ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲାଗି Covid ହୋଇପାରେ ବିପଦଜନକ, ଜାଣନ୍ତୁ କାହିଁକି?

Published By : Prameya-News7 Bureau | October 02, 2020 IST

ୱାସିଂଟନ ୨।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଫାଷ୍ଟ ଲେଡି ମେଲେନିଆ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ନିଜେ ଟ୍ରମ୍ପ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସୂଚିତ କରିଛନ୍ତି। ମାସ୍କ ପିନ୍ଧିବାକୁ ରାଜି ହେଉନଥିବା ଟ୍ରମ୍ପ ବେଶ ସହଜରେ ଦୁନିଆକୁ ଏହି ଖବର ଦେଇଛନ୍ତି। ହେଲେ ନିର୍ବାଚନ ପୂର୍ବରୁ କୋଭିଡ ଆକ୍ରାନ୍ତ ହେବା ଘଟଣାକୁ ସେ ମାସ୍କ ଭଳି ହାଲୁକା ଭାବେ ଗ୍ରହଣ କରିନପାରନ୍ତି ନିଶ୍ଚିତ। ଏଥିପାଇଁ ଯେଉଁ କାରଣ କୁହାଯାଉଛି ତାହା ହେଉଛି ତାଙ୍କର ବୟସ, ଓଜନ ଓ ଜେଣ୍ଡର। ଏଣୁ ଯେଉଁ ବୟସରେ ସେ କୋଭିଡ ସଂକ୍ରମଣରେ ଆକ୍ରାନ୍ତ  ହୋଇଛନ୍ତି ତାହା ତାଙ୍କ ଲାଗି ନିଶ୍ଚିତ ଚିନ୍ତାଜନକ ହୋଇପାରେ ବୋଲି ଏବେ ଚର୍ଚ୍ଚା ହେଉଛି।

{"id":337801,"width":579,"height":326,"sizeSlug":"large"}

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟସ ଏବେ ୭୪ ବର୍ଷ। ତାଙ୍କ ବୟସ ଦୃଷ୍ଟିରୁ କୋଭିଡ ତାଙ୍କ ଲାଗି ଘାତକ ହେବାର ଆଶଙ୍କା ଅଧିକ। ବୟସ ସାଙ୍ଗକୁ ତାଙ୍କ ଓଜନ ଓ ଜେଣ୍ଡର ମଧ୍ୟ ତାଙ୍କ ଲାଗି ଚିନ୍ତାର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି। ଆମେରିକାରେ ସଂକ୍ରମଣର ଶିକାର ଲୋକଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ସର୍ବାଧିକ। ସେହିପରି ଅଧିକ ଓଜନ ଜନିତ କାରଣରୁ ତାଙ୍କ ଲାଗି କୋଭିଡ ଚିକିତ୍ସା ମଧ୍ୟ କଷ୍ଟସାଧ୍ୟ ହୋଇପାରେ।

{"id":337804,"sizeSlug":"large"}

ସେହିପରି ପ୍ରଥମରୁ ଦେଶରେ କୋଭିଡ ନିୟନ୍ତ୍ରଣ ଲାଗି ସରକାରୀ ପଦକ୍ଷେପକୁ ନେଇ ଟ୍ରମ୍ପ ବିବାଦୀୟ। ଏଥିରେ ସେ ନିଜେ ମାସ୍କ ମଧ୍ୟ ପିନ୍ଧୁନଥିଲେ। ଏଣୁ ବିରୋଧୀ ପ୍ରାର୍ଥୀ ତାଙ୍କୁ ବାରମ୍ବାର ନିର୍ବାଚନୀ ସଭାରେ ଟାର୍ଗେଟ୍ କରୁଥିଲେ। ଏବେ ଟ୍ରମ୍ପ କୋଭିଡ ଆକ୍ରାନ୍ତ ହେବା ଏବେ ଦେଶର ନିର୍ବାଚନ ପ୍ରସଙ୍ଗ ମଧ୍ୟ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରେ କୋଭିଡର ଲକ୍ଷଣ ଅଛି କି ନା ତାହା ସ୍ପଷ୍ଟ ହୋଇ ନାହିଁ। ହେଲେ ମେଲେନିଆ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସେମାନେ ସ୍ୱଭାବିକ ଥିବା ଉଲ୍ଲେଖ କରିଛନ୍ତି। ରାଷ୍ଟ୍ରପତିଙ୍କ ଡାକ୍ତର ସ୍ୱାସ୍ଥ୍ୟଲାଭ କାଳରେ ସେମାନେ ହ୍ୱାଇଟ୍‌ ହାଉସରେ ରହିବେ ବୋଲି କହିଛନ୍ତି।

{"id":337805,"sizeSlug":"large"}

ଆମେରିକା ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ (ସିଡିସି)ଙ୍କ ଅନୁସାରେ ୧୮ରୁ ୨୯ ବର୍ଷ ବୟସ୍କଙ୍କ ଲାଗି କୋଭିଡ ଯେତିକି ଚିନ୍ତାଜନକ ନୁହେଁ ୬୫ରୁ ୭୪ ବର୍ଷ ବୟସ୍କଙ୍କ ଲାଗି ୫ ଗୁଣା ଚିନ୍ତାର କାରଣ ବୋଲି କହିଛନ୍ତି। କାରଣ କୋଭିଡରେ ଏଭଳି ଆୟୁବର୍ଗର ଲୋକଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ସମ୍ଭାବନା ୫ ଗୁଣା ଅଧିକ। ଏଥିରେ ରାଷ୍ଟ୍ରପତି ସଂକ୍ରମଣ କାଳରେ ହ୍ୱାଇଟ୍ ହାଉସ୍‌ରେ ରହିବାର ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ଓଭର ୱେଟ୍ ମଧ୍ୟ ତାଙ୍କ ଓଜନ ୧୧୦ କେଜି। ଯାହା କୋଭିଡରେ ତାଙ୍କ ଲାଗି ଚିନ୍ତାର କାରଣ ହୋଇପାରେ। ଅଧିକାଂଶ ଲୋକେ ସଂକ୍ରମିତ ଚିହ୍ନଟ ହେବାର ୫ରୁ ୭ ଦିନରେ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।  

{"id":337806,"sizeSlug":"large"}

ଏହି ବୟସର ଲୋକେ ହାଲୁକାରୁ ମଧ୍ୟମ ସଂକ୍ରମଣର ଶିକାର ହୋଇଥାନ୍ତି। ହେଲେ ସ୍ୱାସ୍ଥ୍ୟଗତ ସମସ୍ୟା କାହାର କିପରି ହେବ ତାହା ପୂର୍ବାନୁମାନ କରାଯାଇ ନପାରେ ବୋଲି କହିଛନ୍ତି ରେସିପ୍ରୋଟୋରୀ ଡିଜିଜ୍ ଏକ୍ସପର୍ଟ ବ୍ରିୟାନ ଓଲିଭର। କିଏ ହୁଏତ ଗୁରୁତର ଆକ୍ରାନ୍ତ ହୁଅନ୍ତି କିଏ ବେଶ୍ ସହଜରେ ସଂକ୍ରମଣକୁ ଦେହରେ ରଖି ରଖି ସମାପ୍ତ କରିପାରନ୍ତି। ତେବେ ଆମେରିକାରେ ଏହି ଆୟୁବର୍ଗରେ ଅନୁନ୍ୟ ୫୪ ପ୍ରତିଶତ ସଂକ୍ରମିତ ପ୍ରାଣ ହରାଇଥିବା ଜଣାପଡିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.