କୌଣସି କାର୍ଯ୍ୟକ୍ରମ ହେଉ କି ଉତ୍ସବ ପାଳନ ବେଳେ ଏକତ୍ର ହୋଇ ଲୋକେ ପେୟ ଗ୍ରହଣ କରିବା ବେଳେ ପରସ୍ପରର ପାତ୍ରକୁ ଛୁଆଁଇ କହିଥାନ୍ତି ‘ଚିୟର୍ସ’। ତେବେ ଜାଣନ୍ତି କି ଏହି ଚିୟର୍ସର ଅର୍ଥ କ’ଣ ଓ କେବେଠୁ ଆସିଛି ଆମ ସଭ୍ୟତାରେ। ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା କେତେ ପୁରୁଣା ଚିୟର୍ସର ଇତିହାସ ଆଉ କେବେଠୁ ଓ କାହିଁକି ପ୍ରଚଳିତ ।
{"id":153989,"width":581,"height":586}ମଣିଷ ଯେବେଠୁ ସାମାଜିକ ଜୀବନ ବଞ୍ଚିବା ଆରମ୍ଭ କଲାଣି ସେବେଠାରୁ ପ୍ରଚଳିତ ହେଉଛି ଅନେକ ପ୍ରଥା। ସାମାଜିକ ପ୍ରାଣୀ ହିସାବରେ ମଣିଷ ସେହି ସବୁ ପ୍ରଥା ଓ ପରମ୍ପରାକୁ ଆଜି ଯାଏଁ ମାନି ଆସିଛି। ଯାହା କ୍ରମେ ତା ଚଳଣିରେ ବି ପଡିଗଲାଣି। ଯାହା ଆଉ କାହାକୁ ବତାଇବାକୁ ବି ପଡୁନି। ଏଭଳି ଏକ ପରମ୍ପରା ହେଉଛି ‘ଚିୟର୍ସ’। କେହି କିଛି ନ କହିଲେ ବି ପେୟ ଭରା ପାତ୍ର ପୁର୍ଣ୍ଣ ହାତ ଆପେଆପେ ପାଖେଇ ଆସନ୍ତି ନିକଟକୁ ଆଉ ପାତ୍ରର ଟୁଣଟାଣ ଶବ୍ଦ ସହ ଲୋକଙ୍କ ପାଟିରୁ ସ୍ୱତଃ ଉଚ୍ଚାରିତ ହୋଇଥାଏ ‘ଚିୟର୍ସ’।
{"id":153991}ଆସନ୍ତୁ ଜାଣିବା ଏହି ଚିୟର୍ସର ଅର୍ଥ। ଅଷ୍ଟାଦଶ ଶତାବ୍ଦୀରୁ ଉତ୍ସାହ ଉଦ୍ରେକ ଉଦ୍ଦେଶ୍ୟରେ କୃତଜ୍ଞତା ଲାଗି ବ୍ୟବହୃତ ହୋଇ ଆସୁଥିବା ଏହି ଶବ୍ଦ ମୂଳ ଫରାସୀ ‘ଚେରି’ରୁ ଆସିଛି ଯାହାର ଅର୍ଥ ‘ମୁହଁ’ ବା ‘ମୁଣ୍ଡ’ । ତେବେ ଆଜିର ଦିନରେ ଚିୟର୍ସ ଆମ ଚତୁପାର୍ଶ୍ୱରେ ଥିବା ଲୋକଙ୍କ କଲ୍ୟାଣ କାମନାରେ ଏକ ସଂକ୍ଷିପ୍ତ ସାଙ୍କେତିକ ଶବ୍ଦ ହୋଇ ରହିଯାଇଛି। ତେବେ ଆସନ୍ତୁ ଜାଣିବା ଚିୟର୍ସ ଉଚ୍ଚାରଣ ପରେ କାହିଁକି ଆମେ ଛୁଆଁଇଥାଉ ପରସ୍ପରର ପାତ୍ର। ପେୟପାତ୍ର ପୁର୍ଣ୍ଣ ହେବା ପରେ ସ୍ୱତଃ ଆମର ହସ୍ତ ପାତ୍ରକୁ ଉଠାଇ ଅନ୍ୟ ହସ୍ତର ପାତ୍ର ସହ ଛୁଆଁଇଥାଏ। ଏହା କ୍ରମେ ସଭ୍ୟ ମାନବର ଅଭ୍ୟାସରେ ପରିଣତ ହେଲାଣି। ଯଦି କେହି ପାଖରେ ବି ନଥାନ୍ତି ତେବେ ପାତ୍ର ସହ ହସ୍ତ ସ୍ୱତଃ ଉପରକୁ ଉଠାଇ ଚିୟର୍ସ ଉଚ୍ଚାରଣ କରୁ। ମଣିଷର ଏହା ଶହଶହ ବର୍ଷର ଅଭ୍ୟାସ। ଯହାର କିଛି କାରଣ ବି ରହିଛି ଏବେ ଜାଣନ୍ତୁ ସେହି ସବୁ କାରଣ।
{"id":153993}ଏପରି କରିବାର ଉଦ୍ଦେଶ୍ୟ ଚେତନାକୁ ଜାଗ୍ରତ କରିବା। ଯେତେବେଳେ ଆମେ ବନ୍ଧୁ ଗହଣରେ ବସିଥାଉ ସେତେବେଳେ ପାନୀୟ ପରସା ଯିବାର ଉଦ୍ଦେଶ୍ୟବିଥାଏ। ଏଥିରେ ଥିବା ସେନସ୍ ଗୁଡିକ ହେଉଛି ‘ଆମେ ଏହାକୁ ଦେଖିପାରୁ’, ‘ଅନୁଭବ କରିପାରୁ’, ‘ସ୍ୱାଦ ଓ ଗନ୍ଧ ବାରିପାରୁ’। କୁହାଯାଏ କାହାର କଲ୍ୟାଣ କାମନାରେ ପାନପାତ୍ର ଛୁଆଁଇବାର ଟୁଣଟାଣ ଶବ୍ଦ ସମସ୍ତ ୫ଟି ସେନସ୍ କୁ ସନ୍ତୁଷ୍ଟ କରିଥାଏ। ଏଣୁ କୌଣସି ସାମୂହିକ କାର୍ଯ୍ୟକ୍ରମରେ ଦୈହିକ ଭାବେ ପାନ ପାତ୍ର ସ୍ପର୍ଷ କରି ଆମେ କଲ୍ୟାଣ କାମନାରେ ଆମର ଉପସ୍ଥିତି ଜାହିର କରେ। ଏହାର ଅନ୍ୟ ଏକ କାରଣ ବି ରହିଛି ତାହା ହେଉଛି ଆତ୍ମାଙ୍କ ସନ୍ତୁଷ୍ଟି। ପାନପାତ୍ର ପରସ୍ପର ଧକ୍କା ଲାଗିବା ବେଳେ କିଛି ପାନୀୟ ତଳେ ଢାଳି ହୋଇଯାଏ। ଅଶରୀରମାନେ ସେଥିରୁ ତୃପ୍ତ ହୁଅନ୍ତି ବୋଲି ମଧ୍ୟଯୁଗୀୟ ବିଶ୍ୱାସ ରହିଆସିଛି।
{"id":153992}ସେହିପରି ଅନ୍ୟ ଏକ କାରଣ ହେଉଛି ପାନୀୟରେ ବିଷ ପ୍ରୟୋଗର ଭୟ ଦୂରକରିବା। ସାଧାରଣତଃ କୌଣସି ସାମୂହିକ କାର୍ଯ୍ୟକ୍ରମରେ ବ୍ୟକ୍ତିଗତ ଆକ୍ରୋଶ ଲାଗି କେହି ପାନୀୟରେ ବିଷ ମିଶ୍ରଣ କରିଥିବାର ବି ଭୟ ଥାଏ। ଏଣୁ ମିଳିତଭାବେ ପାନୀୟ ଗ୍ରହଣ କରିବା ବେଳେ ପାତ୍ରକୁ ପାତ୍ରମାଡ କରିବା ବେଳେ ପାନୀୟ ଚହଲି ପରସ୍ପରର ପାତ୍ରସହ ମିସିଥାଏ। ଏଣୁ ଏହା ଦ୍ୱାରା ପାନିୟରେ ବିଷ ପ୍ରୟୋଗ ଜନିତ ଭୟ ନଥାଏ। ସେହିପରି ଭଗବାନଙ୍କ ପ୍ରିତ୍ୟାର୍ଥେ ମଧ୍ୟ ଏପିର କରାଯାଇଥାଏ। ପ୍ରାଚୀନ ଗ୍ରିକ ସଭ୍ୟତାରେ ‘ବାକଚୁସ୍’ ହେଉଛନ୍ତି ସୁରାର ଦେବତା। ଏଣୁ ପାନପାତ୍ର ଉପରକୁ ଉଠାଇ ଆମେ ତାଙ୍କପ୍ରତି କୃତଜ୍ଞତା ଜ୍ଞାପନ କରିଥାଉ, ଯେପରିକି ପାନୀୟ ଦ୍ୱାରା ଜୀବ ସୁସ୍ଥ ସ୍ୱାସ୍ଥ୍ୟ ଓ ଆଶିର୍ବାଦ ପ୍ରାପ୍ତ ହୁଏ।