସହ ଦେଶରୁ ଫେରାର ହେଲେ ଆସନ୍ତୁ ଜାଣିବା।

ଗତବର୍ଷ ଶେଖଙ୍କ ଝିଅ ଲତିଫା ଦେଶଛାଡି ପଳାୟନ କରିଥିଲେ। ତାଙ୍କୁ ଭାରତ ଉପକୂଳରୁ ଦୂର  ସମୁଦ୍ରରେ ଏକ ଡଙ୍ଗାରୁ ଉଦ୍ଧାର କରାଯାଇଥିଲା। ତେବେ ସେବେଠାରୁ ତାଙ୍କୁ ବାହାରେ ଆଉ କେହି ଦେଖି ନାହାନ୍ତି। କୁହାଯାଉଛି ଲତିଫା ଏବେ ଦେଶରେ ନଜର ବନ୍ଦୀ ଅଛନ୍ତି। ଏହି ଘଟଣା ପରଠାରୁ ଆରବ ରାଜ ପରିବାରର ସଦସ୍ୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ବେଳେ ହୟାଙ୍କ ଗତ ମେ ୨୦ ତାରିଖରୁ ସୋସାଲ ମିଡିଆରେ ଦେଖାଯାଇନି।

କୁହାଯାଉଛି ହୟା ସାଙ୍ଗରେ ୨୭୧ କୋଟି ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ଏଥିରେ ସେ ବକିଙ୍ଗହମ ପାଲେସରେ ଏକ ଘର କିଣି ସେଠାରେ ଅବସ୍ଥାନ କରୁଛନ୍ତି। ତେବେ ବ୍ରିଟେନରେ ହୟାଙ୍କ ରାଜନୈତିକ ଶରଣ ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଯଦି ତାଙ୍କୁ ଶରଣ ଦିଆଯାଏ ତେବେ ଇଂଲଣ୍ଡ ଓ ୟୁଏଇ ସମ୍ପର୍କରେ ଫାଟ ସୃଷ୍ଟି ହେବ। ତେବେ ହୟାଙ୍କ ପଳାୟନ ପରେ ଶେଖ ଆରବୀ ଭାଷାରେ ଏକ କବିତା ଲେଖି ଇଂଷ୍ଟାରେ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ହୟାଙ୍କୁ ଧୋକାବାଜ କହିଛନ୍ତି। ହୟା ହେଉଛନ୍ତି ଜୋର୍ଡାନ ରାଜାଙ୍କ ଭଉଣୀ ।    

   Related Posts